Breaking News

‘ସୃଷ୍ଟି’ ସମାଜ କଲ୍ୟାଣ ଅନୁଷ୍ଠାନ ପକ୍ଷରୁ ରକ୍ଷାବନ୍ଧନ ଉତ୍ସବ

ଦିବ୍ୟାଙ୍ଗ ପିଲାଙ୍କୁ ରାଖୀ ବାନ୍ଧି ଶୁଭେଚ୍ଛା ଜଣାଇଲେ ସମାଜସେବୀ ଶାନ୍ତା ଦାସ

ବାଲେଶ୍ୱର: ବାଲେଶ୍ୱର ଜିଲାର ଅଗ୍ରଣୀ ସମାଜ କଲ୍ୟାଣ ଅନୁଷ୍ଠାନ ‘ସୃଷ୍ଟି’ ପକ୍ଷରୁ ଜିଲା ଭିନ୍ନକ୍ଷମ କଲ୍ୟାଣ ପ୍ରତିଷ୍ଠାନ ଠାରେ ପରିସରରେ ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଯାଇଛି। ଏଥିରେ ସମାଜସେବୀ, ନାରୀନେତ୍ରୀ ତଥା ରେମୁଣା ବ୍ଲକର ସମିତି ସଭ୍ୟା ଶାନ୍ତା ଦାସ ଦିବ୍ୟାଙ୍କ ପିଲାଙ୍କ ହାତରେ ରାଖୀ ବାନ୍ଧିବା ସହ ସେମାନଙ୍କୁ ମିଠା ଖୁଆଇ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ। ଏହି ଅବସରରେ ସମିତି ସଭ୍ୟା ଶାନ୍ତା ଦାସ ଏକତା ଓ ଭାତୃଭାବର ଅନନ୍ୟ ପର୍ବ ରକ୍ଷାବନ୍ଧନ ଏବଂ ଆମ ସଂସ୍କୃତି ଓ ପରମ୍ପରା ସହିତ ନିବିଡ଼ତା ବିଷୟରେ ପିଲାମାନଙ୍କୁ ଉଦବୋଧନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ଗୋପାମୁଦ୍ରା ମହାପାତ୍ର ଏବଂ ସୁଧାକର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.