Breaking News

ଉଚ୍ଚଶିକ୍ଷା ବିଭାଗରେ ଖରାପ ପ୍ରଦର୍ଶନ : ବାଦ୍ ପଡିଲେ ମନ୍ତ୍ରୀ ରୋହିତ ପୂଜାରୀ, ଅତିରିକ୍ତ ଦାୟିତ୍ୱ ନେଲେ ଅତନୁ ସବ୍ୟସାଚୀ

0

ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗରେ ଖରାପ ପ୍ରଦର୍ଶନ ଲାଗି ରାଜ୍ୟ ମନ୍ତ୍ରୀମଣ୍ଡଳରୁ ବାଦ୍ ପଡିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ । ରୋହିତ ପୂଜାରୀଙ୍କୁ ବାଦ ଦେବାକୁ ମୁଖ୍ୟମନ୍ତ୍ରୀ ସୁପାରିଶ କରିଛନ୍ତି । ଏ ସଂପର୍କରେ ରାଜ୍ୟପାଳଙ୍କୁ ସୁପାରିଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଏହା ପଛରେ କଣ କାରଣ ରହିଛି ତାହାକୁ ନେଇ କିଛି ସ୍ୱଷ୍ଟ ହୋଇନାହିଁ ।

ଗତ ବର୍ଷ ଜୁନ୍ ମାସରେ ରୋହିତ ପୂଜାରୀଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇଥିଲା । କିନ୍ତୁ ଦଳ ମଧ୍ୟରେ ତାଙ୍କୁ ଗୁରୁତ୍ୱ ମିଳୁ ନ ଥିଲା । ବିଭାଗ ୱାରୀ ସମୀକ୍ଷା ପରେ ତାଙ୍କ ପରଫର୍ମାାନ୍ସ ଭଲ ନ ଥିଲା ବୋଲି କୁହାଯାଉଛି । ତେବେ ଏହା ଭିତରେ ଅନ୍ୟ କିଛି ରାଜନୈତକ କାରଣ ରହିଛି ବୋଲି ଚର୍ଚ୍ଚା ହେଉଛି । ଗୋଟିଏ ବର୍ଷ ଭିତରେ ପ୍ରଦର୍ଶନ କିଭଳି ଖରାପ ହୋଇଗଲା ବୋଲି ଆଲୋଚନା ହେଉଛି । ନିକଟରେ ଜାତୀୟ ସ୍ତରରେ ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡିକର ଖରାପ ପ୍ରଦର୍ଶନ ତାଲିକା ଏହାର ଏକ କାରଣ ହୋଇପାରେ ବୋଲି କୁହାଯାଉଛି । ନାକ୍ ରେ ମଧ୍ୟ ରାଜ୍ୟର ଶିକ୍ଷାନୁଷ୍ଠାନ ଗୁଡିକ ଆଶାଜନକ ସଫଳତା ହାସଲ କରିନାହିଁ ।

Leave A Reply

Your email address will not be published.