Breaking News

ରାମାନନ୍ଦ ସାଗରଙ୍କ `ସୀତା’ ଓରଫ ଦୀପିକାଙ୍କର ୩୩ବର୍ଷ ପରେ କମ ବ୍ୟାକ

0

ନୂଆଦିଲ୍ଲୀ: ରାମାନନ୍ଦ ସାଗରଙ୍କର ଲୋକପିୟ ଧାରାବାହିକ `ରାମାୟଣ’ରେ ସୀତାଙ୍କ ଭୂମିକା କରି ଘରେ ଘରେ ପରିଚିତ ହୋଇଥିବା ଅଭିନେତ୍ରୀ ହେଲେ ଦୀପିକା ଚିଖଲିୟା। ୩୩ବର୍ଷ ପରେ ସେ ଛୋଟ ପରଦାରେ କମବ୍ୟାକ କରିବାକୁ ଯାଉଛନ୍ତି। ସୀତା ଏବଂ ରାମଙ୍କ ଚରିତ୍ରକୁ ଏଯାଏ ଲୋକେ ଭୂଲିନାହାନ୍ତି। ତାଙ୍କୁ ଯେଉଁଠି ଦେଖିଲେ ବି ଲେୋକେ ଭାବୁକ ହୋଇପଡ଼ନ୍ତି। ଦୀପିକା ଶେଷଥର ୧୯୯୦ ମସିହାରେ ପ୍ରସାରିତ ସଞ୍ଜୟ ଖାନଙ୍କ ଧାରାବାହିକ `ଦ ସୋର୍ଡ ଅଫ ଟିପୁ ସୁଲତାନ’ରେ ନଜର ଆସିଥିଲେ। ଦୀପିକା ମଙ୍ଗଳବାରଠାରୁ ତାଙ୍କର ନୂଆ ଧାରାବାହିକର ସୁଟିଂ ଆରମ୍ଭ କରିଦେଇଛନ୍ତି। ଏହା ଧାରାବାହିକରୁ ସେ ସିରିଏଲ ନିର୍ଦ୍ଦେଶକ ମଧ୍ୟ ହୋଇଯାଇଛନ୍ତି।

ଗତ ମଙ୍ଗଳବାର ଠାରୁ ମୁମ୍ବାଇରେ `ଧରତିପୁତ୍ର ନନ୍ଦିନୀ’ର ସୁଟିଂ ଆରମ୍ଭ ହୋଇଛି। ଏହି ସିରିଏଲରେ ଦୀପିକା ଚିଖଲିୟା ଖାଲି ଅଭିନୟ କରିବେନି ଧାରାବାହିକର ନିର୍ମାତା ମଧ୍ୟ ସେ ନିଜେ। ଦୀପିକା କହିଛନ୍ତି ସିରିଏଲ ନିର୍ମାତା ହେବାର ଏକ ବିଶେଷ କାରଣ ରହିଛି। ଏକ କଳାକାର ଭାବେ ଦେଖିଲେ ମେୋତେ ଯେଉଁ ଚରିତ୍ର ମିଳୁଥିଲା ତାହା ମୋତେ ପସନ୍ଦ ଆସୁ ନ ଥିଲା। ମୁଁ ଯେଉଁଭଳି ଭୂମିକା କରିବାକୁ ଚାହୁଁଥିଲି ମୋତେ ମିଳୁ ନ ଥିଲା। ସେଥିପାଇଁ ମୁଁ ନିଜର ପ୍ରଡକ୍ସନ ହାଉସ ଆରମ୍ଭ କରିକି କିଛି ଭଲ କାମ କରିବି ବୋଲି ଭାବିଲି। ସେଥିପାଇଁ ମୁଁ ନିଜେ ଏହି ସରିଏଲକୁ କାଷ୍ଟ କରିବା ସହ ନିଜେ ଅଭିନୟ ମଧ୍ୟ କରୁଛି। ବାକି ସବୁ ଜନତା ଜନାର୍ଦ୍ଦନଙ୍କ ହାତରେ। ଜନତା ମୋ କାମକୁ କେତେ ପସନ୍ଦ କରିବେ ତାହା ସିରିଏଲ ଆସିଲେ ଜଣାପଡ଼ିବ।

Leave A Reply

Your email address will not be published.