ଓଡିଶାମହାନଗର

satkosia: କେନ୍ଦ୍ର ଫୋକସ୍‌ରେ ସାତକୋଶିଆ: ଚିତା ବଂଶ ତୃତୀୟ ପିଢ଼ିରେ ପହଞ୍ଚିଲା, ଏ ମାସ ଶେଷ ସୁଦ୍ଧା ଆଉ ଚିତା ଆସିବେ

ଓଡ଼ିଶାର ସାତକୋଶିଆ ସମେତ ଦେଶର ୪ଟି ବ୍ୟାଘ୍ର ଅଭୟାରଣ୍ୟ ମହାବଳ ଶୂନ୍ୟ। ଯେଉଁଥିରେ ତେଲେଙ୍ଗାନାର କୱାଲ ବ୍ୟାଘ୍ର ଅଭୟାରଣ୍ୟ, ମହାରାଷ୍ଟ୍ରର ସାୟଦ୍ରି ଅଭୟାରଣ୍ୟ ଓ ଆନ୍ଧ୍ରପ୍ରଦେଶର ଶ୍ରୀ ଭେଙ୍କଟେଶ୍ବର ନ୍ୟାସ୍‌ନାଲ ପାର୍କ ରହିଛି।

ଭୁବନେଶ୍ବର: ଓଡ଼ିଶାର ସାତକୋଶିଆ ସମେତ ଦେଶର ୪ଟି ବ୍ୟାଘ୍ର ଅଭୟାରଣ୍ୟ ମହାବଳ ଶୂନ୍ୟ। ଯେଉଁଥିରେ ତେଲେଙ୍ଗାନାର କୱାଲ ବ୍ୟାଘ୍ର ଅଭୟାରଣ୍ୟ, ମହାରାଷ୍ଟ୍ରର ସାୟଦ୍ରି ଅଭୟାରଣ୍ୟ ଓ ଆନ୍ଧ୍ରପ୍ରଦେଶର ଶ୍ରୀ ଭେଙ୍କଟେଶ୍ବର ନ୍ୟାସ୍‌ନାଲ ପାର୍କ ରହିଛି। ୨୦୨୨ ଗଣନା ସମୟରେ ଏଭଳି ତଥ୍ୟ ସାମନାକୁ ଆସିଥିଲା। ଇତିମଧ୍ୟରେ ୪ ବର୍ଷ ବିତିଯାଇଥିଲେ ମଧ୍ୟ ବ୍ୟାଘ୍ର ଅଭୟାରଣ୍ୟଗୁଡ଼ିକରେ କିଛି ଫରକ ଆସିନାହିଁ। ଅନ୍ୟ ଜଙ୍ଗଲରୁ ଏଠାକୁ ମହାବଳ ଆସିନାହାନ୍ତି କିମ୍ବା ଦୃଶ୍ୟମାନ ହୋଇନାହାନ୍ତି। ବରଂ, ଗୋଟିଏ ଯୋଡ଼ିଏ ଜଙ୍ଗଲରୁ ମହାବଳ କମିଛନ୍ତି। ଏଭଳି ସ୍ଥିତିକୁ ନେଇ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦର ଯାଦବ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନ୍‌ଟିସିଏ) ବୈଠକରେ ଚିନ୍ତା ପ୍ରକଟ କରିଛନ୍ତି। ବାଘ ସଂଖ୍ୟା ଆକଳନ, ଉଦ୍ଧାର ଓ ପୁନର୍ବାସ ଭିତ୍ତିଭୂମି, ମଣିଷ-ବନ୍ୟପ୍ରାଣୀ ସଂଘର୍ଷ ରୋକିବା, ବ୍ୟାଘ୍ର ସଂରକ୍ଷଣ ପାଣ୍ଠିର ବ୍ୟବହାର ଓ ବାଘ ସଂରକ୍ଷଣ ଭିତ୍ତିଭୂମିକୁ ସୁଦୃଢ଼ କରିବା ପରି ପ୍ରସଙ୍ଗରେ ବିଚାରବିମର୍ଶ ଆବଶ୍ୟକ ବୋଲି ମତପ୍ରକାଶ କରିଛନ୍ତି।

Show More

Leave a Reply

Your email address will not be published. Required fields are marked *

Back to top button