Breaking News

‘ଦୁର୍ନୀତି ପ୍ରଗତି ପ୍ରତିବନ୍ଧକ’ ଆଲୋଚନାଚକ୍ର

ଦୁର୍ନୀତି ନିବାରଣ ସପ୍ତାହ

0

ଫୁଲବାଣୀ: ଦୁର୍ନୀତି ନିବାରଣ ସପ୍ତାହ ଅବସରରେ ତା ୨/୧୧/୨୦୨୨ ରିଖ ବୁଧବାର ସନ୍ଧ୍ୟା ୬ଟା ସମୟରେ ଫୁଲବାଣୀ ପ୍ରେସକ୍ଳବ ଠାରେ ଜିଲ୍ଲା ପ୍ରେସକ୍ଳବ ଓ ମିଳିତ ନାଗରିକ କମିଟି ର ମିଳିତ ସହଯୋଗରେ ପ୍ରେସକ୍ଳବ ସଭାପତି ସୁନିଲ ପଟ୍ଟନାୟକଙ୍କ ସଭାପତିତ୍ୱରେ ‘ଦୁର୍ନୀତି ପ୍ରଗତିର ପ୍ରତିବନ୍ଧକ’  ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଉକ୍ତ ଆଲୋଚନା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗ ଡିଏସପି ଅରୁଣ କୁମାର ନାୟକ ଯୋଗଦେଇ କହିଥିଲେ, ଦୁର୍ନୀତି ତଳସ୍ତରରୁ ଉପର ପର୍ଯ୍ୟନ୍ତ ଛାଇ ଭଳି ନିଜ ଦେହ ସହ ଲାଗିରହିଛି । ଯେବେ ଛାଇକୁ ଦେହ ଠାରୁ ଅଲଗା କରିହେବ ନାହିଁ ସେଭଳି ସମାଜରୁ ଦୁର୍ନୀତିର ଉତ୍ପାଟନ କରିବା ଅସମ୍ଭବ । ସମସ୍ତେ ସଚେତନ ହୋଇ ଦୁର୍ନୀତି ହଟାଇବା ପାଇଁ ଚେଷ୍ଟା କଲେ ଦୁର୍ନୀତି ମୁଳରୁ ହଟି ପାରିବ । ସମ୍ମାନିତ ଅତିଥି ଭାବେ କମାଡେଣ୍ଟ ନବୀନ କିଶୋର ପଣ୍ଡା, ମୁଖ୍ୟବକ୍ତା ଭାବେ ନାଗରିକ ମଞ୍ଚ ସଭାପତି ତଥା ବରିଷ୍ଠ ସାମ୍ବାଦିକ ଡ଼ ଅରୁପ କୁମାର ଜେନା, ଅନ୍ୟତମ ଅତିଥି ଭାବେ ବରିଷ୍ଠ ନାଗରିକ ତଥା ପୂର୍ବତନ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ କମଳାକାନ୍ତ ପାଣ୍ଡେ ,ପ୍ରେସକ୍ଳବ ଉପସଭାପତି ସନ୍ତୋଷ କୁମାର ଦିଗାଲ, ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇ ଦୁର୍ନୀତି ଏକ ବ୍ୟାଧି ହୋଇ ସମସ୍ତକୁ ଗ୍ରାସ କରି ସାରିଛି। ପ୍ରତ୍ୟେକ ଲୋକ ନିଜକୁ ନିଜେ ସଚେତନ ହେଲେ ଦୁର୍ନୀତିକୁ ରୋକାଯାଇ ପାରିବ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନାଗରିକ ତଥା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶିକ୍ଷାବିତ ନବ କିଶୋର ରଥ, ଆଇନଜୀବୀ ତଥା ପ୍ରେସକ୍ଳବ ଉପ ସଭାପତି ସତ୍ୟନାରାୟଣ ବେହେରା, ସାମ୍ବାଦିକ ଅଶୋକ ରାୟ, ବରିଷ୍ଠ କଳାକାର ଜଳନ୍ଦର ବେହେରା ପ୍ରମୁଖ ଦୁର୍ନୀତି ରୋକିବାକୁ ହେଲେ ମନଭାଵ ପରିବର୍ତ୍ତନ କରିବା ସହ ସଚେତନ ଆବଶ୍ୟକ ରହିଛି ବୋଲି କହିଥିଲେ । ବରିଷ୍ଠ ନାଗରିକ କମିଟିର ଆବାହକ ତଥା ପ୍ରେସକ୍ଳବ ଉପସଭାପତି ଅଶୋକ ପରିଡ଼ା ସ୍ୱାଗତ ଭାଷଣ ଦେଇଥିବା ବେଳେ ପ୍ରେସକ୍ଳବ ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ ଆଲୋଚନାଚକ୍ରରେ ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ଆଇନଜୀବୀ, ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।

Leave A Reply

Your email address will not be published.