ମନୋରଞ୍ଜନ

Richest Indian comedians: ଏମାନେ ହେଲେ ଭାରତର ଧନୀ କମେଡିଆନ: ସମ୍ପତ୍ତିର ପରିମାଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ

Richest Indian comedians: ଶୋ, ସିନେମା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ କମେଡିଆନମାନଙ୍କର ଭୂମିକା ଆଜି ଶୀର୍ଷରେ ପହଞ୍ଚି ଯାଇଛି। ଆଜିର ଏଣ୍ଟରଟେନମେଣ୍ଟ ଦୁନିଆରେ କମେଡିଆନଙ୍କର ଆକର୍ଷଣ ସ୍ୱତନ୍ତ୍ର । ଏହି କମେଡିଆନମାନେ ସିରିୟସ ଆର୍ଟିଷ୍ଟମାନଙ୍କ ଠାରୁ ବି ଅଧିକ ଧନୀ। ଆସନ୍ତୁ ସେମାନଙ୍କ ସମ୍ପତ୍ତି ବିଷୟରେ ଜାଣିବା।

ନୂଆଦିଲ୍ଲୀ: ଶୋ, ସିନେମା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ କମେଡିଆନମାନଙ୍କର ଭୂମିକା ଆଜି ଶୀର୍ଷରେ ପହଞ୍ଚି ଯାଇଛି। ଆଜିର ଏଣ୍ଟରଟେନମେଣ୍ଟ ଦୁନିଆରେ କମେଡିଆନଙ୍କର ଆକର୍ଷଣ ସ୍ୱତନ୍ତ୍ର । କାହିଁକି ନା ବର୍ତ୍ତମାନର ଏଇ ବେଫିକର ଦୁନିଆରେ ସିରିୟସ ସିନ୍ ଦେଖି କେହି ସିରିୟସ ହେବାକୁ ଚାହାନ୍ତି ନାହିଁ। କମ୍ପିଟିସିନ ଦୁନିଆର ରେସ୍ରେ ଦୌଡ଼ି ପୂର୍ବରୁ ହିଁ ସିରିୟସ ହୋଇ ସାରିଥିବା ଲୋକେ ଭାବପ୍ରବଣ ସିନ୍ ଦେଖିବାକୁ ପସନ୍ଦ କରୁନାହାନ୍ତି। ତେଣୁ ସେମାନଙ୍କର ପ୍ରଥମ ପସନ୍ଦ ଏବେ କମେଡି। ୟୁଟ୍ୟୁବ୍ ଠାରୁ ଆରମ୍ଭ କରି ଷ୍ଟେଜ୍ ଶୋ, ଓ ସୋସିଆଲ୍ ମିଡିଆରେ ସୁବୁଠି ଏବେ କମେଡିଆନଙ୍କ ରାଜ୍।

ଭାରତର ଅନ୍ୟାନ୍ୟ ସିନେମା ଶିଳ୍ପକୁ ଛାଡ଼ି ଦେଲେ ବଲିଉଡ୍ ଇଣ୍ଡଷ୍ଟ୍ରୀରେ କମେଡିଆନମାନଙ୍କ ନାଁ ସବୁବେଳେ ଚର୍ଚ୍ଚାରେ ଥାଏ। କପିଲ ଶର୍ମା ତ, ତାଙ୍କ ଶୋ ବଳରେ ଖାଲି ଭାରତ ନୁହେଁ, ବିଦେଶରେ ବି ଫେମସ। ବଲିଉଡ୍ରେ ଯେଉଁ କେତେ ଜଣ ଆଗଧାଡ଼ିରେ କମେଡମିଆନ ଅଛନ୍ତି ସେମାନଙ୍କ ମଧ୍ୟରେ କପିଲ ଶର୍ମା, କୃଷ୍ଣ ଅଭିଷେକ, ଭାରତୀ ସିଂହ, ସୁନୀଲ ଗ୍ରୋଭର ଏବଂ ଅନ୍ୟମାନଙ୍କ ନାଁ ଆସେ। ଶାହରୁଖ ସଲମାନ, ଆମୀରଙ୍କ ସମ୍ପତ୍ତି ନେଇ ତ ଅନେକ ସମୟରେ ଚର୍ଚ୍ଚା ହୁଏ, ବିଭିନ୍ନ ମିଡିଆରେ ବି ଖବର ବାହାରେ। ହେଲେ ଆଜି ଆମେ ଏହି କମେଡିଆନମାନଙ୍କ ସମ୍ପତ୍ତି ବିଷୟରେ ଚର୍ଚ୍ଚା କରିବା। ପରଦା ଉପରେ ଆମକୁ ହସାଇ ହସାଇ ବେଦମ କରୁଥିବା ଏହି କମେଡିଆନମାନଙ୍କ ସମ୍ପତ୍ତି କେତେ ଆସନ୍ତୁ ଜାଣିବା।

