ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଓ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ତୋଷଖାନା-୨ ଦୁର୍ନୀତି ମାମଲାରେ ୧୭ ବର୍ଷ ଜେଲ ଦଣ୍ଡାଦେଶ ମିଳିବାର ଗୋଟିଏ ଦିନ ପରେ ଖାନ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ ପାଇଁ ଆହ୍ୱାନ ଦେଇଛନ୍ତି। ତାଙ୍କ ଏକ୍ସ (ପୂର୍ବରୁ ଟ୍ୱିଟର) ଆକାଉଣ୍ଟରେ ପୋଷ୍ଟ ହୋଇଥିବା ତାଙ୍କ ଓକିଲଙ୍କ ସହ ଏକ ବାର୍ତ୍ତାଳାପରେ ୭୩ ବର୍ଷୀୟ ନେତା କହିଛନ୍ତି ଯେ ତାଙ୍କ ସମର୍ଥକମାନେ ଏହି ରାୟକୁ ବିରୋଧ କରି ତାଙ୍କ ପାଇଁ ଛିଡା ହେବା ଉଚିତ। ଅତ୍ୟାଚାରୀ ଓ ଏକଛତ୍ରବାଦୀ ଶେହବାଜ ସରିଫ୍ ଓ ସାମରିକ ମୁଖ୍ୟ ଅସୀମ ମୁନିରଙ୍କ ବିରୋଧରେ ସମଗ୍ର ଦେଶରେ ନିର୍ଣ୍ଣାୟକ ଲଢ଼େଇ ପାଇଁ ଇମ୍ରାନ ଆହ୍ବାନ ଦେଇଛନ୍ତି।

