ଦେଶ ବିଦେଶ

Shambhavi Pathak : ଅଜିତ ପାୱାରଙ୍କ ବିମାନ ଉଡ଼ାଉଥିଲେ ଏହି ମହିଳା ପାଇଲଟ: ଚର୍ଚ୍ଚାରେ ତାଙ୍କ ଅଭିଜ୍ଞତା ଓ ଶିକ୍ଷାଗତ ଯୋଗ୍ୟତା

ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମୃତ୍ୟୁ ହୋଇଛି। ଏବେ ଏହି ବିମାନକୁ କିଏ ଉଡ଼ାଉଥିଲେ ତାହା ସାମ୍ନାକୁ ଆସିଛି। ପାଇଲଟଜଣଙ୍କ ଥିଲେ ଶମ୍ଭବୀ ପାଠକ।

ବାରାମତି: ଏକ ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମୃତ୍ୟୁ ହୋଇଛି। ସେ ମୁମ୍ବାଇରୁ ବାରାମତି ଯାତ୍ରା କରୁଥିଲେ। ସେ ବାରାମତିରେ ଜିଲ୍ଲା ପରିଷଦ ନିର୍ବାଚନ ସମୟରେ ଏକ ସମ୍ପର୍କିତ ନିର୍ବାଚନୀ ରାଲିରେ ଯୋଗଦେବାର କାର୍ଯ୍ୟକ୍ରମ ଥିଲା।

ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, କୁହୁଡ଼ି ଯୋଗୁ ଏହି ଦୁର୍ଘଟଣା ଘଟିଥିଲା। ପାଇଲଟ୍ ନିୟନ୍ତ୍ରଣ ହରାଇଥିଲେ। ବିମାନବନ୍ଦର ନିକଟ ଏକ କ୍ଷେତରେ ବିମାନଟି ଖସି ପଡ଼ିଥିଲା। ଏବେ ଏହି ବିମାନକୁ କିଏ ଉଡ଼ାଉଥିଲେ ତାହା ସାମ୍ନାକୁ ଆସିଛି। ପାଇଲଟଜଣଙ୍କ ଥିଲେ ଶମ୍ଭବୀ ପାଠକ।

ଶିକ୍ଷାଗତ ଯୋଗ୍ୟତା

ଯଦି ତାଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ କୁହାଯାଏ ତେବେ ସେ ମୁମ୍ବାଇରେ ପାଠପଢ଼ିଥିଲେ। ମୁମ୍ବାଇ ବିଶ୍ୱବିଦ୍ୟାଳୟରୁ ଏରୋନଟିକ୍ସ ଓ ବିମାନ ବିଜ୍ଞାନରେ ବିଏସ୍‌ସି. ଡିଗ୍ରୀ ହାସଲ କରିଥିଲେ ଶମ୍ଭବୀ। ପାଇଲଟ୍ ହେବା ପାଇଁ ୨୦୧୮-୧୯ ମସିହାରେ ନ୍ୟୁଜିଲାଣ୍ଡ ଇଣ୍ଟରନ୍ୟାସନାଲ୍ କମର୍ସିଆଲ୍ ପାଇଲଟ୍ ଏକାଡେମୀରୁ ବାଣିଜ୍ୟିକ ପାଇଲଟ୍ ତାଲିମ ନେଇଥିଲେ ସେ। ନ୍ୟୁଜିଲ୍ୟାଣ୍ଡ ସିଭିଲ୍ ଏଭିଏସନ୍ ଅଥରିଟିରୁ ସେ ତାଙ୍କର ବାଣିଜ୍ୟିକ ପାଇଲଟ୍ ଲାଇସେନ୍ସ ପାଇଥିଲେ।

