ବିଶେଷ

Ram Gopal’s: ରାମ ଗୋପାଲଙ୍କ ବିବାଦୀୟ ମନ୍ତବ୍ୟ

ଗାତର କିଛି ଦିନ ହେବ ସାମ୍ନା କରି ଆସୁଥିବା ବିବାଦ ଉପରେ ମୁହଁ ଖୋଲିଛନ୍ତି ସିନେ ନିର୍ମାତା ରାମ ଗୋପାଲ ବର୍ମା। ସେ ‘ବାର୍‌ ୨’ ଟିଜର୍‌ରୁ ଅଭିନେତ୍ରୀ କିଆରା ଆଡ଼ଭାନୀଙ୍କର ଏକ ବିକିନି ଫଟୋ....

ଲଗାତର କିଛି ଦିନ ହେବ ସାମ୍ନା କରି ଆସୁଥିବା ବିବାଦ ଉପରେ ମୁହଁ ଖୋଲିଛନ୍ତି ସିନେ ନିର୍ମାତା ରାମ ଗୋପାଲ ବର୍ମା। ସେ ‘ବାର୍‌ ୨’ ଟିଜର୍‌ରୁ ଅଭିନେତ୍ରୀ କିଆରା ଆଡ଼ଭାନୀଙ୍କର ଏକ ବିକିନି ଫଟୋ ସେୟାର୍‌ କରି ଅଶାଳୀନ ମନ୍ତବ୍ୟ ଦେଇଥିଲେ, ଯାହାକୁ ନେଇ ତାଙ୍କୁ ସୋସିଆଲ୍‌ ମିଡିଆ ଟ୍ରୋଲ୍‌ର ସାମ୍ନା କରିବାକୁ ପଡ଼ିଥିଲା। ଏବେ ‌ସେହି ବିବାଦକୁ ନେଇ ମୁହଁ ଖୋଲିଛନ୍ତି ରାମ ଗୋପାଲ୍‌।

 ନିକଟରେ ସେ ଭିକି ଲାଲ୍‌ବାନିଙ୍କୁ ଦେଇଥିବା ଏକ ସାକ୍ଷାତ୍‌କାରରେ ସଫେଇ ଦେଇ କହିଛନ୍ତି, ‘‘ସୁନ୍ଦର ଝିଅମାନଙ୍କ ସୌନ୍ଦର୍ଯ୍ୟକୁ ନେଇ କିଛି କହିବ‌ାରେ ‌ମୁଁ ଆଦୌ ବି ଖରାପ ମନେ କରେନାହିଁ। ମୁଁ  ସୁନ୍ଦର ମହିଳାଙ୍କୁ ନେଇ ମୋର ମତକୁ କେବେ ବି ଲୁଚାଇକି ରଖିବାକୁ ପସନ୍ଦ କରେନାହିଁ। ଏହାକୁ ଆପଣ ମୋର ଉକ୍ତ ମହିଳାଙ୍କ ପ୍ରତି ପ୍ରଶଂସା ଭାବେ ଗ୍ରହଣ କରିପାରନ୍ତି। ଏପରିକି ମୁଁ ଶ୍ରୀଦେବୀଙ୍କ କ୍ଷେତ୍ରରେ ବି ଏପରି କରିଛି।

ଜଣେ ଖୋଲା ମଣିଷ ଭାବେ ମୁଁ ମୋର ବିଚାର ରଖିବାରେ ସଂକୋଚ କରେନାହିଁ। ମୁଁ ଏ କ୍ଷେତ୍ରରେ ନିଜକୁ ବଦଳାଇ ପାରିବିନାହିଁ।’’କଥାବାର୍ତ୍ତା ମଝିରେ ଯେବେ ସିନେ ନିର୍ମାତାଙ୍କୁ କିଆରାଙ୍କ ଫଟୋକୁ ନେଇ କରିଥିବା ଟ୍ବିଟ୍‌କୁ ଡିଲିଟ୍‌ କରାଯିବାର କାରଣ ପଚରାଗଲା, ସେ କହିଲେ, ‘‘ମୋତେ ସତରେ ମନେନାହିଁ କି ମୁଁ କେଉଁ ଟ୍ବିଟ୍‌ରେ କ’ଣ ଲେଖିଥିଲି। କାରଣ ମୁଁ ବହୁତଗୁଡ଼ିଏ ପ୍ରସଙ୍ଗକୁ ନେଇ ଟ୍ବିଟ୍‌ କରେ। ଏହାଛଡ଼ା ତାହା ବହୁତ ପୁରୁଣା କଥା।’’‘ବାର୍‌ ୨’ ସିନେମାରେ କିଆରାଙ୍କ ବ୍ୟତୀତ ଆଶୁତୋଷ ରାଣା, ଋତ୍ବିକ ରୋଶନ ଓ ଜୁନିୟର୍‌ ଏନ୍‌ଟିଆର୍‌ ମୁଖ୍ୟ ଭୂମିକାରେ ଅଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button