Russian oil price: ଭାରତ ପାଇଁ ମହଙ୍ଗା ହେଲା ଋଷ ତେଲ: ୟୁରାଲ୍ସ କ୍ରୁଡ ଡିମାଣ୍ଡ ବଢ଼ିବା ମୂଖ୍ୟ କାରଣ
Russian oil price: ଶୁକ୍ରବାର ଭାରତର ପଶ୍ଚିମ ଉପକୂଳରେ ପହଞ୍ଚିଥିବା ୟୁରାଲ୍ସ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା ୯୮.୯୩ ଡଲାରରେ ପହଞ୍ଚିଛି। ଯୁକ୍ରେନ ଯୁଦ୍ଧ ପରେ ଋଷ ରପ୍ତାନୀ କରୁଥିବା ତେଲ ଠାରୁ ଏହା ଖୁବ୍ ମହଙ୍ଗା।

ନୂଆଦିଲ୍ଲୀ: ଯୁଦ୍ଧ ପରିସ୍ଥିତି ଯୋଗୁ ଋଷ ତେଲ କିଣିବାକୁ ଆମେରିକା ବିଭିନ୍ନ ଦେଶ ପାଇଁ କଟକଣା କୋହଳ କରିବା ପରେ ଋଷ ତେଲ ମୂଲ୍ୟ ବଢ଼ି ଯାଇଛି। ଭାରତ ପାଇଁ ମଧ୍ୟ ଋଷ ରପ୍ତାନୀ ଆକାଶ ଛୁଆଁ ହୋଇଛି।
ଆର୍ଗସ୍ ମିଡିଆର ତଥ୍ୟ ଅନୁଯାୟୀ, ଶୁକ୍ରବାର ଭାରତର ପଶ୍ଚିମ ଉପକୂଳରେ ପହଞ୍ଚିଥିବା ୟୁରାଲ୍ସ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା ୯୮.୯୩ ଡଲାରରେ ପହଞ୍ଚିଛି।ତେବେ ଏଥିରେ ପରିବହନ ଖର୍ଚ୍ଚ ବି ରହିଛି। ୨୦୨୨ ପ୍ରାରମ୍ଭରେ ୟୁକ୍ରେନ୍ ଆକ୍ରମଣ ପରେ ରୁଷ ଭାରତକୁଯେଉଁ ଅଶୋଧିତ ତୈଳ ରପ୍ତାନି କରୁଥିଲା, ଏହାତା’ଠାରୁ ଖୁବ ମହଙ୍ଗା ରହିଛି।
ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ବିଶ୍ୱ ସ୍ତରରେ ତୈଳ ଦର ବୃଦ୍ଧି ପାଇବା ପରେ ଏହି ବୃଦ୍ଧି ଘଟିଛି।ମିଳିଥିବା ତଥ୍ୟ ଅନୁସାରେ, ଶୁକ୍ରବାର ଗ୍ଲୋବାଲ ବେଞ୍ଚମାର୍କ ଡେଟେଡ୍ ବ୍ରେଣ୍ଟ ତୁଳନାରେ ରୁଷର ଭାରତୀୟ ବନ୍ଦରଗୁଡ଼ିକୁ ପଠାଯାଉଥିବା ଅଶୋଧିତ ତୈଳ ଉପରେ ରିହାତି $୪.୮୦ ପ୍ରତି ବ୍ୟାରେଲକୁ ହ୍ରାସ ପାଇଛି। ଯାହା ଗତ ଚାରି ମାସରେ ସର୍ବନିମ୍ନ ରିହାତି।
