ଓଡିଶା

Recognized the country, forgot Odisha: ଦେଶ ଚିହ୍ନିଲା, ଓଡ଼ିଶା ଭୁଲିଗଲା: ଓଡ଼ିଆ ସାହିତ୍ୟ ଜଗତର ଅନନ୍ୟ ସ୍ରଷ୍ଟା ଗୋପୀନାଥ ମହାନ୍ତି

ଅନେକ ସାହିତ୍ୟ ସୃଷ୍ଟିର ମୂକ ସାକ୍ଷୀ ଓଡ଼ିଆ ସାହିତ୍ୟ ଜଗତର ଅନନ୍ୟ ସ୍ରଷ୍ଟା ଗୋପୀନାଥ ମହାନ୍ତିଙ୍କ କୋରାପୁଟ ବାସଭବନ। ଯେଉଁ କୁଟୀରରୁ ପ୍ରକାଶ ପାଇଥିଲା କାଳଜୟୀ ଉପନ୍ୟାସ ପରଜା, ହରିଜନ, ଦାନାପାଣି ଓ ଅମୃତର ସନ୍ତାନ।

କୋରାପୁଟ: ଅନେକ ସାହିତ୍ୟ ସୃଷ୍ଟିର ମୂକ ସାକ୍ଷୀ ଓଡ଼ିଆ ସାହିତ୍ୟ ଜଗତର ଅନନ୍ୟ ସ୍ରଷ୍ଟା ଗୋପୀନାଥ ମହାନ୍ତିଙ୍କ କୋରାପୁଟ ବାସଭବନ। ଯେଉଁ କୁଟୀରରୁ ପ୍ରକାଶ ପାଇଥିଲା କାଳଜୟୀ ଉପନ୍ୟାସ ପରଜା, ହରିଜନ, ଦାନାପାଣି ଓ ଅମୃତର ସନ୍ତାନ। ଯେଉଁଥି ପାଇଁ ଗୋପୀନାଥଙ୍କୁ ମିଳିଥିଲା ଜ୍ଞାନପୀଠ ଓ ପଦ୍ମଭୂଷଣ ଉପାଧି। ଗୋପୀନାଥଙ୍କ କାଳଜୟୀ କୃତିକୁ ଦେଶ ଚିହ୍ନିଥିବା ବେଳେ ଓଡ଼ିଶା ପକ୍ଷରୁ ତାଙ୍କ ସ୍ମୃତି ରକ୍ଷା ପାଇଁ ହୋଇନି ସାମାନ୍ୟତମ ଉଦ୍ୟମ।

୧୯୪୫ ମସିହାରେ କୋରାପୁଟ ଜିଲ୍ଲାରେ ଚାକିରିରେ ଯୋଗ ଦେଇଥିଲେ ଗୋପୀନାଥ। କୋରାପୁଟ ଜିଲ୍ଲା ସଦର ମହକୁମା ତଥା ବର୍ତ୍ତମାନର ବିଏସ୍‌ଏନ୍‌ଏଲ୍ କାର୍ଯ୍ୟାଳୟ ଆଗରେ ଥିବା ସରକାରୀ ଘରେ ରହୁଥିଲେ। ମାତ୍ର ୨୯ ବର୍ଷ ବୟସରେ ଗୋପୀନାଥ ‘ପରଜା’ ଉପନ୍ୟାସ ଲେଖିବାରେ ସକ୍ଷମ ହୋଇଥିଲେ। ଏଥି ସହିତ ତାଙ୍କ ରଚିତ ଉପନ୍ୟାସ ‘ଅମୃତର ସନ୍ତାନ’ ପାଇଁ ତାଙ୍କୁ ୧୯୫୫ ମସିହାରେ ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୭୩ରେ ଜ୍ଞାନପୀଠ ପୁରସ୍କାର ଓ ୧୯୮୧ରେ ଭାରତ ସରକାର ପଦ୍ମଭୂଷଣ ପ୍ରଦାନ କରିଥିଲେ। ଭାରତର ସର୍ବଶ୍ରେଷ୍ଠ ଗଦ୍ୟ ଲେଖକ ସମ୍ମାନ ମଧ୍ୟ ମିଳିଥିଲା। ଉପନ୍ୟାସ ଏବଂ କ୍ଷୁଦ୍ର ଗଳ୍ପର ଗଳ୍ପ ଶୈଳୀ, ଚରିତ୍ର ଏବଂ ଥିମ୍ ପରିଚାଳନା କରିବାର କୌଶଳ, ଆଦିବାସୀ ଗୋଷ୍ଠୀଙ୍କ ପାଇଁ ସେମାନଙ୍କର ଲିପିବଦ୍ଧ ଭାଷାରେ ବ୍ୟାକରଣ ସୃଷ୍ଟି କରିବା ପଦକ୍ଷେପ ଗୋପୀନାଥଙ୍କୁ ପ୍ରାଚୀନ ଓଡ଼ିଆ ସାହିତ୍ୟର ପିତାର ପରିଚୟ ଦେଇଥିଲା।

