Breaking News

ଜାନୁଆରୀ ୨୨ ପରେ ସାଧାରଣ ଭକ୍ତଙ୍କୁ ଦର୍ଶନ ଦେବେ ରାମଲାଲା

ଆଜିଠୁ ଅଯୋଧ୍ୟା ନ ଯିବାକୁ କଟକଣା ଜାରିକଲା ଉତ୍ତର ପ୍ରଦେଶ ସରକାର

ଅଯୋଧ୍ୟା : ଅଯୋଧ୍ୟା ଆସୁଛନ୍ତି ପ୍ରଭୁ ଶ୍ରୀରାମ। ଏଥିପାଇଁ ଉତ୍ସବ ମୁଖର ହୋଇଛି ପୂରା ଭାରତ। ଆସନ୍ତା ଜାନୁଆରୀ ୨୨ ତାରିଖରେ ହେବାକୁ ଯାଉଥିବା ଭବ୍ୟ ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବକୁ ଐତିହାସିକ କରିବା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଯେଉଁଥିରେ ବଡ ଆହ୍ବାନ ପାଲଟିଛି ଭକ୍ତଙ୍କ ସମାଗମ। କାରଣ ଭବ୍ୟ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେବା ପାଇଁ ଏବେ ଠାରୁ ଅଯୋଧ୍ୟାକୁ ଦେଶ ବିଦେଶରୁ ଭକ୍ତଙ୍କ ସୁଅ ଛୁଟିଲାଣି। ଭିଡ଼ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇଥିବାବେଳେ ଯୋଗୀ ସରକାରଙ୍କ ପକ୍ଷରୁ ଏକ ବଡ ଘୋଷଣା କରାଯାଇଛି। ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମୟରେ ଜାନୁୟାରୀ ୨୦ ରୁ ୨୨ ପର୍ଯ୍ୟନ୍ତ ସାଧାରଣ ଭକ୍ତଙ୍କୁ ଅଯୋଧ୍ୟା ଯିବାକୁ ବାରଣ କରାଯାଇଛି। ଯାହାର ପ୍ରଭାବ ଆଜିଠୁ ହିଁ ଦେଖିବାକୁ ମିଳିଛି। ଆଜିଠୁ କୌଣସି ବି ସାଧାରଣ ଭକ୍ତ ଅଯୋଧ୍ୟା ଯାଇପାରିବେ ନାହିଁ। ଜାନୁଆରୀ ୨୨ ପରେ ସାଧାରଣ ଭକ୍ତଙ୍କୁ ରାମଲାଲା ଦର୍ଶନ ଦେବେ। କେବଳ ନିମନ୍ତ୍ରିତ ଅତିଥିମାନେ ହିଁ ଏହି ଉତ୍ସବରେ ଯୋଗ ଦେଇପାରିବେ । ଅତ୍ୟନ୍ତ ଭିଡକୁ ଏଡାଇବା ଓ ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଯୋଗୀ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି।

ଏନେଇ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀ ସମସ୍ତଙ୍କୁ ଅନୁରୋଧ କରି କହିଛନ୍ତି ଯେ କୌଣସି ବି ରାମ ଭକ୍ତ ଯେପରି ଅସୁବିଧାରେ ନପଡନ୍ତୁ ସେଥିପାଇଁ ଜାନୁଆରୀ ୨୦ ରୁ ୨୨ ତାରିଖ ଭିତରେ ଅଯୋଧ୍ୟା ନ ଯାଇ ଘରେ ହିଁ ଏହାର ଖୁସି ମନାନ୍ତୁ । ତେବେ ଏଭଳି ଅନୁରୋଧ ମଧ୍ୟ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟା ନଆସି ଘରେ ହିଁ ଏହାକୁ ଉପଭୋଗ କରନ୍ତୁ। ଯେଉଁଠି ସାଢେ ୫୦୦ ବର୍ଷ ଅପେକ୍ଷା କଲେ ସେଠି ଏହି ୩ ଦିନ ବା କ’ଣ? ଉତ୍ତର ପ୍ରଦେଶ ସରକାର ଦେଶବ୍ୟାପୀ ଉତ୍ସାହ ଓ ଉଦ୍ଦୀପନାକୁ ଦେଖି ଏଭଳି କଟାକଣା ଜାରି କରିଛନ୍ତି।

Comments are closed.