ଦେଶ ବିଦେଶ

Narendra Modi: ନମୋଙ୍କ ନୂଆ ଷ୍ଟାଇଲ୍: ଓମାନ ଗସ୍ତ ବେଳେ ପ୍ରଧାନମନ୍ତ୍ରୀଙ୍କ ନୂଆ ଲୁକ୍, କାନରେ ଇୟର ରିଙ୍ଗ୍ ପିନ୍ଧିଥିବା ନେଇ ବଢିଲା ଚର୍ଚ୍ଚା…

ଓମାନ ଗସ୍ତ ବେଳେ ମୋଦୀଙ୍କ ନୂଆ ଲୁକ୍ । ଇୟର ରିଙ୍ଗ୍ ସହ ମୋଦୀଙ୍କ ନୂଆ ଷ୍ଚାଇଲକୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି । କୁହାଯାଉଛି ଏକ ଭିନ୍ନ ଅନ୍ଦାଜରେ ଓମାନ ଗସ୍ତ କରିଥିଲେ ମୋଦୀ

ନୂଆଦିଲ୍ଲୀ: ଓମାନ ଗସ୍ତ ବେଳେ ମୋଦୀଙ୍କ ନୂଆ ଲୁକ୍ । ଇୟର ରିଙ୍ଗ୍ ସହ ମୋଦୀଙ୍କ ନୂଆ ଷ୍ଚାଇଲକୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି । କୁହାଯାଉଛି ଏକ ଭିନ୍ନ ଅନ୍ଦାଜରେ ଓମାନ ଗସ୍ତ କରିଥିଲେ ମୋଦୀ । ଯେତେବେଳେ ପ୍ରଧାନମନ୍ତ୍ରୀ ଓମାନରେ ଓହ୍ଲାଇଥିଲେ ସେତେବେଳେ ତାଙ୍କୁ ପାରମ୍ପରିକ ନୃତ୍ୟ ଗୀତ ସହ ଭବ୍ୟ ସ୍ବାଗତ କରାଯାଇଥିଲା । ଆଉ ଠିକ୍ ସେତେବେଳେ ହିଁ ମୋଦୀଙ୍କ ନୂଆ ଲୁକ୍ କଥା ସାମ୍ନାକୁ ଆସିଥିଲା । ପ୍ରଧାନମନ୍ତ୍ରୀ ମୋଦୀ କାନରେ ଇୟର ରିଙ୍ଗ ପିନ୍ଧିଥିବା କୁହାଯାଉଥିଲା। ମୋଦୀ ନିଜ ଡାହାଣ ପଟ କାନରେ ଛୋଟ ଇୟର ରିଙ୍ଗ୍ ପିନ୍ଧିଥିବା ନେଇ ଚର୍ଚ୍ଚା ହେବା ସହ ଏହି ଫଟୋ ମୋଦୀଙ୍କ ନୂଆ ଲୁକ କ୍ୟାପ୍ସନରେ ନିଆଁ ପରି ଭାଇରାଲ ହେଲା…

 

ଇୟର ରିଙ୍ଗ୍ ନା ଆଉ କଣ ?

ନିଜ ଷ୍ଚାଇଲ ଏବଂ ପୋଷାକ ପାଇଁ ସବୁବେଳେ ବାରି ହେଇପଡୁଥିବା ପ୍ରଧାନମନ୍ତ୍ରୀଙ୍କ କାନରେ ନୂଆ ଷ୍ଟାଇଲ ପ୍ରଶଂସକଙ୍କ ମହଲରେ ଏକ ଚର୍ଚ୍ଚା ସୃଷ୍ଟି କରିଥିବା ବେଳେ ପରେ ଏହା ଇୟର ରିଙ୍ଗ ନୁହେଁ ବୋଲି ଜଣାପଡିଥିଲା । ମୋଦୀ କାନରେ ଇୟର ରିଙ୍ଗ ପିନ୍ଧି ନଥିଲେ ବରଂ ଏହା ଥିଲା ଏକ ରିୟଲ ଟାଇମ୍ ଡିଭାଇସ୍ । ଯାହା ସେ ଓମାନ ଗସ୍ତବେଳେ ପିନ୍ଧିଥିଲେ ଏବଂ ଆରବିକ ଭାଷାକୁ ସହଜରେ ଏବଂ ସରଳରେ ବୁଝିବାକୁ ମୋଦୀ ଏହି ଡିଭାଇସକୁ ନିଜ କାନରେ ଲଗାଇଥିଲେ । ଯାହା ସୋସିଆଲ ମିଡିଆରେ ମୋଦୀ ପିନ୍ଧିଲେ ଇୟର ରିଙ୍ଗ ଆଉ ନମୋଙ୍କ ନୂଆ ଷ୍ଟାଇଲ ନାଁରେ ଭାଇରାଲ ହେଉଥିଲା ।

Show More

Leave a Reply

Your email address will not be published. Required fields are marked *

Back to top button