Breaking News

ମଲରେ ଚାଲିଥିଲା ‘ଦେହ ବେପାର’, ଖରାପ କାମ କରୁଥିବା ବେଳେ ୧୦୦ ଗିରଫ

0

ନୂଆଦିଲ୍ଲୀ: ଗାଜିଆବାଦର ପାସିଫିକ୍ ମଲ୍ ଭିତରେ ଥିବା ଆଠଟି ସ୍ପା ସେଣ୍ଟର ନାମରେ ଦେହ ବେପାର ମାମଲାରେ ପ୍ରାୟ ୧୦୦ ଜଣଙ୍କୁ ଗିରଫ କରାଯିବା ପରେ ପୋଲିସ ବର୍ତ୍ତମାନ ଏହି ସେଣ୍ଟରଗୁଡିକର ଫେରାର ଅପରେଟର ଏବଂ ମ୍ୟାନେଜର ଉପରେ ୨୦,୦୦୦ ଟଙ୍କା ପୁରସ୍କାର ଘୋଷଣା କରିଛି ।

ବୁଧବାର ସନ୍ଧ୍ୟାରେ ଗାଜିଆବାଦ ପୋଲିସ ମଲ୍ରେ ଥିବା ଆଠଟି ସ୍ପା ସେଣ୍ଟରରେ ଚଢ଼ାଉ କରି ୬୦ ଜଣ ମହିଳା ଏବଂ ୩୯ ଜଣ ପୁରୁଷଙ୍କ ସମେତ ୯୯ ଜଣଙ୍କୁ ଗିରଫ କରିଛି । ଏଥିମଧ୍ୟରୁ ୭ ଜଣଙ୍କୁ ପୋଲିସ ଗିରଫ କରି ଜେଲକୁ ପଠାଇଥିବାବେଳେ ଏହି ସ୍ପା ଏବଂ ମସାଜ୍ ସେଣ୍ଟରର ୧୧ ଜଣ ମାଲିକ ଏବଂ ପରିଚାଳକ ଏବେ ବି ଫେରାର ଅଛନ୍ତି । ଡିସିପି ଟ୍ରାନ୍ସ ହିନ୍ଦନ ବିବେକ ଚାନ୍ଦ ଯାଦବ କହିଛନ୍ତି ଯେ, ମେ ୨୪ ରେ ପାସିଫିକ୍ ମଲରେ ଚାଲୁଥିବା ଆଠଟି ସ୍ପା ସେଣ୍ଟରରେ ପୋଲିସ ଚଢ଼ାଉ କରିଥିଲା । ଏହି ସମୟରେ ବହୁ ସଂଖ୍ୟକ ଯୁବକ ଓ ଯୁବତୀଙ୍କ ବ୍ୟତୀତ ସ୍ପା ସେଣ୍ଟରର କର୍ମଚାରୀଙ୍କୁ ଗିରଫ କରାଯାଇଥିଲା । 

Leave A Reply

Your email address will not be published.