ଦେଶ ବିଦେଶ

PSL: ପିଏସଏଲ୍‌: ବିଦେଶୀ ଖେଳା​ଳିଙ୍କୁ ଆତଙ୍କବାଦୀଙ୍କ ଧମକ

ପିଏସଏଲ୍‌ରେ ଭାଗ ନେବାକୁ ପାକିସ୍ତାନ ନ ଆସିବାକୁ ଡେଭିଡ୍‌ ଓ୍ବାର୍ଣ୍ଣର, ଷ୍ଟିଭ୍‌ ସ୍ମିଥ୍‌ ପ୍ରଭୃତି ବିଦେଶୀ ଖେଳାଳିମାନଙ୍କୁ ଆତଙ୍କବାଦୀ ସଂଗଠନ ତେହରିକ୍‌-ଏ-ତାଲିବାନ ପାକିସ୍ତାନ (ଟିଟିପି) ପକ୍ଷରୁ ଧମକ ଦିଆଯାଇଛି।

ଲାହୋର: ପାକିସ୍ତାନ ସୁପର ଲିଗ୍‌ (ପିଏସଏଲ) ପାଇଁ ଗୋଟିକ ପରେ ଗୋଟିଏ ଦୁଃସମ୍ବାଦ ପହଞ୍ଚିବାରେ ଲାଗିଛି। ପିଏସଏଲ୍‌ରେ ଭାଗ ନେବାକୁ ପାକିସ୍ତାନ ନ ଆସିବାକୁ ଡେଭିଡ୍‌ ଓ୍ବାର୍ଣ୍ଣର, ଷ୍ଟିଭ୍‌ ସ୍ମିଥ୍‌ ପ୍ରଭୃତି ବିଦେଶୀ ଖେଳାଳିମାନଙ୍କୁ ଆତଙ୍କବାଦୀ ସଂଗଠନ ତେହରିକ୍‌-ଏ-ତାଲିବାନ ପାକିସ୍ତାନ (ଟିଟିପି) ପକ୍ଷରୁ ଧମକ ଦିଆଯାଇଛି।

ଟିଟିପିର ଏକ ଶାଖା ଜମାତ୍‌-ଉଲ୍‌-ଅହରର୍‌ ପକ୍ଷରୁ ଏହି ଧମକ ଜାରି କରି କୁହାଯାଇଛି ଯେ ବିଦେଶୀ କ୍ରିକେଟ୍‌ ବୋର୍ଡମାନେ ପାକିସ୍ତାନକୁ ନିଜର ଖେଳାଳିମାନଙ୍କୁ ପଠାଇବା ଉଚିତ୍‌ ନୁହେଁ। ପାକିସ୍ତାନରେ ଯଦି ସେମାନଙ୍କର କିଛି ହୋଇଯାଏ, ସେଥିପାଇଁ ସଂଗଠନ ଦାୟୀ ରହିବ ନାହିଁ। ଏଥିପାଇଁ ପୂର୍ବରୁ ହିଁ ସତର୍କ କରାଇଦିଆଯାଇଛି।

ପାକିସ୍ତାନକୁ ନିଜର ଖେଳାଳିମାନଙ୍କୁ ପଠାଇବା ଉଚିତ୍‌ ନୁହେଁ

ପିଏସଏଲରେ ଓ୍ବାର୍ଣ୍ଣର, ସ୍ମିଥଙ୍କ ବ୍ୟତିତ ମାର୍ନସ ଲାବୁସାନ, ମୋଇନ ଅଲ୍ଲି, ଆଡାମ ଜାମ୍ପା, ଡେଓ୍ବନ୍‌ କନଓ୍ବେ ପରି ବିଦେଶୀ ଖେଳା​ଳି ଖେଳୁଛନ୍ତି। ସୁରକ୍ଷା ଓ ତୈଳ ସଂକଟ କାରଣରୁ ଚଳିତ ଥର ପିଏସଏଲକୁ କେବଳ ଦୁଇଟି ସ୍ଥାନ କରାଚୀ ଓ ଲାହୋରରେ ଆୟୋଜନ କରିବାକୁ ପିସିବି ନିଷ୍ପତ୍ତି ନେଇଛି। ଏହା ସତ୍ତ୍ବେ ଏହି ଲିଗ୍‌ ଉପରେ ବିପଦର କଳାବାଦଲ ବଢିବାରେ ଲାଗିଛି।

 

 

 

 

ସୌଜନ୍ୟ ସମ୍ବାଦ

 

Show More

Leave a Reply

Your email address will not be published. Required fields are marked *

Back to top button