Breaking News

ମରିବା ପୂର୍ବରୁ ବାନ୍ଧବୀଙ୍କୁ କଲ୍‌ କରିଥିଲେ ଡିଜେ ଆଜେକ୍ସ, ୯୭ ସେକେଣ୍ଡ କଥା ହେବା ପରେ କାଟି ଦେଇଥିଲେ କଲ୍‌

0

ଭୁବନେଶ୍ବର: ଡିଜେ ଆଜେକ୍ସ ଆତ୍ମହତ୍ୟା ମାମଲା ଉପରୁ ଉଠୁନି ପର୍ଦ୍ଦା। ବରଂ ସସ୍‌ପେନ୍ସ ବଢ଼ି ଚାଲିଛି। ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ସଦ୍ୟତମ ତଥ୍ୟ ଅନୁସାରେ ମୃତ୍ୟୁ ପୂର୍ବରୁ ବାନ୍ଧବୀଙ୍କ ସହ ୯୭ ସେକେଣ୍ଡ କଥା ହୋଇଥିଲେ ଡିଜେ ଆଜେକ୍ସ। ତେବେ ମୃତ୍ୟୁ ପୂର୍ବରୁ କ’ଣ କହିଥିଲେ ଡିଜେ ଆଜେକ୍ସ , ତାହା ବର୍ତ୍ତମାନ ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ ଆତ୍ମହତ୍ୟା ପୂର୍ବରୁ ଡିଜେ ଆଜେକ୍ସ ତାଙ୍କ ବାନ୍ଧବୀ ଜିଜ୍ଞାସାଙ୍କ ସହ କଥା ହୋଇଥିଲେ। ସେ ୯୭ ସେକେଣ୍ଡ କଥା ହେବା ପରେ କଲ୍‌ କାଟି ଦେଇଥିଲେ। ଏହା ପରେ ବାନ୍ଧବୀ ଭିଡିଓ କଲ୍‌ କରିଥିଲେ। ମାତ୍ର ଡିଜେ ଆଜେକ୍ସ ଫୋନ୍‌ ଉଠାଇ ନଥିଲେ। ବାନ୍ଧବୀ ଭିଡିଓ କଲ୍‌ ବେଳକୁ ଆଜେକ୍ସ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ସେଥିପାଇଁ ଆଜେକ୍ସଙ୍କ ମୋବାଇଲ୍‌ ଓ ଲାପଟପ୍‌ ଯାଞ୍ଚ କରିବ ସାଇବର ଟିମ୍‌। ସୋଶାଲ ମିଡିଆ ମେସେଜ ମଧ୍ୟ ଯାଞ୍ଚ ହେବା ନେଇ ସୂଚନା ଦେଇଛି ତଦନ୍ତକାରୀ ସଂସ୍ଥା।

ବହୁଚର୍ଚ୍ଚିତ ଡିଜେ ଆଜେକ୍ସ ଓରଫ ଅକ୍ଷୟ ମହାରଣାଙ୍କ ଆତ୍ମହତ୍ୟା ଘଟଣାର ତଦନ୍ତର ଅଗ୍ରଗତି ସଂପର୍କରେ ଡିସିପି ପ୍ରତୀକ ସିଂ ପ୍ରତିକ୍ରିୟା ରଖିଛନ୍ତି। ଡିସିପି କହିଛନ୍ତି, ଡିଜେ ଆଜେକ୍ସଙ୍କ ମାଙ୍କ ଅଭିଯୋଗ ଉପରେ ତଦନ୍ତ ଚାଲିଛି। ମା କରିଥିବା ଅଭିଯୋଗକୁ ଆମେ ଗୁରୁତ୍ୱ ସହ ନେଇଛୁ। ଯେତେ ଲୋକ ଏହି ଘଟଣାରେ ସଂଶ୍ଳିଷ୍ଟ ଅଛନ୍ତି, ସମସ୍ତଙ୍କୁ ନେଇ ତଦନ୍ତ କରୁଛୁ। ସମସ୍ତଙ୍କୁ ପ୍ରଶ୍ନ କରାଯାଉଛି। ଟେକ୍ନିକାଲ ଟିମ ତଦନ୍ତ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ସେମାନେ ନିଷ୍ଠାର ସହ ତଦନ୍ତ କରୁଛନ୍ତି। ଇ ମେଲ,ଭଏସ୍ ରେକର୍ଡ଼ିଂଗ, ଏବଂ ଅନ୍ୟାନ୍ୟ ଡିଜିଟାଲ ପ୍ରମାଣ ଥିବାରୁ ଟେକ୍ନିକାଲ ଟିମ ଏଦିଗରେ ସବୁ ପ୍ରକାର ତଦନ୍ତ କରୁଛନ୍ତି।

ସୂଚନାଯୋଗ୍ୟ, ଗତ ଶନିବାର ଦିନ ଖାରବେଳ ନଗର ଘରୁ ଝୁଲନ୍ତା ଅବସ୍ଥାରେ ଡିଜେ ଆଜେକ୍ସ ଓରଫ ଅକ୍ଷୟ ମହାରଣାଙ୍କର ମୃତଦେହ ଉଦ୍ଧାର ହୋଇଥିଲା। ଶେଷଥର ପାଇଁ ସେ ଶନିବାର ସନ୍ଧ୍ୟା ସାଢ଼େ ୬ଟାରେ ପରିବାର ଲୋକଙ୍କ ସହିତ କଥା ହୋଇଥିଲେ। ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ଦେଖିବା ପରେ ଡିଜେ ଆଜେକ୍ସ ଓରଫ୍ ଅକ୍ଷୟ କୁମାରଙ୍କୁ ପରିବାର ଲୋକେ ଏକ ଘରୋଇ ହସ୍ପିଟାଲକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ତାଙ୍କ ଆତ୍ମହତ୍ୟା ପଛରେ ଆଜେକ୍ସଙ୍କ ପ୍ରେମିକା ଏବଂ ଜଣେ ସହପାଠୀଙ୍କର ହାତ ଥିବା କୁହାଯାଉଛି। ଏହି ଘଟଣାରେ ଆଜି ଡିଜେ ଆଜେକ୍ସଙ୍କ ପରିବାର ଲୋକଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା। ଡିଜେ ଆଜେକ୍ସଙ୍କ ମୃତ୍ୟୁ ପଛରେ ତାଙ୍କ ପ୍ରେମିକା ଓ ପ୍ରେମିକାଙ୍କ ବନ୍ଧୁଙ୍କ ହାତ ରହିଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଆଜେକ୍ସଙ୍କ ମା ସିଧାସଳଖ ପ୍ରେମିକା ଉପରେ ଦୋଷ ଲଦିଛନ୍ତି।
ଡିଜେ ଆଜେକ୍ସ ମୃତ୍ୟୁର ତଦନ୍ତ ନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି, ଆଜେକ୍ସ ଓରଫ ଅକ୍ଷୟଙ୍କ ମା’ଙ୍କ ଅଭିଯୋଗକୁ ଗୁରୁତ୍ୱର ସହ ନେଇଛୁ। ଯାହା ଯାହା ଅଭିଯୋଗ ଆସିଛି। ତାହାରି ଉପରେ ତଦନ୍ତ କରାଯାଉଛି। ଅକ୍ଷୟଙ୍କ ସହ ଯାହାର ସଂପର୍କ ଥିଲା, ସମସ୍ତଙ୍କୁ ପଚରାଉଚରା କରାଯାଉଛି ବୋଲି ଡିସିପି କହିଛନ୍ତି।

Leave A Reply

Your email address will not be published.