ଗତ ସପ୍ତାହରେ ଆମେରିକାର ଟ୍ରେଜେରୀବିଭାଗ ଦ୍ୱିତୀୟ ଥର ପାଇଁ କ୍ରେତାମାନଙ୍କୁ ସମୁଦ୍ରରେ ପୂର୍ବରୁ ଥିବା ରୁଷୀୟ ତୈଳ କାର୍ଗୋ ରିସିଭ କରିବାକୁ ଅନୁମତି ଦେଇଥିଲା। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ତୃତୀୟ ସପ୍ତାହରେ ପ୍ରବେଶ କରିବା ସହିତ ମୂଲ୍ୟ ଉପରେ ଚାପ କମ କରିବାକୁ ଚାହୁଁଥିବାରୁ ଏହି ପଦକ୍ଷେପ ନିଆଯାଇଛି। ଏଥିରେ ଭାରତ ସମେତ ଅନ୍ୟ ଦେସମାନେ ବି ଋଷ ଠାରୁ ତେଲ କିଣିପାରିବେ।
ମାର୍ଚ୍ଚ ଆରମ୍ଭରେ ଆମେରିକାରୁ ସବୁଜ ସଙ୍କେତ ପାଇବା ପରେ,ଇଣ୍ଡିଆନ ଅଏଲ୍ କର୍ପୋରେସନ ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ସମେତ ଭାରତୀୟ ରିଫାଇନାର୍ସମାନେ ପ୍ରାୟ ୩୦ ମିଲିଅନ ବ୍ୟାରେଲ ବିକ୍ରି ହୋଇ ନଥିବା ରୁଷୀୟ ଅଶୋଧିତ ତୈଳ କିଣିଛନ୍ତି ବୋଲି ସୂଚନା ମିଳିଛି।
ଆର୍ଗସ୍ ମିଡିଆ ଅନୁଯାୟୀ,ଶୁକ୍ରବାର ରୁଷିଆର ପଶ୍ଚିମ ବନ୍ଦରଗୁଡ଼ିକରେ ୟୁରାଲ୍ସ ତେଲର ହାରାହାରି ମୂଲ୍ୟ ୭୩.୭୩ ଡଲାର ପ୍ରତି ବ୍ୟାରେଲ ଥିଲା,ଯାହା ୨୦୨୪ ମଧ୍ୟ-ଜୁଲାଇ ପରଠାରୁ ଏହା ସର୍ବାଧିକ ଦର। ତେବେ ତଥାକଥିତ ଡେଲିଭରି ସ୍ପ୍ରେଡ୍ – ରପ୍ତାନି ଏବଂ ଡେଲିଭରି ମୂଲ୍ୟ ମଧ୍ୟରେ ଥିବା ବ୍ୟବଧାନଶେଷର ଋଷକୁ ମିଳିବ କି ନା ତାହା ସ୍ପଷ୍ଟ ହୋଇ ନାହିଁ।
ଏହି ବର୍ଷ ପାଇଁ ରୁଷର ବଜେଟରେ ଅଶୌଧିତ ତୈଳ ମୂଲ୍ୟ ପ୍ରତି ବ୍ୟାରେଲ ମୂଲ୍ୟ ହାରାହାରି ୫୯ ଡଲାର ରହିବ ବୋଲି ଆକଳନ କରାଯାଇଥିଲା। ହେଲେ ବର୍ଦ୍ଧିତ ନୂଆ ମୂଲ୍ୟ ଆକଳନ ଅପେକ୍ଷା ବହୁତ ଅଧିକ। ଗତ ସପ୍ତାହରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦେଶର ତୈଳ ଏବଂ ଗ୍ୟାସ ଉତ୍ପାଦକମାନଙ୍କୁ ବର୍ଦ୍ଧିତ ସାମଗ୍ରୀ ମୂଲ୍ୟର ସୁଯୋଗ ନେବାକୁ ଅନୁରୋଧ କରିଥିଲେ।ତେବେ ଏହି ବୃଦ୍ଧି ନିଶ୍ଚିତ ଭାବରେ ଅସ୍ଥାୟୀ ଏବଂ ଅଧିକାରୀ ଏବଂ କମ୍ପାନୀଗୁଡ଼ିକ ସେହି ଅନୁସାରେ ଯୋଜନା କରିବା ଉଚିତ ବୋଲି ପୁଟିନ କହିଥିଲେ।
ସୌଜନ୍ୟ Prameya News7




