Breaking News

ରଥଯାତ୍ରାବେଳେ ଡ୍ରୋନ ଉଡ଼ାଇବା ମନା, କଟକଣା ଜାରି କଲା ପୁରୀ ପୁଲିସ

Restrictions imposed for drone flying in Puri Grand Road during Rath Yatra

0

ଭୁବନେଶ୍ବର: ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରାବେଳେ ଭିଡିଓ ଓ ଫଟୋ ଉଠାଇବା ସମ୍ଭାବନା ଦୃଷ୍ଟିରୁ କଟକଣା ଜାରି କରାଯାଇଛି। ଜଗନ୍ନାଥ ମନ୍ଦିର ରେଡ ଜୋନରେ ଯାଉଥିବାରୁ ଡ୍ରୋନ ଉଡ଼ାଣ ମନାକରାଯାଇଛି। ୩ ରଥ ପାଖରେ ଓ ଗୁଣ୍ଡିଚା ମନ୍ଦିର ପାଖରେ ମଧ୍ୟ ଡ୍ରୋନ ଉଡ଼ାଣ ପାଇଁ ମନା କରାଯାଇଛି।

ବିନା ଅନୁମତିରେ କେହି ଡ୍ରୋନ ଉଡ଼ାଇ ପାରିବେ ନାହିଁ। ଆଜି ଏ ନେଇ ଟ୍ବିଟ କରି ଡ୍ରୋନ ଉଡ଼ାଣ ଉପରେ ପୁରୀ ପୁଲିସ କଟକଣା ଜାରି କରିଛି। ପୂର୍ବରୁ ନିୟମ ଉଲ୍ଲଙ୍ଘନ କରି ୟୁଟ୍ୟୁବର ଗିରଫ ହୋଇଛନ୍ତି। ରଥଯାତ୍ରା ବେଳେ ଫଟୋ ଓ ଭିଡିଓ ପାଇଁ ଏପରି କରାଯିବାର ନଜିର ଅଛି। ଯଦି କେହି ନିର୍ଦେଶ ଅମାନ୍ୟ କରନ୍ତି ତାହେଲେ ଡ୍ରୋନ ରୁଲ୍‌ ଅନୁସାରେ ଦଣ୍ଡିତ ହେବେ ବୋଲି ଟ୍ୱିଟ୍‌ରେ କୁହାଯାଇଛି।

Leave A Reply

Your email address will not be published.