Breaking News

ଅସ୍ତ୍ରୋପଚାର ପାଇଁ ଡାକ୍ତରଖାନାରେ ଭର୍ତ୍ତି ହେଲେ ସୈଫ୍ ଅଲୀ ଖାନ୍

ମୁମ୍ବାଇ: ହଠାତ୍ ଡାକ୍ତରଖାନାରେ ଭର୍ତ୍ତି ହେଲେ ବଲିଉଡର ଲୋକପ୍ରିୟ ଅଭିନେତା ସୈଫ୍ ଅଲି ଖାନ। ଆଜି ସକାଳେ ଅଭିନେତାଙ୍କୁ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସୈଫଙ୍କ ଆଣ୍ଠୁ ଏବଂ କାନ୍ଧରେ ଆଘାତ ଲାଗିଥିବା ବେଳେ ଆଜି ତାଙ୍କର ଅସ୍ତ୍ରୋପଚାର କରାଯାଇଛି। ତେବେ ସୈଫ କିପରି ଆହତ ହୋଇଥିଲେ ସେ ସମ୍ପର୍କରେ ସୂଚନା ମିଳିପାରି ନାହିଁ। ଅସ୍ତ୍ରୋପଚାର ପାଇଁ ସୈଫଙ୍କ ସହ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ କରୀନା କପୁର ଖାନ ମଧ୍ୟ ଡାକ୍ତରଖାନାରେ ଉପସ୍ଥିତ ଥିବା ଜଣାପଡ଼ିଛି।

ଏହା ସହ ବର୍ତ୍ତମାନ ପର୍ଯ୍ୟନ୍ତ ସୈଫ ଅଲୀ ଖାନଙ୍କ ଅସ୍ତ୍ରୋପଚାର ସଂପର୍କରେ କୋକିଲାବେନ୍ ହସ୍ପିଟାଲ ପକ୍ଷରୁ କୌଣସି ବିବୃତି ଦିଆଯାଇନାହିଁ। ଏମିତି କି ସୈଫ ଅଲି ଖାନ ଏବଂ କରୀନା କପୁର ଖାନ ମଧ୍ୟ ସେମାନଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏହା ବିଷୟରେ କୌଣସି ସୂଚନା ଦେଇନାହାଁନ୍ତି।

Comments are closed.