Raid: ଯୁବ ବ୍ୟବସାୟୀଙ୍କ ଘରେ ମାରାଥନ ଚଢ଼ଉ
ଯୁବ ବ୍ୟବସାୟୀଙ୍କ ଭଦ୍ରକ ଜିଲ୍ଲା ସ୍ଥିତ ଘରେ ଇକୋନୋମିକ୍ସ ଅଫେନ୍ସ ୱିଙ୍ଗ୍(Eow)ର ଚଢ଼ାଉ କରାଯାଇଛି । ବାଇପାସ୍ ସ୍ଥିତ ନୀଳାଦ୍ରି ବିହାରର ହାଞ୍ଜ ସହ ଅନ୍ୟ ଦୁଇ ସ୍ଥାନରେ ମଧ୍ୟ ଚଢ଼ାଉ ଜାରି ରହିଛି ....

ଭଦ୍ରକ: ଯୁବ ବ୍ୟବସାୟୀଙ୍କ ଭଦ୍ରକ ଜିଲ୍ଲା ସ୍ଥିତ ଘରେ ଇକୋନୋମିକ୍ସ ଅଫେନ୍ସ ୱିଙ୍ଗ୍(Eow) ପକ୍ଷରୁ ଚଢ଼ାଉ କରାଯାଇଛି । ବାଇପାସ୍ ସ୍ଥିତ ନୀଳାଦ୍ରି ବିହାରର ହାଞ୍ଜ ସହ ଅନ୍ୟ ଦୁଇ ସ୍ଥାନରେ ମଧ୍ୟ ଚଢ଼ାଉ ଜାରି ରହିଛି ।
ଭଦ୍ରକ ଯୁବ ବ୍ୟବସାୟୀ ତଥା ଭଦ୍ରାୟିଣୀ ଡିଜେ, ଭଦ୍ରାୟିଣୀ ଫୋଟ ଗ୍ରାଫି, ଭଦ୍ରାୟିଣୀ ମୋବାଇଲ ସୋରୁମ ସଂସ୍ଥାର ମାଲିକ ରାମ ନାରାୟଣ ବଳଙ୍କ ବାଇପାସ ସ୍ଥିତ ଘର, ସାବରଙ୍ଗ ଏରଡ଼ା ଓ ରମ୍ଭିଳା ଫାର୍ମ ହାଉସରେ EOWର ୩ଟି ଟିମ୍ ପକ୍ଷରୁ ଚଢ଼ାଉ କରାଯାଉଛି।
୩ମାସ ପୂର୍ବେ ବାସଭବନରୁ ଅଭିଯୁକ୍ତଙ୍କୁ ଉଠାଇ ନେଇଥିଲା EOW ଟିମ୍
ସୂଚନା ଅନୁଯାୟୀ ଗତ ୩ ମାସ ପୂର୍ବେ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ EOWର ଏକ ଟିମ୍ ଭଦ୍ରକ ବାସଭବନରୁ ରାମ ନାରାୟଣ ବଳଙ୍କୁ ଉଠାଇ ନେଇଥିଲା ଏବେ ପୁଣି ଥରେ EOW ତରଫରୁ ଚଢ଼ଉ କରାଯାଇଛି ।
ତେବେ ବ୍ୟାପକ ଆର୍ଥିକ ଅନିୟମିତତା ସହ ଅନେକ ବେଆଇନ କାର୍ଯ୍ୟରେ ଜଡିତ ଥିବା ସୂଚନା ମିଳିଛି । ତେବେ ଘଟଣାକୁ ନେଇ ତଦନ୍ତ କାରି ରହିଛି। ଏନେଇ ଅଧିକାରୀଙ୍କ ପକ୍ଷରୁ କୌଣସି ସୂଚନା ମିଳି ପାରି ନାହିଁ । ତେବେ ଚଢ଼ଉ ବେଳେ ୩ ଗାଡ଼ି ସହ ଅନେକ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର EOW ନେଇଯାଇଥିବା କୁହାଯାଉଛି ।
ସୌଜନ୍ୟ ସମ୍ବାଦ


