ଦେଶ ବିଦେଶ

Research: ବିକଶିତ ଭାରତ ଲକ୍ଷ୍ୟ ପୂରଣ ପାଇଁ ଗବେଷଣା ଓ ଉଦ୍ଭାବନକୁ ପ୍ରୋତ୍ସାହନ ଜରୁରି: ରାଷ୍ଟ୍ରପତି

ରା‌ଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନିଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯାଇଥିବାବେଳେ ସୋମବାର ଜାମସେଦପୁରରେ ଏନ୍‌ଆଇଟିର ୧୫ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଛନ୍ତି। ଏହି ଅବସରରେ...

ଜାମସେଦପୁର:  ରା‌ଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନିଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯାଇଥିବାବେଳେ ସୋମବାର ଜାମସେଦପୁରରେ ଏନ୍‌ଆଇଟିର ୧୫ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଛନ୍ତି। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରି ରାଷ୍ଟ୍ରପତି ଗବେଷଣା, ଉଦ୍ଭାବନ ଓ ଷ୍ଟାର୍ଟଅପ୍‌ ସଂସ୍କୃତିକୁ ପ୍ରୋତ୍ସାହନ ଦେବା ଉପରେ ଗୁରୁତ୍ବ ଦେଇଥିଲେ। ୨୦୪୭ ସୁଦ୍ଧା ଭାରତ ବିକଶିତ ରାଷ୍ଟ୍ର ହେବାକୁ ଲକ୍ଷ୍ୟ ରଖିଥିବା‌ବେଳେ ଯୁବପିଢ଼ିଙ୍କର ଏଥିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ବୋଲି ରାଷ୍ଟ୍ରପତି କହିଥିଲେ।

ଗବେଷଣା, ଉଦ୍ଭାବନ ଓ ଷ୍ଟାର୍ଟଅପ୍‌ ସଂସ୍କୃତିକୁ ପ୍ରୋତ୍ସାହନ ଦେବାକୁ ଭାରତ ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଭାରତ ଜ୍ଞାନ କ୍ଷେତ୍ରରେ ସୁପର ପାୱାର ହେବାକୁ ହେଲେ ଏନ୍‌ଆଇଟି ପରି ଅନୁଷ୍ଠାନ ଗବେଷଣା ଓ ଉଦ୍ଭାବନ ଉପରେ ଅଧିକ ଗୁରୁତ୍ବ ଦେବା ଉଚିତ ବୋଲି ରାଷ୍ଟ୍ରପତି କହିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ୧,୧୧୨  ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରି ପ୍ରଦାନ କରାଯାଇଥିଲା। ରାଷ୍ଟ୍ରପତି ମୁର୍ମୁ କହିଥିଲେ, ଶିକ୍ଷାଲାଭ ଅର୍ଥ କେବଳ ଭଲ ପ୍ୟାକେଜ କିମ୍ବା ପ୍ଲେସମେଣ୍ଟ ପାଇବା ନୁହେଁ। ବରଂ ସମାଜର ଉନ୍ନତି ତଥା ଲୋକଙ୍କ ଭଲ ପାଇଁ କାମ କରିବା। ଟେକ୍ନୋଲୋଜି ଅନେକ ପରିବର୍ତ୍ତନ ଆଣିଛି, ଏହାର ଦୁର୍ବ୍ୟବହାର ଦ୍ବାରା ସାଇବର ଅପରାଧ ବୃଦ୍ଧି ଓ ଇ-ୱେଷ୍ଟ୍‌ ପରି ସମସ୍ୟା ଦେଖାଯାଉଛି। ଏହି ସବୁ ସମସ୍ୟାର ସମାଧାନ ଦିଗରେ ଏନ୍‌ଆଇଟି ପରି ଅନୁଷ୍ଠାନ ଆଗେଇ ଆସିବା ଉଚିତ ବୋଲି ରାଷ୍ଟ୍ରପତି ମୁର୍ମୁ ତାଙ୍କ ଭାଷଣରେ କହିଥିଲେ। ଏହା ପୂର୍ବରୁ ରାଷ୍ଟ୍ରପତି ପୂର୍ବ ସିଂହଭୂମି ଜିଲ୍ଲାରେ ଅଲଚିକି ଲିପିର ଶତବାର୍ଷିକୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

 

 

 

Leave a Reply

Your email address will not be published. Required fields are marked *

Back to top button