Ramesh Kumar Firing: ବିହାରରେ ସାମ୍ବାଦିକଙ୍କୁ ଗୁଳି: ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
Ramesh Kumar Firing: ଉତ୍ତର ବିହାରର ସିୱାନରେ ଗୁରୁବାର ରାତିରେ ଏକ ପ୍ରମୁଖ ହିନ୍ଦୀ ଖବରକାଗଜର ସାମ୍ବାଦିକଙ୍କ ଉପରେ ଅପରାଧୀ ଗୁଳିମାଡ଼ କରିଛନ୍ତି। ଗୁରୁତର ଅବସ୍ଥାରେ ସମ୍ପୃକ୍ତ ସାମ୍ବାଦିକଙ୍କୁ ପାଟନା ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପାଟନା: ଉତ୍ତର ବିହାରର ସିୱାନରେ ଗୁରୁବାର ରାତିରେ ଏକ ପ୍ରମୁଖ ହିନ୍ଦୀ ଖବରକାଗଜର ସାମ୍ବାଦିକଙ୍କ ଉପରେ ଅପରାଧୀ ଗୁଳିମାଡ଼ କରିଛନ୍ତି। ଗୁରୁତର ଅବସ୍ଥାରେ ସମ୍ପୃକ୍ତ ସାମ୍ବାଦିକଙ୍କୁ ପାଟନା ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ ସୂଚନା ଅନୁଯାୟୀ ମୋଟର ସାଇକେଲରେ ଦୁଇ ଜଣ ଦୁର୍ବୃତ୍ତ ଆସି ଭବାନୀ ମୋର୍ଠାରେ ସାମ୍ବାଦିକ ରମେଶ ସିଂହଙ୍କ ଉପରକୁ ଅନ୍ଧାଧୂନ ଗୁଳିମାଡ଼ କରିଥିଲେ। ସାମ୍ବାଦିକ ରମେଶଙ୍କ ପେଟରେ ଗୋଟିଏ ଗୁଳି ବାଜିଥିବାବେଳେ ସେ ଘଟଣାସ୍ଥଳରେ ଅଚେତ ହୋଇ ପଡ଼ିଯାଇଥିଲେ।
ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ସାମ୍ବାଦିକ
ସ୍ଥାନୀୟ ଲୋକମାନେ ତାଙ୍କୁ ତୁରନ୍ତ ସିୱାନର ସଦର ହସ୍ପିଟାଲକୁ ନେଇ ଯାଇଥିଲେ। ପରେ ତାଙ୍କୁ ପାଟନା ରେଫର କରାଯାଇଥିଲା। ପୁଲିସ ଘଟଣାର ତଦନ୍ତ କରୁଛି। ଘଟଣାସ୍ଥଳରେ ଫୋରେନସିକ ଯାଞ୍ଚ ଦଳ ପହଞ୍ଚି ଗୁରୁତ୍ବପୂର୍ଣ୍ଣ ପ୍ରମାଣ ସଂଗ୍ରହ କରିଥିଲେ। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ,ସିଂହ ଯଶୌଲିର ବାସିନ୍ଦା ହୋଇଥିବାବେଳେ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପାକଡି ବଙ୍ଗାଳି ଯାଇଥିଲେ।ଏହି ଗୁଳିକାଣ୍ଡର କାରଣ ଖୋଜାଯାଉଥିବା ସ୍ଥାନୀୟ ଏସ୍ପି ସୂଚନା ଦେଇ କହିଛନ୍ତି। ଏହି ଘଟଣା ୨୦୧୬ ମସିହାରେ ସାମ୍ବାଦିକ ରାଜ ଦେଓ ରଞ୍ଜନଙ୍କ ହତ୍ୟାକାଣ୍ଡ କଥା ମନେ ପକାଇ ଦେଇଛି।
ସୌଜନ୍ୟ ସମ୍ବାଦ