କାଳଜୟୀ ସାହିତ୍ୟର ଅନ୍ତୁଡ଼ିଶାଳ ପାଲଟିଛି ଗୋଦାମଗୃହ
ଚିଠିକୁ ବିତିଗଲା ୧୦ ବର୍ଷ, ସ୍ମାରକୀ ପ୍ରତିଷ୍ଠା ପଦକ୍ଷେପ ଶୂନ

ଚାକିରି ପରେ ଗୋପୀନାଥ କୋରାପୁଟ ଛାଡ଼ିଥିବା ବେଳେ ତାଙ୍କ ବାସଭବନକୁ କାଳକ୍ରମେ ବିଏସଏନଏଲ୍ ନିଜ ବ୍ୟବହାର ପାଇଁ ନେଇଥିଲା। ଯାହା ଏବେ ବିଏସ୍‌ଏନ୍‌ଏଲ୍‌ର ଗୋଦାମ ଗୃହ ପାଲଟିଛି। ରକ୍ଷଣା‌ବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ମହାନ ବ୍ୟକ୍ତିଙ୍କ ସ୍ମୃତିର ସନ୍ତକ ବାସଭବନକୁ ସ୍ମୃତି ସ୍ମାରକ ଭାବେ ପ୍ରତିଷ୍ଠା କରିବା ପାଇଁ କୋରାପୁଟ ସାହିତ୍ୟ ପରିବାର ଓ ଇନ୍‌ଟାକ୍ ଦାବି କରି ଆସୁଛି। ଇନ୍‌ଟାକ୍‌ର ଆବାହକ ତଥା ଆଇନଜୀବୀ ଅଜିତ କୁମାର ପାତ୍ର ଓ ବରିଷ୍ଠ ସାମ୍ବାଦିକ ସିଏଚ୍‌ ସାନ୍ତାକାର କହିଛନ୍ତି, ସମ୍ବଲପୁରରେ ଆସାମ ସାହିତ୍ୟିକ ସାହିତ୍ୟରଥୀ ଲକ୍ଷ୍ମୀନାଥ ବେଜବରୁଆଙ୍କ ବାସଭବନକୁ ସ୍ମାରକୀ କରାଯାଇଛି। ସେହି ସମୟରେ ଗୋପୀନାଥ ମହାନ୍ତି ରହୁଥିବା ବାସଭବନକୁ ସ୍ମାରକୀ ଭବନ ଓ ପାଠାଗାର କରିବା ପାଇଁ କୋରାପୁଟର ଇନ୍‌ଟାକ୍ ଓ ବିଭିନ୍ନ ସାହିତ୍ୟ ସଂଗଠନ ପକ୍ଷରୁ ଦାବି ଉଠିଥିଲା। ବିଏସ୍‌ଏନ୍‌ଏଲ୍‌ ନିଜ ଅକ୍ତିଆରରେ ରଖିଥିବା ଗୃହକୁ ହସ୍ତାନ୍ତର କରିବା ପାଇଁ ପ୍ରଶାସନ ୧୦ ବର୍ଷ ହେଲା ଚିଠି ଲେଖିଲାଣି। ହେଲେ ଏଯାବତ୍ କୌଣସି ସୁଫଳ ମିଳିପାରିନି।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button