Breaking News

ଅଭିନେତ୍ରୀ ରିୟା କୁମାରୀଙ୍କ ହତ୍ୟାକୁ ନେଇ ବଢ଼ୁଛି ସନ୍ଦେହ

0

ଝାଡ଼ଖଣ୍ଡ: ବାଗନାନରେ ଝାଡ଼ଖଣ୍ଡ ଅଭିନେତ୍ରୀ ତଥା ୟୁଟ୍ୟୁବର ରିୟା କୁମାରୀଙ୍କ ହତ୍ୟାକୁ ନେଇ ରାଜ୍ୟ ଅଶାନ୍ତ ହୋଇପଡ଼ିଛି। ଏହି ହତ୍ୟାକାଣ୍ଡ କିଏ କରିଛି, ହତ୍ୟାକାଣ୍ଡର ମୋଟିଭ କଣ ଏହାକୁ ନେଇ ଚର୍ଚ୍ଚା ଚାଲିଛି। ଏବେ ଏହି ହତ୍ୟାକାଣ୍ଡରେ ଆସିଛି ଏକ ନୂଆ ମୋଡ଼। ଏଭଳି ପରିସ୍ଥିତିରେ ପୋଲିସ ସୂତ୍ରରୁ ଚାଞ୍ଚଲ୍ୟକର ସୂଚନା ମିଳିଛି।

ପ୍ରାରମ୍ଭରେ ୟୁଟ୍ୟୁବର ହତ୍ୟା ପାଇଁ ପୋଲିସ ଏକାଧିକ ମୋଟିଭର ସନ୍ଧାନ ପାଇଛି। ଗୋଟିଏ ପଟେ ପରିବାର ସଦସ୍ୟ ପ୍ରକାଶ କୁମାରଙ୍କୁ ତାଙ୍କ ଦ୍ବିତୀୟ ପତ୍ନୀ ରିୟା କୁମାରୀଙ୍କୁ ଛାଡ଼ପତ୍ର ଦେବାକୁ ଚାପ ପକାଉଥିଲେ। ଅନ୍ୟପକ୍ଷରେ ପ୍ରକାଶ ରିୟାଙ୍କ ନାମରେ ମୋଟା ଅଙ୍କର ଜୀବନ ବୀମାର ନୋମିନି ଥିଲେ। ବଜାରରେ ପ୍ରକାଶଙ୍କର ପୁଣି ବହୁତ ଋଣ ଥିଲା। ପୋଲିସର ଧାରଣା ଅନୁଯାୟୀ, ଝାଡ଼ଖଣ୍ଡର ଅଭିନେତ୍ରୀ ରିୟା କୁମାରୀ ପ୍ରକାଶ ହତ୍ୟା କରିଛନ୍ତି।

ପୋଲିସ କହିଛି ଯେ, ପ୍ରକାଶଙ୍କ ଦ୍ବିତୀୟ ପତ୍ନୀ ଥିଲେ ରିୟା। ୧୦ବର୍ଷ ପୂର୍ବେ ଉଭୟ ପ୍ରେମ କରି ମନ୍ଦିରରେ ବିବାହ କରିଥିଲେ। ସେ ତାଙ୍କର ପ୍ରଥମ ପତ୍ନୀଙ୍କୁ ଛାଡ଼ି ରିୟାଙ୍କ ସହ ରହୁଥିଲେ। ପ୍ରକାଶଙ୍କ ପ୍ରଥମ ପତ୍ନୀ ଦୁଇ ପିଲାଙ୍କ ସହ ହଜାରିବାଗରେ ରୁହନ୍ତି। ତାଙ୍କ ସହିତ ପ୍ରକାଶଙ୍କ ପରିବାରର ଭଲ ସମ୍ପର୍କ ଅଛି। ପ୍ରକାଶଙ୍କ ପରିବାର ଲୋକ ରିୟାଙ୍କ ଆଚରଣରେ ସବୁବେଳେ କ୍ଷୁବ୍ଧ ରହୁଥିଲେ। ସେମାନେ ଚାହୁଁ ନ ଥିଲେ ପ୍ରକାଶ ରିୟାଙ୍କ ପାଖରେ ରହୁନ୍ତୁ। ପ୍ରଥମ ପତ୍ନୀଙ୍କୁ ଫେରାଇ ଆଣିବାକୁ ପ୍ରକାଶଙ୍କ ଉପରେ ସବୁବେଳେ ଚାପ ପକାଉଥିଲେ। ରିୟା ତାଙ୍କ ପୂର୍ବତନ ପତ୍ନୀଙ୍କ ସହ ପ୍ରକାଶଙ୍କ ସମ୍ପର୍କକୁ ଜମା ଗ୍ରହଣ କରିପାରିଲେନି। ଏହା ଉଭୟଙ୍କ ମଧ୍ୟରେ ଦ୍ବନ୍ଦ୍ବ ସୃଷ୍ଟି କଲା। ଏହିଭଳି କଥା ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ରିୟାଙ୍କ ପରିବାର ଲୋକେ। ପୋଲିସ ସୂତ୍ର ମଧ୍ୟ ଦାବି କରିଛି ଯେ, ରିୟାଙ୍କ ଜୀବନ ବୀମାରେ ୪୦ରୁ ୫୦ଲକ୍ଷ ରହିଛି। ଏହି ଟଙ୍କା ପାଇଁ ତାଙ୍କ ସ୍ବାମୀ ତାଙ୍କୁ ହତ୍ୟା କରିଛନ୍ତି କି? ଏନେଇ ପୋଲିସ ତନାଘନା ଜାରି ରଖିଛି।

Leave A Reply

Your email address will not be published.