ଦେଶ ବିଦେଶ

Rafa Crossing Open: ଦୀର୍ଘଦିନ ପରେ ଖୋଲିଲା ରାଫା କ୍ରସିଂ, ଲୋକଙ୍କ ମନରେ ବଢ଼ିଲା ଆଶା

Rafa Crossing Open: ଦୀର୍ଘଦିନ ପରେ ଖୋଲିଲା ରାଫା କ୍ରସିଂ, ଲୋକଙ୍କ ମନରେ ବଢ଼ିଲା ଆଶା

ଗାଜା: ଗାଜା ଯୁଦ୍ଧ ଯୋଗୁଁ ଗତ ଦୁଇ ବର୍ଷ ଧରି ବନ୍ଦ ଥିବା ରାଫା କ୍ରସିଂ ଏବେ ପୁଣି ଥରେ ଖୋଲିଛି। ଦୀର୍ଘ ଦିନ ଧରି ବନ୍ଦ ରହିବା ପରେ, କ୍ରସିଂଟି ପୁଣି ଥରେ ଜନଗହଳିରେ ପରିପୂର୍ଣ୍ଣ ହୋଇଛି। ଲୋକେ ମନରେ ଏକ ଭିନ୍ନ ଖୁସି ଦେଖିବାକୁ ମିଳିଛି। ଏହି ପଦକ୍ଷେପକୁ ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧବିରତିର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବରେ ଦେଖାଯାଉଛି। ଇସ୍ରାଏଲ କହିଛି ଯେ କ୍ରସିଂଟି ବର୍ତ୍ତମାନ “ପରୀକ୍ଷଣ ଭିତ୍ତିରେ” ଖୋଲା ଅଛି।

ଗାଜାରେ ମାନବିକ ସହାୟତା ଓ ନାଗରୀକ ଗତିବିଧିର ତଦାରଖ କରୁଥିବା ଇସ୍ରାଏଲୀ ସାମରିକ ସଂସ୍ଥା ସିଓଗ୍ୟାଟ୍ (COGAT) କହିଛି ଯେ ରାଫା କ୍ରସିଂକୁ ସମ୍ପୂର୍ଣ୍ଣ ଭାବରେ ଖୋଲିବା ପାଇଁ ପ୍ରସ୍ତୁତି ଚାଲିଛି ଏବଂ ସମସ୍ତ ବୈଷୟିକ ବ୍ୟବସ୍ଥା ସମାପ୍ତ ହେବା ପରେ ଗାଜାବାସୀ ଏହି କ୍ରସିଂ ଦେଇ ଯାତ୍ରା କରିପାରିବେ। ରାଫା କ୍ରସିଂ ଗାଜା ନାଗରୀକମାନଙ୍କ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ପ୍ରବେଶ ଦ୍ଵାର, କିନ୍ତୁ ହମାସ ସହ ଯୁଦ୍ଧ କାରଣରୁ ଇସ୍ରାଏଲ୍ ସେନା ଦ୍ଵାରା ୨୦୨୪ରୁ ଏହାକୁ ବନ୍ଦ ରଖାଯାଇଥିଲା।

ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ, କେବଳ ସୀମିତ ସଂଖ୍ୟକ ଲୋକଙ୍କୁ କ୍ରସିଂ ପାର ହେବାକୁ ଅନୁମତି ଦିଆଯିବ ଏବଂ ଏହି ସମୟରେ କୌଣସି ସାମଗ୍ରୀ ନେବାକୁ ଅନୁମତି ଦିଆଯିବ ନାହିଁ। ସେପଟେ ଜରୁରୀ ଚିକିତ୍ସା ଆବଶ୍ୟକ କରୁଥିବା ପ୍ରାୟ ୨୦ହଜାର ପାଲେଷ୍ଟାଇନୀ ଶିଶୁ ଓ ବୟସ୍କ ଏହି କ୍ରସିଂ ଦେଇ ଗାଜା ଛାଡିବା ଆଶାରେ ଅଛନ୍ତି। ଏହା ସହିତ, ଯୁଦ୍ଧ ସମୟରେ ଗାଜା ଛାଡିଥିବା ହଜାର ହଜାର ପାଲେଷ୍ଟାଇନୀ ଘରକୁ ଫେରିବାକୁ ଚାହୁଁଛନ୍ତି।

ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି, ପ୍ରତିଦିନ ୫୦ ଜଣ ରୋଗୀଙ୍କୁ ଯିବାକୁ ଅନୁମତି ଦିଆଯିବ। ପ୍ରତ୍ୟେକ ରୋଗୀଙ୍କୁ ପରିବାରର ଦୁଇ ଜଣ ସଦସ୍ୟଙ୍କ ସହିତ ଯାତ୍ରା କରିବାକୁ ଅନୁମତି ଦିଆଯିବ ଏବଂ ଯୁଦ୍ଧ ସମୟରେ ଗାଜା ଛାଡିଥିବା ପ୍ରାୟ ୫୦ ଜଣଙ୍କୁ ମଧ୍ୟ ପ୍ରତିଦିନ ଫେରିବାକୁ ଅନୁମତି ଦିଆଯିବ, କିନ୍ତୁ ଏହା ପୂର୍ବରୁ ଲୋକଙ୍କର କଡ଼ା ଯାଞ୍ଚ କରାଯିବ। ଇସ୍ରାଏଲ କହିଛି ଯେ ଯଦି ଏହି ବ୍ୟବସ୍ଥା ସଫଳ ହୁଏ, ତେବେ ଯାତ୍ରୀଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି କରାଯିବ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button