ଓଡିଶାମହାନଗର

Protest program: ଭୁବନେଶ୍ବର ଜିଲ୍ଲା କଂଗ୍ରେସ ପକ୍ଷରୁ ପ୍ରତିବାଦ କାର୍ଯ୍ୟକ୍ରମ

ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ପ୍ରତି ଶାସକ ଦଳ ବିଜେପି ପକ୍ଷରୁ ବାରମ୍ବାର ଅପଶବ୍ଦ ପ୍ରୟୋଗ କରାଯାଉଛି। ଏହି ଘଟଣାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜ୍‌ଜୁ....

ଭୁବନେଶ୍ବର: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ପ୍ରତି ଶାସକ ଦଳ ବିଜେପି ପକ୍ଷରୁ ବାରମ୍ବାର ଅପଶବ୍ଦ ପ୍ରୟୋଗ କରାଯାଉଛି। ଏହି ଘଟଣାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜ୍‌ଜୁ ଭାରତୀୟ ସଂସଦୀୟ ଶାସନ ବ୍ୟବସ୍ଥାର ସମସ୍ତ ବିଧିବ୍ୟବସ୍ଥା ଓ ଶାଳୀନତାର ସ୍ପଷ୍ଟ ଉଲ୍ଲଂଘନ କରିଛନ୍ତି। ଏହା ସହ ବିବାଦୀୟ ଏପ୍‌ଷ୍ଟିନ୍ ଫାଇଲ୍‌ସରେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ନାଁ ପ୍ରଘଟ ହୋଇଛି। ନିର୍ବାଚନରୁ ଶ୍ରୀ ଗାନ୍ଧୀଙ୍କୁ ଦୂରେଇ ରଖିବା ପାଇଁ କହିଥିବା ସାଂସଦ ନିଶିକାନ୍ତ ଦୁବେଙ୍କ ଗିରଫ ଦାବିରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସ୍ଥାନୀୟ ଡିସିପି କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି।

ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ପ୍ରକାଶ ଚନ୍ଦ୍ର ଜେନାଙ୍କ ନେତୃତ୍ବରେ ଉପରୋକ୍ତ ୩ ନେତାଙ୍କ ବହିଷ୍କାର ଓ ଗିରଫ ଦାବିରେ ଏକ ଅଭିଯୋଗପତ୍ର ଡିସିପିଙ୍କୁ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ  ସୁରେଶ ରାଉତରାୟ, ଶିବାନନ୍ଦ ରାୟ, ପ୍ରଶନ୍ତ ଚମ୍ପତ୍ତି, ଅଶୋକ ଦାସ, ସୁବ୍ରତ ମହାପାତ୍ର, କୈଳାସ ସାହୁ, ମିହିର ଆଚାର୍ଯ୍ୟ, ହିମାଂଶୁ ଲେଙ୍କା, ମୋହନ ଜେନା, ଜୟକୃଷ୍ଣ ମଲ୍ଲିଆ, ରଜନୀ ମହାନ୍ତି, ଜୟକୃଷ୍ଣ ସୁବୁଦ୍ଧି, ପ୍ରଭାତ ପ୍ରତାପ ସିଂ, ଗୀତାଞ୍ଜଳି ମହାନ୍ତି, ଶ୍ରେୟାସ୍ମିତା ପଣ୍ଡା, ଜୟଶ୍ରୀ ପାତ୍ର, ସୂର୍ଯ୍ୟକାନ୍ତ ଜେନା, ସୁନୀତା ବିଶ୍ୱାଳ, ହଳଧର ସେଠୀ, ଜୟସ୍ମିତା ମହାନ୍ତି, ପ୍ରାଚୀ ରାଉତରାୟ, ଲିଙ୍ଗରାଜ ସାହୁ, ମନୋରଞ୍ଜନ ଜେନା, ଆଲୋକ ମହାନ୍ତି, ଜାନକୀ ମଲ୍ଲିକ, ଆତ୍ମାରାମ ପତି, ରାଜକିଶୋର ବାରିକ, ମିତ୍ରଭାନୁ ମହାପାତ୍ର, ତାପସ ସେଠୀ, ଦେବରାଜ ମିଶ୍ର, ତରୁଣ ମିଶ୍ର, ଲୋକନାଥ ଦାସ, ଦେଓ ପ୍ରସାଦ, ବିନୋଦ ପାଣି, ମହମ୍ମଦ ସାହାଦୁଲ୍ଲା, ଦେବୀ ତ୍ରିପାଠୀ, ରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button