କପିଲ ଶର୍ମା-ତାଙ୍କର ଶୋ “ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ’ରେ ସେ ଜବରଦସ୍ତ କମେଡି କରି ଲୋକଙ୍କ ହୃଦୟ ଜିତି ପାରିଛନ୍ତି। ଏହି ଶୋ’ରେ ସେ ବିଭିନ୍ନ କ୍ଷେତ୍ରର ସେଲିବ୍ରେଟିମାନଙ୍କୁ ଡାକନ୍ତି, ସେମାନଙ୍କ ସହ ଥଟାମଜାର ଏକ ଆସର ଜମେ ଟିଭି ପରଦାରେ। ଦର୍ଶକ ବି ଟିକେଟ୍ ନେଇ ଲାଇଭ୍ ଶୋରେ ଭାଗ ନିଅନ୍ତି। ଏହି ଶୋ’ରେ କପିଲ ଶର୍ମା ବିଭିନ୍ନ ଆଙ୍ଗଲରୁ କମେଡି କରି କମେଡିର ଏକ ପରିଭାଷା ବି ବଦଳାଇ ଦେଇଛନ୍ତି। ଭାରତରେ କପିଲ୍ ଶର୍ମା ହେଉଛନ୍ତି ସବୁଠାରୁ ଧନୀ ହାସ୍ୟ ଅଭିନେତା। ସେ ବହୁ ସଂଘର୍ଷ କରି ଆଜି ଏହି ସଫଳତା ହାସଲ କରିଛନ୍ତି। ବିଭିନ୍ନ ରିପୋର୍ଟ ଅନୁସାରେ, କପିଲ ଶର୍ମା ମାତ୍ର ୫୦୦ ଟଙ୍କାରୁ ତାଙ୍କର କମେଡି ଯାତ୍ରା ଆରମ୍ଭ କରିଥିଲେ ବି ଆଜି ସେ ୩୦୦ କୋଟି ଟଙ୍କାରୁ ଅଧିକ ସମ୍ପତ୍ତିର ମାଲିକ। ଏହି ଧନୀ କମେଡିଆନ ତାଲିକାରେ ଦ୍ୱିତୀୟରେ ଅଛନ୍ତି ଡାନ୍ସିଂ କିଂ ଗୋବିନ୍ଦାଙ୍କ ଭଣଜା କୃଷ୍ଣା ଅଭିଷେକ।

କୃଷ୍ଣ ଅଭିଷେକ-  କୃଷ୍ଣ ବର୍ତ୍ତମାନ ପତ୍ନୀ କାଶ୍ମୀରା ଶାହଙ୍କ ସହ ଲାଫଟର ସେଫ୍ସ -୩ ଶୋରେ ଜବରଦସ୍ତ କମେଡି କରି ଦର୍ଶକଙ୍କ ମନୋରଞ୍ଜନ କରୁଛନ୍ତି। ଫ୍ୟାନମାନେ ମଧ୍ୟ ତାଙ୍କ କମେଡି ଦେଖି ହସି ହସି ବେଦମ ହେଉଛନ୍ତି। ହିନ୍ଦୀ ସିନେ ଜଗତରେ ଆଜି ସେ ସବୁଠାରୁ ଲୋକପ୍ରିୟ ହାସ୍ୟ ଅଭିନେତାଙ୍କ ମଧ୍ୟରୁ ଜଣେ। ତାଙ୍କର ଅସାଧାରଣ କମେଡି ମାଧ୍ୟମରେ ଲୋକଙ୍କୁ ହସାଉଥିବା କୃଷ୍ଣା ମଧ୍ୟ ଜଣେ କୋଟିପତି କମେଡିଆନ। ଏପ୍ରିଲ ୨୦୨୬ ସୁଦ୍ଧା, କୃଷ୍ଣ ଅଭିଷେକଙ୍କ ସମ୍ପତ୍ତି ପ୍ରାୟ ୫୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି।

