ଓଡିଶା

Sand mafia: ତହସିଲଦାରଙ୍କୁ ବାଲି ମାଫିଆଙ୍କ ଆକ୍ରମଣ

ଗାଡ଼ି କାଗଜପତ୍ର ଯାଞ୍ଚ ସମୟରେ ବାଲେଶ୍ବର ଜିଲ୍ଲା ସୋର ତହସିଲଦାରଙ୍କୁ ଆକ୍ରମଣ କରିଛନ୍ତି ବାଲି ମାଫିଆ। ଏନେଇ ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁସାରେ; ଆଜି ଅପରାହ୍ଣରେ ସୋର ତହସିଲଦାର ଚିନ୍ମୟ ରାଉତ ଓ ଅତିରିକ୍ତ ତହସିଲଦାର....

ସୋର: ଗାଡ଼ି କାଗଜପତ୍ର ଯାଞ୍ଚ ସମୟରେ ବାଲେଶ୍ବର ଜିଲ୍ଲା ସୋର ତହସିଲଦାରଙ୍କୁ ଆକ୍ରମଣ କରିଛନ୍ତି ବାଲି ମାଫିଆ। ଏନେଇ ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁସାରେ; ଆଜି ଅପରାହ୍ଣରେ ସୋର ତହସିଲଦାର ଚିନ୍ମୟ ରାଉତ ଓ ଅତିରିକ୍ତ ତହସିଲଦାର କୃଷ୍ଣମୋହନ ସିଂହ ଅନନ୍ତପୁରରୁ ସୋର ଫେରୁଥିବା ବେଳେ ଅଇଁରୀ ଛକ ନିକଟରେ ଓଡି-୨୨ଏସି-୩୬୬୨ ନମ୍ବର ବିଶିଷ୍ଟ ବେଆଇନ ବାଲି ବୋଝେଇ ଗାଡ଼ିକୁ ଅଟକାଇ କାଗଜପତ୍ର ଯାଞ୍ଚ କରିଥିଲେ। ଗାଡ଼ିଚାଳକ ଓ ତାଙ୍କର ସହଯୋଗୀମାନେ ଏହାକୁ ବିରୋଧ କରିବା ସହ ତହସିଲଦାରଙ୍କୁ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଜବତ କରିବା ସହିତ ତହସିଲଦାରଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ତହସିଲଦାର ଯାଞ୍ଚ କରୁଥିବା ବେଳେ ଭିଡିଓ ଉତ୍ତୋଳନ କରୁଥିବା ଜଣେ ବ୍ୟକ୍ତିଙ୍କୁ ଅତିରିକ୍ତ ତହସିଲଦାର ମାଡ଼ ମାରିଥିଲେ ବୋଲି ପାଲଟା ଅଭିଯୋଗ ହୋଇଛି। ସେହିପରି ଏହି ଘଟଣା ପରେ ତହସିଲ ପ୍ରଶାସନ ପକ୍ଷରୁ ବେଆଇନ ବାଲି ଓ ପଥର ଜବତ କରାଯାଇଛି।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button