ଦେଶ ବିଦେଶରାଜନୀତି

Rahul Targets BJP: କ୍ଷମତା ଲୋଭିଙ୍କୁ ଆଇନା ଦେଖାଇବା ଅପରାଧ ନୁହେଁ, ଦେଶଭକ୍ତି: ରାହୁଲ ଗାନ୍ଧୀ

ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ କରିବା ସବୁ ଭାରତୀୟଙ୍କ ଲୋକତାନ୍ତ୍ରୀକ ଅଧିକାର, ଏହା ଆମ ରକ୍ତରେ ଅଛି। କ୍ଷମାତା ଲୋଭିଙ୍କୁ ଆଇନା ଦେଖାଇବା ଅପରାଧ ନୁହେଁ, ଏହା ହେଉଛି ଦେଶଭକ୍ତି।

ନୂଆଦିଲ୍ଲୀ: ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ କରିବା ସବୁ ଭାରତୀୟଙ୍କ ଲୋକତାନ୍ତ୍ରୀକ ଅଧିକାର, ଏହା ଆମ ରକ୍ତରେ ଅଛି। କ୍ଷମାତା ଲୋଭିଙ୍କୁ ଆଇନା ଦେଖାଇବା ଅପରାଧ ନୁହେଁ, ଏହା ହେଉଛି ଦେଶଭକ୍ତି। ତେଣୁ ମତେ ସେହି ଯୁବ କଂଗ୍ରେସ ଭାଇମାନଙ୍କୁ ନେଇ ଗର୍ବ ଅନୁଭବ ହେଉଛି, ଯେଉଁମାନେ ନିଜର ହକ୍ ପାଇଁ ପ୍ରତିବାଦର ସ୍ଵର ଉଠାଇଛନ୍ତି।

ନୂଆଦିଲ୍ଲୀ ଭାରତ ମଣ୍ଡପମରେ ଅନୁଷ୍ଠିତ ଏଆଇ ଇମ୍ପାକ୍ଟ ସମ୍ମିଳନୀରେ ଯୁବ କଂଗ୍ରେସର ‘ଅର୍ଦ୍ଧନଗ୍ନ ବିରୋଧ ପ୍ରଦର୍ଶନକୁ ଭିତ୍ତି କରି ଜାତୀୟ ଯୁବ କଂଗ୍ରେସ(ଆଇଵାଇସି)ର ରାଷ୍ଟ୍ରିୟ ଅଧ୍ୟକ୍ଷ ଉଦୟ ଭାନୁ ଚିବଙ୍କୁ ଦିଲ୍ଲୀ ପୁଲିସ ଆଜି ଗିରଫ କରିବା ପରେ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଏପରି ବୟାନ ସାମ୍ନାକୁ ଆସିଛି।

ରାହୁଲ ଗାନ୍ଧୀଙ୍କ ବୟାନ ବିବାଦରେ….

ରାହୁଲ ଗାନ୍ଧୀ ତାଙ୍କ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ମତେ ଯୁବ କଂଗ୍ରେସ ଓ ସେହି ‘ବବର ସେର୍’ ସାଥୀଙ୍କ ଉପରେ ଗର୍ବ ଅନୁଭବ ହେଉଛି ଯେଉଁମାନେ ଭୟଭୀତ ନହୋଇ ‘ସମର୍ପିତ ପ୍ରଧାନମନ୍ତ୍ରୀ’ଙ୍କ ବିରୋଧରେ ସ୍ଵର ଉଠାଇଛନ୍ତି। ଆଉ ଏହି ପ୍ରସଙ୍ଗରେ କଂଗ୍ରେସର ଯୁବନେତା ଓ ଆଇଵାଇସିର ରାଷ୍ଟ୍ରିୟ ଅଧ୍ୟକ୍ଷ ଉଦୟ ଭାନୁ ଚିବଙ୍କୁ ଗିରଫ କରିବା ସରକାରଙ୍କ ଏକଛତ୍ରବାଦକୁ ପରିପ୍ରକାଶ କରୁଛି। କଂଗ୍ରେସ ଦଳ ତା ସାହସୀ ସାଥୀଙ୍କ ସହ ସବୁବେଳେ ଛିଡ଼ାହୋଇଛି। ଯମା ବି ଡର ନାହିଁ ସତ୍ୟ ଓ ସମ୍ଵିଧାନ ଆମ ସହିତ ଅଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button