ଭାରତୀ ସିଂହ- ନିକଟରେ ଆଉ ଏକ ପୁତ୍ର ସନ୍ତାନର ମାଆ ହୋଇଥିବା ଭାରତୀ ସିଂହ ମଧ୍ୟ ଲାଫଟର ସେଫ୍ସ -୩ ଶୋରେ ତାଙ୍କ କମେଡିର ଛୁଙ୍କ ଦେଉଛନ୍ତି। ଯଦିଓ ତାଙ୍କ କ୍ୟାରିୟର ଖୁବ୍ ସଂଘର୍ଷମୟ ଥିଲା, ହେଲେ ସେ କିନ୍ତୁ ତାଙ୍କ ଲକ୍ଷ୍ୟପଥରୁ ବିଚ୍ୟୁତ ହୋଇ ନଥିଲେ। ଜଣେ ପ୍ରସିଦ୍ଧ ହାସ୍ୟ ଅଭିନେତ୍ରୀ ଏବଂ ଟେଲିଭିଜନ ବ୍ୟକ୍ତିତ୍ୱ ଭାବରେ ଭାରତୀ ସିଂହ ତାଙ୍କ ସଫଳ କ୍ୟାରିଅରରୁ ପ୍ରଚୁର ପରିମାଣର ସମ୍ପତ୍ତି କମାଇଛନ୍ତି। କପିଲ ଶର୍ମା ଶୋ ଠାରୁ ଆମ୍ଭ କରି କମେଡି ସରକସ ସବୁଥିରେ ତାଙ୍କ ଜବରଦସ୍ତ କମେଡି ଦେଖିବାକୁ ମିଳିଛି। ୨୦୨୬ ସୁଦ୍ଧା ଭାରତୀ ସିଂହଙ୍କ ସମ୍ପତ୍ତି ୨୫-୩୦ କୋଟି ଆକଳନ କରାଯାଇଛି।

ସୁନୀଲ ଗ୍ରୋଭର-ହିନ୍ଦୀ ସିନେ ଜଗତରେ ସୁଲୀନ ଗ୍ରୋଭର ହେଉଛନ୍ତି ଜଣେ ବହୁ ପ୍ରତିଭାବାନ ହାସ୍ୟ ଅଭିନେତା ବା ମଲ୍ଟି ଟାଲେଣ୍ଟେଡ୍ କମେଡିଆନ। ଦି କପିଲ ଶର୍ମା ଶୋରେ ଲୋକପ୍ରିୟତା ଅର୍ଜନ କରିଥିବା ସୁଲୀନ ଏବେ କମେଡି ସୁପର ଷ୍ଟାର। କପିଲ ଶର୍ମା ଶୋରେ ସେ କେବେ ଗୁଥି, କେବେ ରିଙ୍କୁ ଭାବି ଭୂମିକାରେ ସମସ୍ତଙ୍କୁ ହସାଇ ହସାଇ ବେଦମ କରନ୍ତି ତ ଆଉ କେବେ ଶାହରୁଖ ସଲମାନ ଆମୀର ଓ ଗୁଲ୍ଜାରଙ୍କ ବେଶରେ ଆସି ଅବିକଳ ନକଲ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦିଅନ୍ତି। ନିକଟରେ ତାଙ୍କର ଗୁଲଜାର ଓ ଆମୀରଙ୍କ ବେଶରେ ଅଭିନୟ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା। ଅମିତାଭ ବଚ୍ଚନଙ୍କ ନକଲ କରି ବି ସେ ଖୁବ୍ ଚର୍ଚ୍ଚା ସାଉଁଟିଛନ୍ତି। କେବଳ କମେଡି ନୁହେଁ ସିନେମାରେ ସିରିୟସ ଅଭିନୟ ବି କରନ୍ତି ସୁଲୀଲ ଗ୍ରୋଭର। ଏହି ଅଭିନେତାଙ୍କର ମୋଟ ସମ୍ପତ୍ତି ୨୧ କୋଟି ବୋଲି ଆକଳନ କରାଯାଇଛି।

