Rayagada Ghost Panic: ଗାଁରେ ଗର୍ଜୁଛି ଭୂତ, ଲୋକଙ୍କ ଅଜବ ବ୍ୟବହାର ପରେ ୩ ଜଣଙ୍କ ମୃତ୍ୟୁ !
ଏଥିପାଇଁ ଗୋଟିଏ ମାସରେ ତିନି ଜଣକଙ୍କ ମୃତ୍ୟୁ ହେଲାଣି । ଏଥିପାଇଁ ଗାଁ ଲୋକେ ଗୁଣିଆ ଓ ପୁଜକଙ୍କ ଦ୍ବାରା ପୂଚାର୍ଚ୍ଚନା କରିଥିବା କହିଛନ୍ତି । ହେଲେ କୌଣସି ସୁଫଳ ମିଳିପାରିନି

ଗ୍ରାମବାସୀ କରୁଛନ୍ତି ଅଜବ ବ୍ୟବହାର ! ଗାଁରେ ଆତଙ୍କ ରଚୁଛି ଭୂତ । ଅଦୃଶ୍ୟ ଶକ୍ତି ନେଲାଣି ୩ ଜୀବନ । ଏବେ ବି ଛଟପଟ ଅନେକ ଲୋକ । ବିଜ୍ଞାନ ଯୁଗରେ ଇଏ ଅନ୍ଧବିଶ୍ବାସର ଦୃଶ୍ୟ । ଆତ୍ମା-ପ୍ରେତାତ୍ମାକୁ ବିଶ୍ବାସ କରୁଛନ୍ତି ଲୋକେ ।
ଲୋକଙ୍କୁ ବିଚଳିତ କରିବା ଭଳି ଏ ଖବର ହେଉଛି ରାୟାଗଡା ବ୍ଲକ ବାଇସିଙ୍ଗ ପଂଚାୟତ ମାରିଗୁଡ଼ି ଗାଁର । ଗାଁ ଲୋକଙ୍କ ଅଭିଯୋଗ କେତେବେଳେ ଜିଅନ୍ତା ଗଛରୁ ଧୂଆଁ ବାହାରୁଛି । ତ ଆଉ କେତେବେଳେ ଲୋକେ ଅଜବ ବ୍ୟବହାର କରୁଛନ୍ତି ।
ଆଉ ଏଥିପାଇଁ ଗୋଟିଏ ମାସରେ ତିନି ଜଣକଙ୍କ ମୃତ୍ୟୁ ହେଲାଣି । ଏଥିପାଇଁ ଗାଁ ଲୋକେ ଗୁଣିଆ ଓ ପୁଜକଙ୍କ ଦ୍ବାରା ପୂଚାର୍ଚ୍ଚନା କରିଥିବା କହିଛନ୍ତି । ହେଲେ କୌଣସି ସୁଫଳ ମିଳିପାରିନି ।
ଲୋକଙ୍କ କହିବା କଥା, ଗାଁକୁ ସୁରକ୍ଷା ପାଇଁ ପୂର୍ବରୁ ପୂଜାପାଠ କରାଯାଇ ଗାଁ ବାହାରେ ଏକ ଔଷଧ ପୋତାଯାଇଥିଲା । ହେଲେ କଣ୍ଟ୍ରାକ୍ଟର ସେହି ସ୍ଥାନକୁ ଖୋଳିଥିବାରୁ ଗାଁରେ ଭୂତ ଉପଦ୍ରବ ବଢ଼ିଛି ।
ସେପଟେ ଏହିକଥାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଅହେତୁକ ଭୟ ରହିଥିବାରୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଗାଁରେ ପହଞ୍ଚିଥିଲେ ପ୍ରଶାସନିକ ଅଧିକାରୀ । ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଜିତ କୁମାର ଲୋକଙ୍କ ସହ ଆଲୋଚନା କରିବା ସହ ସଚେତନ କରିଛନ୍ତି ।
ଗ୍ରାମବାସୀମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେଲେ କିମ୍ବା ଅସୁସ୍ଥ ଅନୁଭବ ହେଲେ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରକୁ ଯିବା ପାଇଁ ପରାମର୍ଶ ଦେଇଛନ୍ତି ।
ତେବେ କାହିଁକି ଗାଁ ଲୋକେ ଆତଙ୍କିତ ଅଛନ୍ତି ? ଏବଂ ତିନି ମାସ ମଧ୍ୟରେ ତିନି ତିନି ଜଣଙ୍କ ମୃତ୍ୟୂ କାହିଁକି ହେଲା ସେ ନେଇ ଜିଲ୍ଲା ପ୍ରଶାସନ ଏ ଦିଗରେରେ ତଦନ୍ତ କରିବା ସହ ଲୋକଙ୍କ ମନରୁ ଭୟ ଦୂର କରିବା ନିହାତି ଆବଶ୍ୟକ ରହିଛି ।
ସୌଜନ୍ୟ OTV




