ଦେଶ ବିଦେଶ

S Jaishankar Target Pakistan: ଆମକୁ ଖରାପ ପଡୋଶୀ ମିଳିଛନ୍ତି; ଏଭଳି କହି ପାକିସ୍ତାନକୁ ଟା‌‌ର୍ଗେଟ କଲେ ଜୟଶଙ୍କର

ଆମକୁ ଖରାପ ପଡୋଶୀ ମିଳିଛନ୍ତି। ଏଭଳି କହି ପାକିସ୍ତାନକୁ ଟାର୍ଗେଟ କଲେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର। ପାକିସ୍ତାନ, ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଏକ ଖରାପ ପଡ଼ୋଶୀ ବୋଲି ସ୍ପଷ୍ଟ କରିଛନ୍ତି ଜୟଶଙ୍କର।

ନୂଆଦିଲ୍ଲୀ: ଆମକୁ ଖରାପ ପଡୋଶୀ ମିଳିଛନ୍ତି। ଏଭଳି କହି ପାକିସ୍ତାନକୁ ଟାର୍ଗେଟ କଲେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର। ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ପାକିସ୍ତାନକୁ, ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଏକ ଖରାପ ପଡ଼ୋଶୀ ବୋଲି କହି ସ୍ପଷ୍ଟ କରିଛନ୍ତି ଯେ, ଭାରତକୁ ନିଜ ସୁରକ୍ଷା କରିବାର ସମ୍ପୂର୍ଣ୍ଣ ଅଧିକାର ଅଛି। ଆଇଆଇଟି ମାଡ୍ରାସରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଜୟଶଙ୍କର ଏଭଳି କହିଛନ୍ତି।

ଦେଶର ସୁରକ୍ଷା ପାଇଁ ଯାହା ଦରକାର ତାହା କରିବୁ

ତାଙ୍କ କହିବା ମୁତାବକ, “ଭାରତ ତାର ସୁରକ୍ଷା ଏବଂ ଜାତୀୟ ସ୍ୱାର୍ଥକୁ ରକ୍ଷା କରିବ ଏବଂ ଆତଙ୍କବାଦର ମୁକାବିଲା କରିବା ପାଇଁ କୌଣସି ବାହ୍ୟ ଚାପ କିମ୍ବା ପରାମର୍ଶ ଗ୍ରହଣ କରିବ ନାହିଁ। ଯେତେବେଳେ ଏକ ପଡ଼ୋଶୀ ଦେଶ ନିରନ୍ତର ଆତଙ୍କବାଦକୁ ପ୍ରୋତ୍ସାହିତ କରେ, ସେତେବେଳେ ନିଜ ଲୋକଙ୍କୁ ସୁରକ୍ଷା ଦେବାର ସମ୍ପୂର୍ଣ୍ଣ ଅଧିକାର ଭାରତର ଅଛି। ଆମେ ଯାହା ଆବଶ୍ୟକ ତାହା କରିବୁ। ଆମ ଦେଶରେ ଆତଙ୍କବାଦ ପ୍ରସାର କରି ଆମ ସହିତ ପାଣି ବାଣ୍ଟିବାର ଆଶା ତୁମେ ରଖିପାରିବ ନାହିଁ। ଆତଙ୍କବାଦ ପ୍ରତି ଭାରତର ପ୍ରତିକ୍ରିୟା କ’ଣ ହେବ, ତାହା କେବଳ ଭାରତ ସ୍ଥିର କରିବ। ଆମେ ଆମର ଅଧିକାର କିପରି ବ୍ୟବହାର କରିବୁ ସେ ନିଷ୍ପତ୍ତି ଆମର ହେବ। ଆମେ କ’ଣ କରିବା ଉଚିତ କିମ୍ବା ନ କରିବା ଉଚିତ ତାହା କେହି କହିପାରିବେ ନାହିଁ। ଆମର ସୁରକ୍ଷା ପାଇଁ ଯାହା ଆବଶ୍ୟକ ତାହା ଆମେ କରିବୁ।”

ପାକିସ୍ତାନର ନାମ ନନେଇ ଏସ. ଜୟଶଙ୍କର କହିଛନ୍ତି ଯେ, ଅନେକ ଦେଶକୁ ନିଜ ଖରାପ ପଡ଼ୋଶୀଙ୍କ ସାମ୍ନା କରିବାକୁ ପଡ଼ୁଛି। କିନ୍ତୁ ଭାରତର ପରିସ୍ଥିତି ଅଧିକ ଗମ୍ଭୀର କାରଣ ଭାରତର ପଡୋଶୀ ଦେଶ ଆତଙ୍କବାଦକୁ ରାଷ୍ଟ୍ର ନୀତି ଭାବରେ ବ୍ୟବହାର କରୁଛି। ଯଦି କୌଣସି ଦେଶ ଜାଣିଶୁଣି ଏବଂ ନିରନ୍ତର ଭାବରେ ଆତଙ୍କବାଦକୁ ପ୍ରୋତ୍ସାହିତ କରେ, ତେବେ ଆମର ଆମର ଲୋକଙ୍କୁ ସୁରକ୍ଷା ପାଇଁ କିଛି ବି କରିପାରିବୁ।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button