ଖେଳ

ଦ୍ୱିତୀୟ ଦିନିକିଆ : କିଓ୍ୱି ପାଇଁ ‘କର ବା ମର’ ସ୍ଥିତି, ସିରିଜ୍ ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ବଦୋଦରାରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଦମଦାର୍ ବ୍ୟାଟିଂ କରିଥିଲେ ବିରାଟ କୋହଲି । ସେ୯୩ ରନ୍ କରି ଆଉଟ୍ ହୋଇଥିଲେ । ରାଜକୋଟରେ ମଧ୍ୟ ତାଙ୍କ ବ୍ୟାଟରୁ ବଡ ସ୍କୋର ଆଶା କରୁଛନ୍ତି ଫ୍ୟାନ୍ସ୍ । ସେପଟେ ରୋହିତ ଶର୍ମା ଭଲ ଷ୍ଟାର୍ଟ୍ ଦେଇଥିଲେ ବି ବଡ ସ୍କୋର୍ କରିପାରିନଥିଲେ । ତେଣୁ ରାଜକୋଟରେ ସେ ବଡ ପାଳି ଖେଳିପାରନ୍ତି ।

ନୂଆଦିଲ୍ଲୀ ୧୪/୦୧:ବୁଧବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ସିରିଜର ଦ୍ୱିତୀୟ ଦିନିକିଆ ଖେଳାଯିବ । ଏବେସୁଦ୍ଧା ଭାରତରେ ଆଗୁଆ ରହିଛି । ଦଳ ଦ୍ୱିତୀୟ ଦିନିକିଆ ଜିତି ସିରିଜ୍ ଉପରେ ଆଗୁଆ କବଜା କରିବାକୁ ଲକ୍ଷ୍ୟ ରଖିବ ।ରାଜକୋଟରେ ଖେଳାଯିବାକୁ ଥିବା ମୁକାବିଲା କିଓ୍ୱି ଟିମ୍ ପାଇଁ କର ବା ମର ସ୍ଥିତି ଆଣିଦେଇଛି । ଦଳ ଦ୍ୱିତୀୟ ମ୍ୟାଚ୍ ଜିତି ସିରିଜକୁ ଫେରିବାକୁ ପ୍ରୟାସ କରିବ । ତେବେ ମୁକାବିଲାରେ ଟିମ୍ ଇଣ୍ଡିଆ ଏକ ଶକ୍ତିଶାଳୀ ପ୍ଲେଇଂ ଇଲେଭେନ୍ ନେଇ ପଡିଆକୁ ଓହ୍ଲାଇବ ।

ଓ୍ୱାସିଂଟନ୍ ଆଉଟ୍

ଦ୍ୱିତୀୟ ଦିନିକିଆ ପୂର୍ବରୁ ଭାରତୀୟ ଦଳକୁ ବଡ ଝଟକା ଲାଗିଛି । ଅଲରାଉଣ୍ଡର ଓ୍ୱାସିଂଟନ ସୁନ୍ଦର ଆହତ ଜନିତ କାରଣରୁ ସିରିଜରୁ ବାଦ୍ ପଡିଛନ୍ତି । ବଦୋଦରାରେ ଖେଳାଯାଇଥିବା ପ୍ରମ ଦିନିକିଆରେ ସେ ଆହତ ହୋଇଥିଲେ । ତାଙ୍କ ଅଣ୍ଟା ଏବଂ ପିଠିର ମାଂସପେଶୀରେ କଷ୍ଟ ଅନୁଭବ ହୋଇଥିଲା । ତେଣୁ ତାଙ୍କୁ ବିଶ୍ରାମ ଦରକାର । ଯେଉଁଥିପାଇଁ ସୁନ୍ଦରଙ୍କ ଜାଗାରେ ଆୟୁଷ ବଦୋନୀଙ୍କୁ ଦଳରେ ସାମିଲ କରାଯାଇଛି । ସେ ରାଜକୋଟରେ ଦଳ ପାଇଁ ପଦାର୍ପଣ କରିପାରନ୍ତି । ଦଳକୁନମ୍ବର ସ୍ଥାନରେ ଏପରି ଜଣେବ୍ୟାଟର ଦରକାର ଯିଏକି ବୋଲିଂ କରିବା ସହ ବ୍ୟାଟିଂ ମଧ୍ୟ କରିପାରିବେ ।

ରୋହିତ-ବିରାଟଙ୍କ ଉପରେ ନଜର

ବଦୋଦରାରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଦମଦାର୍ ବ୍ୟାଟିଂ କରିଥିଲେ ବିରାଟ କୋହଲି । ସେ୯୩ ରନ୍ କରି ଆଉଟ୍ ହୋଇଥିଲେ । ରାଜକୋଟରେ ମଧ୍ୟ ତାଙ୍କ ବ୍ୟାଟରୁ ବଡ ସ୍କୋର ଆଶା କରୁଛନ୍ତି ଫ୍ୟାନ୍ସ୍ । ସେପଟେ ରୋହିତ ଶର୍ମା ଭଲ ଷ୍ଟାର୍ଟ୍ ଦେଇଥିଲେ ବି ବଡ ସ୍କୋର୍ କରିପାରିନଥିଲେ । ତେଣୁ ରାଜକୋଟରେ ସେ ବଡ ପାଳି ଖେଳିପାରନ୍ତି ।

ସମ୍ଭାବ୍ୟ ଭାରତୀୟ ଏକାଦଶ

ରୋହିତ ଶର୍ମା, ଶୁଭମନ ଗିଲ୍, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ, ମହମ୍ମଦ ସିରାଜ, ହର୍ଷିତ ରାଣା, ରବୀନ୍ଦ୍ର ଜାଡେଜା, ଆୟୁଷ ବଦୋନୀ, ପ୍ରସିଦ୍ଧ କ୍ରିଷ୍ଣା, କୁଲଦୀପ ଯାଦବ

ସୌଜନ୍ୟ Prameya News7

 

Show More

Leave a Reply

Your email address will not be published. Required fields are marked *

Back to top button