ମହାନଗର

School: ଶିକ୍ଷୟିତ୍ରୀଙ୍କୁ ସ୍କୁଲ୍‌ ଭିତରକୁ ଯିବାକୁ ଦେଲେନି: ଫାଟକରେ ତାଲା ପକାଇଲେ ଅଭିଭାବକ, କମିଟି ସଦସ୍ୟ

ବାଲିପାଟଣା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଅଧୀନ ବନମାଳୀପୁରସ୍ଥିତ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ, ଭାକରସାହିରେ ଉତ୍ତେଜନା ପ୍ରକାଶ ପାଇଛି। ଜଣେ ଶିକ୍ଷୟିତ୍ରୀଙ୍କୁ ବିରୋଧ କରିବା ସହ ଅଭିଭାବକମାନେ ତାଙ୍କୁ ଆଜି ସ୍କୁଲ୍‌ ପରିସରକୁ ପ୍ରବେଶ କରିବାକୁ ଦେଇ ନ ଥିଲେ।

ବାଲିପାଟଣା: ବାଲିପାଟଣା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଅଧୀନ ବନମାଳୀପୁରସ୍ଥିତ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ, ଭାକରସାହିରେ ଉତ୍ତେଜନା ପ୍ରକାଶ ପାଇଛି। ଜଣେ ଶିକ୍ଷୟିତ୍ରୀଙ୍କୁ ବିରୋଧ କରିବା ସହ ଅଭିଭାବକମାନେ ତାଙ୍କୁ ଆଜି ସ୍କୁଲ୍‌ ପରିସରକୁ ପ୍ରବେଶ କରିବାକୁ ଦେଇ ନ ଥିଲେ। କମିଟି ସଦସ୍ୟ ଏବଂ ଅଭିଭାବକମାନେ ଫାଟକରେ ତାଲା ପକାଇ ରଖିଥିଲେ। ଫଳରେ ଶିକ୍ଷୟିତ୍ରୀ ଲିଲା ଦାସ ଦୀର୍ଘ ସମୟ ବାହାରେ ଅପେକ୍ଷା କରିଥିଲେ। ଶିକ୍ଷୟତ୍ରୀ ଜଣକ ଛାତ୍ରଛାତ୍ରୀ, ଅଭିଭାବକ, କମିଟି ସଦସ୍ୟ ଏବଂ ସହକର୍ମୀଙ୍କୁ ଦୁର୍ବ୍ୟବହାର କରୁଥିବା ନେଇ ଆନ୍ଦୋଳନକାରୀମାନେ ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦରେ ସେମାନେ ଆଜି ତାଙ୍କୁ ସ୍କୁଲ୍‌ ଭିତରକୁ ଛାଡ଼ି ନଥିବା କହିଛନ୍ତି। ପୂର୍ବରୁ ବିଭିନ୍ନ ଘଟଣା ବାବଦରେ କମିଟି ପକ୍ଷରୁ ଶିକ୍ଷୟିତ୍ରୀ ଲିଲା ଦାସଙ୍କ ବିରୋଧରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଲିଖିତ ଭାବେ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବାରୁ  ସେମାନେ ବାଧ୍ୟ ହୋଇ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି।

ସୌଜନ୍ୟ ସମ୍ବାଦ

Related Articles

Leave a Reply

Your email address will not be published. Required fields are marked *

Back to top button