ଓଡିଶାରାଜନୀତି

Rajya Sabha Election: ବଢ଼ିଲା ଘୋଡ଼ା ବେପାର ଭୟ, ରାଜ୍ୟ ବାହାରକୁ ଗଲେ କଂଗ୍ରେସ ବିଧାୟକ

୮ରୁ ୯ ଜଣ କଂଗ୍ରେସ ବିଧାୟକଙ୍କୁ ପିସିସି ସଭାପତି ଭକ୍ତ ଦାସ ବେଙ୍ଗାଲୁରୁ ନେଇ ଯାଇଛନ୍ତି । ସେଠାରୁ ସେମାନେ ବେଙ୍ଗାଲୁରୁ ଯିବେ ବୋଲି ସୂଚନା ମିଳିଛି । ରାଜ୍ୟ ବାହାରକୁ ଯାଇଥିବା କଂଗ୍ରେସ ବିଧାୟକଙ୍କ ମଧ୍ୟରେ ଅଛନ୍ତି...

ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ ଯେତିକି ପାଖେଇ ଆସୁଛି, ସେତିକି ବଢ଼ୁଛି ଘୋଡ଼ା ବେପାର ଭୟ । କ୍ରସ ଭୋଟିଂ ଆଶଙ୍କାରେ ଥିବା ବିରୋଧୀ ବିଜେଡି ଓ କଂଗ୍ରେସ ନିଜ ବିଧାୟକଙ୍କୁ ବିଶ୍ବାସକୁ ନେଇପାରୁ ନାହାନ୍ତି । ଫଳରେ ପ୍ରଥମେ ହ୍ବିପ୍ ଜାରି କଲେ, ଏବେ ବିଧାୟକଙ୍କୁ ଓଡ଼ିଶା ବାହାରକୁ ନିଆଯାଇଛି । ପ୍ରକୃତରେ କଂଗ୍ରେସ ନିଜର ବିଧାୟକଙ୍କୁ ରାଜ୍ୟ ବାହାରକୁ ନେଇଯାଇଥିବା ଜଣାପଡ଼ିଛି ।

୮ରୁ ୯ ଜଣ କଂଗ୍ରେସ ବିଧାୟକଙ୍କୁ ପିସିସି ସଭାପତି ଭକ୍ତ ଦାସ ବେଙ୍ଗା ନେଇଯାଇଥିବା ସୂଚନା ମିଳିଛି । ରାଜ୍ୟ ବାହାରକୁ ଯାଇଥିବା କଂଗ୍ରେସ ବିଧାୟକଙ୍କ ମଧ୍ୟରେ ପବିତ୍ର ସାଉଁନ୍ତା, ରାଜନ ଏକ୍କା, ପ୍ରଫୁଲ୍ଲ ପ୍ରଧାନ, ଆପୋଲ ସ୍ବାମୀ, ମଙ୍ଗୁ ଖିଲ ପ୍ରମୁଖ ସାମିଲ । ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ବିଧାୟକଙ୍କୁ ନେଇ ମାର୍ଚ୍ଚ ୧୫ରେ ଓଡ଼ିଶା ଫେରିବେ ଭକ୍ତ ଦାସ ।

ସେପଟେ ପୂର୍ବରୁ ବିଜେଡି ପକ୍ଷରୁ ମଧ୍ୟ ହୁଇପ୍ ଜାରି କରାଯାଇଛି । ମାର୍ଚ୍ଚ ୧୬ ଯାଏଁ ବିଧାୟକମାନଙ୍କୁ ଭୁବନେଶ୍ବର ନଛାଡ଼ିବାକୁ ବିଜେଡି ହ୍ବିପ୍ ଜାରି କରିଛି । ଏପରିକି ଯେଉଁ ବିଧାୟକଙ୍କୁ ଦଳ ବିଶ୍ବାସ କରିପାରୁନି ସେମାନଙ୍କୁ ନବୀନ ନିବାସ ଡକାଇ ଶପଥ କରାଉଛି ଦଳ । ଚତୁର୍ଥ ଆସନ ହାତେଇବାକୁ ଶାସକ ବିଜେପି, ବିରୋଧୀ ବିଜେଡି ଏବଂ କଂଗ୍ରେସ ମଧ୍ୟରେ ଛକାପଞ୍ଝା ଲାଗି ରହିଛି ।

ସଂଖ୍ୟା ଗଣିତରେ ବିରୋଧୀ ଦଳର ପଲ୍ଲା ଭାରୀ ଥିଲେ ହେଁ, ସ୍ବାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ୨୦୦୨ର ବିଜୟ ଦୋହରାଇବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନାପରେ । ଖୋଦ ଦିଲ୍ଲୀପ ରାୟ ମଧ୍ୟ ଏକଥା କହିସାରିଛନ୍ତି । ଦିଲ୍ଲୀପଙ୍କୁ ବିଜେପି ଖୋଲା ସମର୍ଥନ କରିଥିବା ବେଳେ, ବିରୋଧୀ ବିଧାୟକଙ୍କ ସମର୍ଥନ ମିଳିପାରେ ବୋଲି ଚର୍ଚ୍ଚା । ସେପଟେ ବିଜେଡି ଏବଂ କଂଗ୍ରେସର ମିଳିତ ସମର୍ଥନରେ ଚତୁର୍ଥ ପ୍ରାର୍ଥୀ ଭାବରେ ଡକ୍ଟର ଦତ୍ତେଶ୍ବର ହୋତା ମୈଦାନରେ ଅଛନ୍ତି ।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button