ଓଡିଶା

Rajyasabha: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ଓ ଦତ୍ତେଶ୍ବର

ଆଜି ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା | ଆଜି ବିଜେଡି ପ୍ରାର୍ଥୀ ଭାବେ ସଂତୃପ୍ତ ମିଶ୍ର ୩ ସେଟର ନାମାଙ୍କନ ଦାଖଲ କରିଥିବାବେଳେ କମନ୍ କ୍ୟାଣ୍ଡେଟ୍ ପ୍ରାର୍ଥୀ ଭାବେ ଦତ୍ତେଶ୍ବର ହୋତା ନାମାଙ୍କନ ଦାଖଲ କରିଥିଲେ

ଭୁବନେଶ୍ୱର: ଆଜି ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି  ସଂତୃପ୍ତ ମିଶ୍ର ଓ  ଦତ୍ତେଶ୍ବର ହୋତା | ଆଜି ବିଜେଡି ପ୍ରାର୍ଥୀ ଭାବେ ସଂତୃପ୍ତ ମିଶ୍ର ୩ ସେଟର ନାମାଙ୍କନ ଦାଖଲ କରିଥିବାବେଳେ କମନ୍ କ୍ୟାଣ୍ଡେଟ୍ ପ୍ରାର୍ଥୀ ଭାବେ ଦତ୍ତେଶ୍ବର ହୋତା ନାମାଙ୍କନ ଦାଖଲ କରିଥିଲେ | ଏହି ସମୟରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ପିସିସି ସଭାପତି ଭକ୍ତ ଦାସ ମଧ୍ୟ ଉପସ୍ଥିତ ଥିଲେ |

ଉଲ୍ଲେଖ ଥାଉ କି ଚତୁର୍ଥ ଆସନରେ ଦତ୍ତେଶ୍ବର ହୋତା ବନାମ ଦିଲ୍ଲୀପ ରାୟଙ୍କ ମଧ୍ୟରେ ଲଢେଇ ହେବ | ବିଜେଡି ଓ କଂଗ୍ରେସର କମନ୍ କ୍ୟାଣ୍ଡେଟ୍ ପ୍ରାର୍ଥୀ ହୋଇଛନ୍ତି ଦତ୍ତେଶ୍ବର | ଅନ୍ୟପଟେ ବିଜେପି ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ହୋଇଛନ୍ତି ଦିଲ୍ଲୀପ ରାୟ | ଉଲ୍ଲେଖ ଥାଉ କି ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଭାବେ ମନମୋହନ ସାମଲ ଓ ସୁଜିତ କୁମାରଙ୍କୁ ପ୍ରାର୍ଥୀ କରିଛି।

ସେହିପରି ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ସଂତୃପ୍ତ ମିଶ୍ର ଦଳୀୟ ପ୍ରାର୍ଥୀ ଓ ଡାକ୍ତର ଦତ୍ତେଶ୍ବର ହୋତା କମନ୍ କ୍ୟାଣ୍ଡି‌ଡେଟ୍ ହେବେ ବୋଲି ଘୋଷଣା କରିଥିଲେ। ଓଡ଼ିଶାରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପରିଚାଳନା ପାଇଁ ଭାରତର ନିର୍ବାଚନ କମିସନ ଓଡ଼ିଶା ବିଧାନସଭାର ସଚିବ ସତ୍ୟବ୍ରତ ରାଉତଙ୍କୁ  ରିଟର୍ଣ୍ଣିଂ ଅଧିକାରୀ ଏବଂ ଯୁଗ୍ମ ସଚିବ ବିଦ୍ୟାଧର ମାଝୀଙ୍କୁ ସହାୟକ ରିଟର୍ଣ୍ଣିଂ ଅଧିକାରୀ ଭାବେ ନିୟୋଜିତ କରିଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button