ଖେଳ

Ranji Trophy ରଣଜୀ ଟ୍ରଫି: ଓଡ଼ିଶା ୨୮୨ରେ ଅଲଆଉଟ୍

ଜାମସେଦପୁରର କିନାନ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଓଡ଼ିଶା-ଝାଡ଼ଖଣ୍ଡ ରଣଜୀ ଟ୍ରଫି ମୁକାବିଲାର ଦ୍ବିତୀୟ ଦିନରେ ଓଡ଼ିଶା ୨୮୨ ରନ୍‌ରେ ଅଲଆଉଟ୍ ହୋଇଯାଇଛି। ଝାଡ଼ଖଣ୍ଡ ସର୍ବଶେଷ ସୂଚନା ଅନୁସାରେ ଗୋଟିଏ ଓ୍ବିକେଟ୍ ହରାଇ ୩୦ ରନ କରିଛି।

ଭୁବନେଶ୍ବର: ଜାମସେଦପୁରର କିନାନ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଓଡ଼ିଶା-ଝାଡ଼ଖଣ୍ଡ ରଣଜୀ ଟ୍ରଫି ମୁକାବିଲାର ଦ୍ବିତୀୟ ଦିନରେ ଓଡ଼ିଶା ୨୮୨ ରନ୍‌ରେ ଅଲଆଉଟ୍ ହୋଇଯାଇଛି। ଓଡ଼ିଶା ନିଜର ଗତ କାଲିର ସ୍କୋରରେ ଆଉ ୪୦ ରନ ଯୋଗ କରିବା ପରେ ଅଲ୍ଆଉଟ୍ ହୋଇଯାଇଥିଲା। ଏହାର ଜବାବରେ ଝାଡ଼ଖଣ୍ଡ ସର୍ବଶେଷ ସୂଚନା ଅନୁସାରେ ଗୋଟିଏ ଓ୍ବିକେଟ୍ ହରାଇ ୩୦ ରନ କରିଛି।

ଓଡ଼ିଶାର ଅଧିନାୟକ ଶୁଭ୍ରାଂଶୁ ସାମନ୍ତରାୟ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ

ଗୁରୁବାରଠାରୁ ଆରମ୍ଭ ହୋଇଥିବା ଏହି ମୁକାବିଲାରେ ଓଡ଼ିଶାର ଅଧିନାୟକ ଶୁଭ୍ରାଂଶୁ ସାମନ୍ତରାୟ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଓଡ଼ିଶା ପ୍ରାରମ୍ଭରୁ ସଂଦୀପ ପଟ୍ଟନାୟକ (୭) ଓ ଶୁଭ୍ରାଂଶୁ ସେନାପତି (୧୦)ଙ୍କୁ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ବି ସ୍ବସ୍ତିକ ସାମଲ ଓ ଗୋବିନ୍ଦ ପୋଦ୍ଦାର ଚମତ୍କାର ବ୍ୟାଟିଂ କରି ଦଳକୁ ବିପର୍ଯ୍ୟୟରୁ ରକ୍ଷା କରିବା ସହ ୩ୟ ଓ୍ବିକେଟ୍ ଯୋଡ଼ିରେ ୧୨୨ ରନ୍‌ର ଭାଗୀଦାର କରିଥିଲେ। ସ୍ବସ୍ତିକ ୭୯ ରନ କରିଥିବାବେଳେ ଗୋବିନ୍ଦ ୬୪ ରନ କରିଥିଲେ। ସେହିପରି ବିପ୍ଲବ ସାମନ୍ତରାୟ ୩୮ କରିଥିବାବେଳେ ରାଜେଶ ମହାନ୍ତି ୨୫ ରନ୍‌ କରିଥିଲେ। ପ୍ରଥମ ଦିନର ଖେଳ ଶେଷସୁଦ୍ଧା ଓଡ଼ିଶା ୬ ଓ୍ବିକେଟ୍ ହରାଇ ୨୪୨ ରନ୍ କରିଥିବାବେଳେ ବିପ୍ଲବ ସାମନ୍ତରାୟ ୩୮ ଓ ସାଓ୍ବନ ପହରିୟା ୧୨ ରନରେ ଅପରାଜିତ ଥିଲେ। ମାତ୍ର ଦ୍ବିତୀୟ ଦିନର ଖେଳ ଆରମ୍ଭରେ ହିଁ ଓଡ଼ିଶା ବିପ୍ଲବଙ୍କ ଓ୍ବିକେଟ୍ ହରାଇଥିଲା। ବିପ୍ଲବ ନିଜର ଗତକାଲିର ସ୍କୋରରେ କୌଣସି ରନ୍ ଯୋଗ କରିବା ପୂର୍ବରୁ ପାଭିଲିୟନ୍ ଫେରିଥିଲେ। ସେହିପରି ପହରିୟା ନିଜ ସ୍କୋରରେ ମାତ୍ର ୬ ରନ ଯୋଗ କରିବା ପରେ ସାହିଲ୍ ରାଜଙ୍କ ଦ୍ବାରା ଏଲବିଡବ୍ଲୁ ହୋଇଥିଲେ। ଓଡ଼ିଶା ଗତ କାଲିର ସ୍କୋରରେ ଆଉ ମାତ୍ର ୪୦ ରନ ଯୋଗ କରି ଅଲଆଉଟ୍ ହୋଇଯାଇଥିଲା। ଝାଡ଼ଖଣ୍ଡ ପକ୍ଷରୁ ସୌରଭ ଶେଖର ଓ ଆଦିତ୍ୟ ସିଂ ୩ଟି ଲେଖାଏଁ ଏବଂ ସାହିଲ୍ ରାଜ୍ ଓ ଅନୁକୂଲ୍ ରୟ ୨ଟି ଲେଖାଏଁ ଓ୍ବିକେଟ୍ ନେଇଥିଲେ।

ସଂକ୍ଷିପ୍ତ ସ୍କୋର୍‌: ଓଡ଼ିଶା ୨୮୨ ଅଲ୍ଆଉଟ୍ (ସ୍ବସ୍ତିକ ସାମଲ ୭୯, ଗୋବିନ୍ଦ ପୋଦ୍ଦାର ୬୪, ବିପ୍ଳବ ସାମନ୍ତରାୟ ୩୮, ସୌରଭ ଶେଖର ୪୩/୩, ଆଦିତ୍ୟ ସିଂହ ୩/୩୫, ଅନୁକୁଳ ରୟ ୨/୭୯, ସାହିଲ୍ ରାଜ୍ ୨୩/୯)।

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button