ବାଣିଜ୍ୟ

Sensex: ୧୦୬୬ ପଏଣ୍ଟ୍‌ ଖସିଲା ସେନସେକ୍ସ

ଷ୍ଟକ ବଜାରରେ ଆଜି ବଡ଼ଧରଣର ହ୍ରାସ ଦେଖିବାକୁ ମିଳିଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜ ସେନସେକ୍ସ ୧୦୬୬ ପଏଣ୍ଟ ତଳକୁ ଖସି ୮୨୧୮୦.୪୭ ପଏଣ୍ଟରେ ବନ୍ଦ ହୋଇଛି। ଗତକାଲିର ଶେଷ କାରବାର ତୁଳନାରେ ଏଥିରେ ୧.୨୮ ପ୍ରତିଶତ ହ୍ରାସ ଘଟିଛି।

ମୁମ୍ବାଇ: ଷ୍ଟକ ବଜାରରେ ଆଜି ବଡ଼ଧରଣର ହ୍ରାସ ଦେଖିବାକୁ ମିଳିଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜ ସେନସେକ୍ସ ୧୦୬୬ ପଏଣ୍ଟ ତଳକୁ ଖସି ୮୨୧୮୦.୪୭ ପଏଣ୍ଟରେ ବନ୍ଦ ହୋଇଛି। ଗତକାଲିର ଶେଷ କାରବାର ତୁଳନାରେ ଏଥିରେ ୧.୨୮ ପ୍ରତିଶତ ହ୍ରାସ ଘଟିଛି। ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍‌ଟି ୩୫୩ ପଏଣ୍ଟ ବା ୧.୩୮ ପ୍ରତିଶତ ହ୍ରାସ ଘଟି ୨୫,୨୩୨.୫ ପଏଣ୍ଟରେ ବନ୍ଦ ହୋଇଛି। ଗତକାଲି ଓ ଆଜିକୁ ମିଶାଇଲେ ସେନସେକ୍ସରେ ପ୍ରାୟ ୧୩୯୦ ପଏଣ୍ଟ ବା ୧.୭ ପ୍ରତିଶତ ହ୍ରାସ ଘଟିଛି।

ବ‌ମ୍ବେ ଷ୍ଟକ ଏକ୍ସଚେଞ୍ଜରେ ତାଲିକାଭୁକ୍ତ କମ୍ପାନିଗୁଡ଼ିକର ବଜାରପୁଞ୍ଜି ପ୍ରାୟ ୧୨ ଲକ୍ଷ କୋଟି ଟଙ୍କା କମିଯାଇ ୪୫୬ ଲକ୍ଷ କୋଟି ସ୍ତରରେ ରହିଛି। ଗତ ଶୁକ୍ରବାର ଏହା ୪୬୮ ଲକ୍ଷ କୋଟି ଟଙ୍କା ରହିଥିଲା। ସେହିଭଳି ଦୁଇ ଦିନରେ ନିଫ୍‌ଟି ୧.୮ ପ୍ରତିଶତ ଖସିଛି। ଟ୍ରମ୍ପଙ୍କ ଶୁଳ୍କ ଧମକ, ବିଦେଶୀ ସଂସ୍ଥାଗତ ନିବେଶକମାନେ ଭାରତୀୟ ବଜାରରୁ ମୁହଁ ଫେରାଇବା, କମ୍ପାନିଗୁଡ଼ିକ ତୃତୀୟ ତ୍ରୟମାସରେ ମିଶ୍ର ଆର୍ଥିକ ଫଳାଫଳ ହାସଲ କରିବା ଆଦି କାରଣରୁ ଆମ ଦେଶର ଷ୍ଟକ୍‌ ବଜାର ପ୍ରଭାବିତ ହୋଇଛି।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button