ବଲିଉଡ୍ ଅଭିନେତ୍ରୀ ଶମିତା ସେଟ୍ଟି ପୁଣିଥରେ ସୋସିଆଲ୍ ମିଡିଆରେ ଟ୍ରୋଲରମାନଙ୍କୁ କଡା ଭାବରେ ଜବାବ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ସେ ନିଜ ଇନ୍ଷ୍ଟାଗ୍ରାମ୍ ଷ୍ଟୋରୀରେ ଜଣେ ଟ୍ରୋଲରଙ୍କୁ ସର୍ବସାଧାରଣଙ୍କ ସମ୍ମୁଖରେ କଡ଼ା ଜବାବ ଦେଇଛନ୍ତି। ଏହି ବ୍ୟକ୍ତି ଦୀର୍ଘଦିନ ଧରି ଶମିତାଙ୍କ ବୟସ ଏବଂ ବିବାହକୁ ନେଇ ଅପମାନଜନକ କମେଣ୍ଟ କରୁଥିବା କୁହାଯାଉଛି। ଶମିତା କେବଳ ତାଙ୍କୁ ଉତ୍ତର ଦେଇ ରହିଯାଇ ନଥିଲେ, ବରଂ ସେହି ବ୍ୟକ୍ତିଙ୍କ ପ୍ରୋଫାଇଲର ସ୍କ୍ରିନ୍ସଟ୍ ମଧ୍ୟ ନିଜ ଷ୍ଟୋରିରେ ସେୟାର କରିଥିଲେ। ଟ୍ରୋଲରଙ୍କ ନାମ ପଙ୍କଜ ମିତ୍ତଲ ବୋଲି ଜଣାପଡ଼ିଛି।
ବୟସକୁ ନେଇ ଅପମାନ ବିରୋଧରେ ସ୍ୱର ଉଠାଇଲେ ଅଭିନେତ୍ରୀ
ବୟସକୁ ନେଇ କରାଯାଇଥିବା କମେଣ୍ଟର ଜବାବରେ ଶମିତା ଲେଖିଥିଲେ, “ହଁ, ସମୟ ସହିତ ଲୋକଙ୍କ ଶାରୀରିକ ରୂପ ବଦଳେ। ଏହା ସ୍ୱାଭାବିକ। କିନ୍ତୁ ଆଜି ମୁଁ ମୋ ବୟସ ଅନୁଯାୟୀ ସୁସ୍ଥ, ଫିଟ୍ ଏବଂ ଖୁସି ଅଛି। ଭଗବାନ୍ ଯାହା ଦେଇଛନ୍ତି, ସେଥିପାଇଁ ମୁଁ କୃତଜ୍ଞ।” ଏଥିସହିତ ଟ୍ରୋଲର ତାଙ୍କ ବିବାହକୁ ନେଇ ମଧ୍ୟ ଅସଭ୍ୟ ମନ୍ତବ୍ୟ ଦେଇ ଲେଖିଥିଲେ, “ସମୟରେ ବିବାହ କରିଥାନ୍ତେ, ଆଜି ଆପଣଙ୍କ ପିଲାମାନେ ବଡ଼ ହୋଇଯାଇଥାନ୍ତେ।” ଏହାର ଜବାବରେ ଶମିତା କହିଥିଲେ, “ଆପଣମାନେ ଆମ ପରି ସିଙ୍ଗଲ୍ ମହିଳାଙ୍କୁ ଫଲୋ କାହିଁକି କରନ୍ତି? କେବଳ ଆମ ବୟସ ଓ ବିବାହକୁ ନେଇ ଚର୍ଚ୍ଚା କରିବା ପାଇଁ? ଦୟାକରି ମୋତେ ଅନଫଲୋ କରନ୍ତୁ।”
ଶମିତାଙ୍କ ଏହି ପୋଷ୍ଟକୁ ସୋସିଆଲ୍ ମିଡିଆରେ ବହୁତ ସମର୍ଥନ ମିଳୁଛି। ଅନେକ ଲୋକ ତାଙ୍କୁ ସାହସୀ ବୋଲି କହିବା ସହିତ ଏଜ୍-ସେମିଂ ବିରୋଧରେ ତାଙ୍କ ଅବସ୍ଥାନକୁ ପ୍ରଶଂସା କରିଛନ୍ତି। ୪୭ ବର୍ଷୀୟା ଶମିତା ସେଟ୍ଟି ଦୀର୍ଘ ସମୟ ଧରି ମନୋରଞ୍ଜନ ଜଗତରେ ସକ୍ରିୟ ଅଛନ୍ତି। ସେ ଶାହରୁଖ ଖାନଙ୍କ ଫିଲ୍ମ ‘ମୋହବ୍ବତେଁ’ ମାଧ୍ୟମରେ ବଲିଉଡ୍ରେ ପ୍ରବେଶ କରିଥିଲେ। ପରେ ‘ମେରେ ଯାର କି ଶାଦି ହୈ’ ଏବଂ ‘ଜହର’ ଭଳି ଫିଲ୍ମରେ ଅଭିନୟ କରିଥିଲେ। ଟିଭି ରିଆଲିଟି ସେ ‘ବିଗ୍ ବସ୍ ୩’, ‘ଝଲକ ଦିଖଲା ଜା ୮’, ‘ଖତରୋଁ କେ ଖିଲାଡ଼ି ୯’ ଏବଂ ‘ବିଗ୍ ବସ୍ ୧୫’ରେ ମଧ୍ୟ ସେ ଅଂଶଗ୍ରହଣ କରିଥିଲେ।
ସୌଜନ୍ୟ ସମ୍ବାଦ

