Breaking News

ଭୁଶୁଡ଼ିଲା ନିର୍ମାଣଧୀନ କୋଠା

0

ରାଉରକେଲା:  ରାଉରକେଲା ପାନପୋଷ ଛକ ନିକଟରେ ସ୍ମାର୍ଟସିଟି ଦ୍ଵାରା ନିର୍ମାଣଧୀନ ମାର୍କେଟ କମ୍ପ୍ଲେକ୍ସ କୋଠା ଭୁଶୁଡିଛି । କିଛି ଶ୍ରମିକ ଆହତ ହୋଇଥିବା ନେଇ ସନ୍ଦେହ କରାଯାଉଛି । ଘଟଣାକୁ  ଚାପିବାକୁ ଚେଷ୍ଟା କରୁଛନ୍ତି ସ୍ମାର୍ଟ ସିଟି ଅଧିକାରୀ।

ଗତକାଲି ରାତି ପ୍ରାୟ ସାଢ଼େ 8 ବେଳେ ଏହି ଅଘଟଣ ହେଇଥିବା ଜଣାପଡିଛି ।  ତେବେ ସ୍ମାର୍ଟ ସିଟି ତରଫରୁ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ପାଇଁ ଠିକା ଦିଆଯାଇଥିବା କମ୍ପାନୀର ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଛି ପ୍ରଶ୍ନ । ଘଟଣା ଘଟିବା ପରଠୁ ନା ସ୍ମାର୍ଟ ସିଟି ଅଧିକାରୀଙ୍କ ଦେଖା ଅଛି ନା ଫୋନ ଉଠାଉଛନ୍ତି  ସ୍ମାର୍ଟସିଟି ଅଧିକାରୀ ।  ସ୍ମାର୍ଟସିଟିର ଦାୟିତ୍ଵରେ ଥିବା ଅଧିକାରୀଙ୍କ କାର୍ଯ୍ୟକୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି ।

Leave A Reply

Your email address will not be published.