ରିପୋର୍ଟ ଅନୁସାରେ, ବିମାନ ଉଡ଼ାଉଥିଲେ ଅଭିଜ୍ଞ କ୍ୟାପଟେନ ସୁମିତ ଓ ଫାଷ୍ଟ ଅଫିସର ଶମ୍ଭବୀ ପାଠକ। ଦୁର୍ଘଟଣା ପରେ ଉଭୟ ପାଇଲଟଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଅନ୍ୟ ଜଣେ ମୃତକ ପିଙ୍କି ମାଲି ବିମାନ ପରିଚାରିକା ଭାବରେ କାର୍ଯ୍ୟ କରୁଥିଲେ। ଦୁର୍ଘଟଣାଗ୍ରସ୍ତ ବିମାନଟି ଭିଏସ୍‌ଆର୍‌ ଭେଞ୍ଚର୍ସର ମାଲିକାନା ଥିବା ଏକ ଲିଅରଜେଟ୍ ୪୫ ମଡେଲ୍ ବିମାନ ଥିଲା। ବିମାନର ପଞ୍ଜିକରଣ ନମ୍ବର ଭିଟି-ଏସ୍‌ଏସ୍‌କେ ଥିଲା।

ଫାଷ୍ଟ ଅଫିସର ଶମ୍ଭବୀ

ପ୍ରାୟ ୯,୭୫୨ କିଲୋଗ୍ରାମ ଓଜନର ଏହି ବିମାନ ଉଡ଼ାଉଥିବା ଫାଷ୍ଟ ଅଫିସର ଶମ୍ଭବୀ ପାଠକ ୨୦୨୨ ମସିହାରୁ ଭିଏସ୍‌ଆର୍‌ ଭେଞ୍ଚର୍ସରେ କାର୍ଯ୍ୟ କରୁଥିଲେ। ସେ ଜଣେ ଅତ୍ୟନ୍ତ ପ୍ରତିଭାଶାଳୀ ଓ ଦୃଢ଼ ଇଚ୍ଛାଶକ୍ତି ବିଶିଷ୍ଟ ପାଇଲଟ୍ ଭାବରେ ଜଣାଶୁଣା ଥିଲେ। ଦୁର୍ଘଟଣା ପରେ ବିମାନଟି ଖଣ୍ଡଖଣ୍ଡ ହୋଇଯାଇଥିଲା। ଏହାପରେ ବିମାନରେ ନିଆଁ ଲାଗିଯାଇଥିଲା। ଦୁର୍ଘଟଣାରେ ବିମାନରେ ଥିବା ସମସ୍ତ ପାଞ୍ଚ ଜଣଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରେ ଅଜିତ ପାୱାର, ବିଦୀପ ଯାଦବ, କ୍ୟାପ୍ଟେନ ସୁମିତ, ଶମ୍ଭବୀ ପାଠକ ଓ ପିଙ୍କି ମାଲି ଅଛନ୍ତି। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ସମସ୍ତ ପାଞ୍ଚ ଜଣଙ୍କ ମୃତ୍ୟୁ ନିଶ୍ଚିତ କରିଛି। ବିମାନଟି ଜଳି ପାଉଁଶ ହୋଇଯାଇଥିବାବେଳେ ଡିଜିସିଏ ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛି।

ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଭିଏସ୍‌ଆର୍‌ ଭେଞ୍ଚର୍ସର ବିମାନ

ବିମାନଟି ୨୦୧୧ ମସିହାରେ ଦିଲ୍ଲୀରେ ପ୍ରତିଷ୍ଠିତ ହୋଇଥିବା ଏକ ଘରୋଇ ବିମାନ ଚଳାଚଳ କମ୍ପାନି ଭିଏସ୍‌ଆର୍‌ ଭେଞ୍ଚର୍ସ ର ମାଲିକାନାରେ ଥିଲା। କ୍ୟାପଟେନ୍ ବିଜୟ ସିଂହ ଓ କ୍ୟାପଟେନ୍ ରୋହିତ ସିଂହ ଏହି କମ୍ପାନିର ମାଲିକ। ୨୦୨୩ ସେପ୍ଟେମ୍ବର ୧୪ରେ ଏହି କମ୍ପାନିର ଏକ ବିମାନ ମୁମ୍ବାଇ ବିମାନବନ୍ଦରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button