ବିଶେଷ

Shahid diwas: ସହିଦ ଦିବସ

ଅମର ସ୍ବାଧୀନତା ସଂଗ୍ରାମୀ ଭଗତ ସିଂହ, ସୁଖଦେବ ଥାପର ଓ ଶିବରାମ ରାଜଗୁରୁଙ୍କ ପ୍ରାଣଦାନର ସ୍ମୃତିରକ୍ଷା ପାଇଁ ପ୍ରତି ବର୍ଷ ମାର୍ଚ୍ଚ ୨୩ ତାରିଖକୁ ସହିଦ ଦିବସ ଭାବେ ପାଳନ କରାଯାଉଛି।

ଅମର ସ୍ବାଧୀନତା ସଂଗ୍ରାମୀ ଭଗତ ସିଂହ, ସୁଖଦେବ ଥାପର ଓ ଶିବରାମ ରାଜଗୁରୁଙ୍କ ପ୍ରାଣଦାନର ସ୍ମୃତିରକ୍ଷା ପାଇଁ ପ୍ରତି ବର୍ଷ ମାର୍ଚ୍ଚ ୨୩ ତାରିଖକୁ ସହିଦ ଦିବସ ଭାବେ ପାଳନ କରାଯାଉଛି। ୧୯୨୮ରେ ଲାଲା ଲଜପତ ରାୟ ସାଇମନ୍ କମିସନ ବିରୋଧରେ ଆନ୍ଦୋଳନ କରୁଥିବା ବେଳେ ବ୍ରିଟିସ୍ ପୁଲିସ ମାଡ଼ରେ ଆହତ ହୋଇ ପରେ ମୃତ୍ୟୁବରଣ କରିଥିଲେ। ଲଜପତ ରାୟଙ୍କ ମୃତ୍ୟୁର ପ୍ରତିଶୋଧ ସ୍ବରୂପ ଶିବରାମ ରାଜଗୁରୁ, ସୁଖଦେବ ଥାପର ଓ ଚନ୍ଦ୍ରଶେଖର ଆଜାଦଙ୍କ ସହ ମିଶି ଭଗତ ସିଂହ ଜନ୍ ପି. ସାଣ୍ଡର୍ସ ନାମକ ପୁଲିସ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିଥିଲେ। କିଛି ମାସ ଅଜ୍ଞାତବାସରେ ରହିବା ପରେ ଭଗତ ସିଂହ ସକ୍ରିୟ ହୋଇଉଠିଥିଲେ। ୧୯୨୯ରେ ସହଯୋଗୀ ବଟୁକେଶ୍ବର ଦତ୍ତଙ୍କ ସହିତ ଦିଲ୍ଲୀ ସଂସଦରେ ବୋମା ଫୁଟାଇ ଆତ୍ମସମର୍ପଣ କରିଥିଲେ।

ଗିରଫ ପରେ ଜନ୍ ସଣ୍ଡର୍ସ ହତ୍ୟା ମାମଲାରେ ତାଙ୍କର ସଂପୃକ୍ତି ବିଷୟରେ ଜଣାପଡ଼ିଥିଲା। ଏହାର ଶୁଣାଣିରେ ଭଗତ ସିଂହ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ଫାଶୀ ଦଣ୍ଡ ଦିଆଯାଇଥିଲା। ୧୯୩୧ ମାର୍ଚ୍ଚ ୨୩ ତାରିଖ ଦିନ ଲାହୋର ଜେଲ୍‌ର ଫାଶୀ ଖୁଣ୍ଟ ଅଭିମୁଖେ ଯିବା ବେଳେ ଭଗତ ଗାଇବା ଆରମ୍ଭ କରିଥିଲେ- ‘ଦିଲ୍ ସେ ନିକ୍‍ଲେଗି ନା ମର୍‍କର୍ ଭି ଵତନ କି ଉଲଫତ୍ / ମେରି ମିଟ୍ଟି ସେ ଭି ଖୁସ୍‍ବୁଏ ଵତନ୍ ଆଏଗି’ (ମୃତ୍ୟୁ ପରେ ବି ହୃଦୟରୁ ଦେଶପ୍ରେମ ସରିଯିବ ନାହିଁ / ମୋ ପାଉଁଶରୁ ବି ମାତୃଭୂମିର ସୁଗନ୍ଧ ମହକିବ)। ସୁଖଦେବ ଓ ରାଜଗୁରୁ ତାଙ୍କ ସହ ସ୍ବର ମିଳାଇ ଗାଇବାକୁ ଲାଗିଲେ ଓ ବୀର ଦର୍ପରେ ଆମରତ୍ବ ଆଡ଼କୁ ଅଗ୍ରସର ହୋଇଥିଲେ।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button