ପଢନ୍ତୁ- ​​​​​​​ଅଭିନେତ୍ରୀ ହିମାଂଶି ଖୁରାନାଙ୍କୁ ଧମକପୂର୍ଣ୍ଣ ଇମେଲ୍, ପୋଲିସରେ ହେଲେ ଫେରାଦ

କିକୁ ଶାର୍ଦା-ହୁଏତ ଏହି ନାଁରେ ଲୋକେ ତାଙ୍କୁ କମ ଜାଣିଥିବେ। ହେଲେ କପିଲ ଶର୍ମା ଶୋରେ ପଲକ ଓ ବଚ୍ଚା ଯାଦବ କହିଲେ ପିଲା ଠାରୁ ବୁଢ଼ା ସମସ୍ତେ ହସି ହସି ଗଡ଼ିବେ। ଦ କପିଲ ଶର୍ମା ଶୋରେ ଲୋକପ୍ରିୟତା ହାସଲ କରିବା ପୂର୍ବରୁ କିକୁ କିଛି ସିନେମା ଓ ଧାରାବାହିକରେ ଛୋଟମୋଟ ଅଭିନୟ କରି ସାରିଥିଲେ। ହେଲେ କପିଲ ଶର୍ମା ଶୋ ତାଙ୍କୁ ଦେଇଥିଲା ସ୍ୱତନ୍ତ୍ର ପରିଚୟ ଦେଇଥିଲା। ଆଉ ଆଜି ସେ ଭାରତରେ ଜଣେ ଖୁବ୍ ଲୋକପ୍ରିୟ କମେଡିଆନ।କପିଲ ଶର୍ମା ଶୋରେ ତାଙ୍କ କମେଡି ଶାୟରି ଲୋକଙ୍କୁ ଦିୱାନା କରିଦିଏ। କିକିଙ୍କୁର ମୋଟ ସମ୍ପତ୍ତି ୩୩ରୁ ୩୪ କୋଟି ବୋଲି ଆକଳନ କରାଯାଇଛି।

ହର୍ଷ ଲିମ୍ବାଚିଆ-ହର୍ଷ ହେଉଛନ୍ତି ଜଣେ ଲୋକପ୍ରିୟ ଭାରତୀୟ ଚିତ୍ରନାଟ୍ୟ ଲେଖକ, ହାସ୍ୟ ଅଭିନେତା, ପ୍ରଯୋଜକ ଏବଂ ଟେଲିଭିଜନ ହୋଷ୍ଟ। ସେ ମନୋରଞ୍ଜନ ଶିଳ୍ପରେ ତାଙ୍କର ଏକାଧିକ ଦକ୍ଷତାରୁ ବିପୁଳ ପରିମାଣର ସମ୍ପତ୍ତି ଅର୍ଜନ କରିଛନ୍ତି। ହର୍ଷ ଦି କପିଲ ଶର୍ମା ଶୋ ଏବଂ ଖତରା ଖତରା ଖତରା ଭଳି ଲୋକପ୍ରିୟ ଟେଲିଭିଜନ ଶୋ’ରେ ତାଙ୍କ କାମ ପାଇଁ ବେଶ୍ ଜଣାଶୁଣା। ୨୦୨୬ ସୁଦ୍ଧା, ହର୍ଷ ଲିମ୍ବାଚିୟାର ଆନୁମାନିକ ସମ୍ପତ୍ତି ପ୍ରାୟ ୨୦-୨୫ କୋଟି ଟଙ୍କା ଆକଳନ କରାଯାଇଛି।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button