Breaking News

ନୂଆ ସଂସଦରେ ଓଡ଼ିଶା ଛାପ: କର୍ମଦ୍ବାରରେ ସ୍ଥାନ ପାଇଛି ‘କୋଣାର୍କ ଚକ୍ର’

0

ନୂଆଦିଲ୍ଲୀ: ନୂଆ ସଂସଦ ଭବନରେ ସ୍ଥାନ ପାଇଛି ଓଡ଼ିଶାର କଳାକୃତି। ସଂସଦର ୩ ଦ୍ବାର ମଧ୍ୟରୁ ଗୋଟିଏ ଦ୍ବାରରେ ଐତିହାସିକ କୋଣାର୍କ ଚକ୍ର ସ୍ଥାନିତ ହୋଇଛି। ସଂସଦ ଭବନର କର୍ମଦ୍ବାରରେ କୋଣାର୍କ ସୂର୍ଯ୍ୟ ମନ୍ଦିରର ଚକ୍ର ସ୍ଥାନିତ କରାଯାଇଛି। କର୍ମଦ୍ବାରରେ ସର୍ଦ୍ଦାର ପଟେଲ ଓ ଡ.ବି.ଆର.ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ବି ସ୍ଥାନିତ ହୋଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ସଂସଦ ଭାବନାକୁ ଲୋକାର୍ପିତ କରିଛନ୍ତି। ୬୪ ହଜାର ୫ ଶହ ବର୍ଗମିଟର କ୍ଷେତ୍ରରେ ନିର୍ମିତ ତ୍ରିକୋଣାକାର ନୂଆ ସଂସଦ ଭବନରେ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରାଯାଇଛି।

ଏହି ନୂଆ ସଂସଦ ଭବନ ମୁଖ୍ୟ ପ୍ରବେଶ ଦ୍ୱାରରେ ଓଡ଼ିଶାର କଳା ଓ ସଂସ୍କୃତିର ପ୍ରତୀକ ଐତିହାସିକ ଅଶୋକ ଚକ୍ର ଖୋଦିତ ହୋଇଛି ଏବଂ ଏହାର ତଳେ ସତ୍ୟମେବ ଜୟତେ ଲେଖାଯାଇଛି। ନୂତନ ସଂସଦ ଭବନ ଗୃହରେ ରହିଛି ୩ଟି ପ୍ରବେଶ ପଥ ରହିଛି। ସେହି ଦ୍ୱାର ଗୁଡିକର ନାଁ ଜ୍ଞାନ ଦ୍ବାର, ଶକ୍ତି ଦ୍ବାର ଓ କର୍ମ ଦ୍ବାର ରଖାଯାଇଛି।

ନୂଆ ସଂସଦରେ ତିନୋଟି ମୁଖ୍ୟଦ୍ବାର ରହିଛି। ସେସବୁ ହେଉଛି; ଜ୍ଞାନଦ୍ବାର, ଶକ୍ତିଦ୍ବାର ଓ କର୍ମଦ୍ବାର। କର୍ମଦ୍ବାରର ଡାହାଣ କାନ୍ଥରେ କୋଣାର୍କ ସୂର୍ଯ୍ୟମନ୍ଦିରର ଚକ୍ର ଶୋଭା ପାଉଛି। ଏହାର ବାମକାନ୍ଥରେ ସର୍ଦ୍ଦାର ବଲ୍ଲଭାଇ ପ‌ଟେଲ ଓ ବାବା ସାହେବ ଆମ୍ବେଦନକଙ୍କ ପ୍ରତିମୂର୍ତ୍ତି ରହିଛି।

ସେହିଭଳି, ଜ୍ଞାନଦ୍ବାରର ଡାହାଣ କାନ୍ଥରେ ଯାଜ୍ଞବଳ୍‌କ୍ୟ ସମ୍ବାଦ ଓ ନାଳନ୍ଦାର ପ୍ରତିମୂର୍ତ୍ତି ଲାଗିଥିବା ବେଳେ ଶକ୍ତିଦ୍ବାରର ଡାହାଣ କାନ୍ଥରେ ଚାଣକ୍ୟ ଓ ବାମକାନ୍ଥରେ ମହାତ୍ମା ଗାନ୍ଧୀ-ଲବଣ ସତ୍ୟାଗ୍ରହର ପ୍ରତିମୂର୍ତ୍ତି ରହିଛି। ସୂଚନା ଅନୁସାରେ, ପାଞ୍ଚାମାସ ତଳୁ କୋଣାର୍କ ସୂର୍ଯ୍ୟମନ୍ଦିରର ଚକ୍ର ନିର୍ମାଣ ଆରମ୍ଭ ହୋଇଥିଲା। ପ୍ରାୟ ୩୦ରୁ ଊର୍ଦ୍ଧ୍ବ କାରିଗର ଏହି କାର୍ଯ୍ୟ‌ରେ ନିୟୋଜିତ ହୋଇଥିଲେ। ସମ୍ପୂର୍ଣ୍ଣ ଭାବେ ପିତ୍ତଳରେ ନିର୍ମାଣ କରାଯାଇଥିବା କୋଣାର୍କଚକ୍ରର ଓଜନ ରହିଛି ୩ହଜାର କିଲୋଗ୍ରାମ। ଆଜି ଉଦ୍‌ଘାଟନ ସମୟରେ ଓଡ଼ିଶାର ସାଂସଦମ‌ାନେ ନୂଆ ସଂସଦ ଭବନରେ କୋଣାର୍କ ସୂର୍ଯ୍ୟମନ୍ଦିରର ଚକ୍ରର ପ୍ରଦର୍ଶନକୁ ଉଚ୍ଚପ୍ରଶଂସା କରିଥିଲେ।

Leave A Reply

Your email address will not be published.