ଅପରାଧଦେଶ ବିଦେଶ

Shooting In School: ସ୍କୁଲ ଭିତରେ ଆଖିବୁଜା ଗୁଳିମାଡ଼

ଥାଇଲ୍ୟାଣ୍ଡର ସୋଙ୍ଗଖଲାରେ ଜଣେ ବନ୍ଧୁକଧାରୀ ଯୁବକର ନାରକୀୟ କାଣ୍ଡ ଦେଖିବାକୁ ମିଳିଛି। ଏକ ସ୍କୁଲରେ ପଶି ଆଖିବୁଜା ଗୁଳିମାଡ଼ କରିବା ଫଳରେ ୨୨ଜଣ ଛାତ୍ରଛାତ୍ରୀଙ୍କ ସମେତ ୩୪ ଜଣଙ୍କ ଜୀବନ ଚାଲିଯାଇଛି।

ଥାଇଲ୍ୟାଣ୍ଡ: ଥାଇଲ୍ୟାଣ୍ଡର ସୋଙ୍ଗଖଲାରେ ଜଣେ ବନ୍ଧୁକଧାରୀ ଯୁବକର ନାରକୀୟ କାଣ୍ଡ ଦେଖିବାକୁ ମିଳିଛି। ଏକ ସ୍କୁଲରେ ପଶି ଆଖିବୁଜା ଗୁଳିମାଡ଼ କରିବା ଫଳରେ ୨୨ଜଣ ଛାତ୍ରଛାତ୍ରୀଙ୍କ ସମେତ ୩୪ ଜଣଙ୍କ ଜୀବନ ଚାଲିଯାଇଛି। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ ଜଣେ ୧୮ ବର୍ଷୀୟ ଯୁବକ ଏକ ‘ଏମ୍-୪’ ବନ୍ଧୁକରୁ ଆଖିବୁଜା ଗୁଳିମାଡ଼ କରିଥିଲେ। ପୁଲିସ ଏବେ ଘଟଣାର ତଦନ୍ତ କରୁଛି। ସ୍କୁଲକୁ ସିଲ୍ କରାଯିବା ସହ ସେହି ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଛି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଉକ୍ତ ଯୁବକର ଭଉଣୀ ସେହି ସ୍କୁଲରେ ପଢ଼ୁଥିଲେ। ବନ୍ଧୁକ ଧରି ସଶସ୍ତ୍ର ଯୁବକ ଜଣକ ସେହି ଶିକ୍ଷକଙ୍କୁ ଖୋଜୁଥିଲା ଯିଏ କିଛି ଦିନ ପୂର୍ବରୁ ତାଙ୍କ ଭଉଣୀଙ୍କୁ ପାଠ ପଢ଼ାକୁ ନେଇ ମାଡ଼ ମାରିଥିଲେ। ଭଉଣୀକୁ ମାଡ଼ ମରା ଘଟଣା ନେଇ ଯୁବତ ଜଣକ ଏପରି କରିଥାଇପାରନ୍ତି ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

ସେପଟେ, ଗୁଳିକାଣ୍ଡ ପରେ ଆକ୍ରମଣକାରୀ ଅନେକ ପିଲା ଓ ଶିକ୍ଷକଙ୍କୁ ବନ୍ଧକ କରିନେଇଛି। ସ୍କୁଲ ଭିତରେ ଏବେ ବି ଅନେକ ଛାତ୍ର ଫସି ରହିଛନ୍ତି। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ, ସ୍ୱତନ୍ତ୍ର ବାହିନୀ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ପୁଲିସ ସମଗ୍ର ସ୍କୁଲକୁ ଘେରି ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛି। ଆକ୍ରମଣକାରୀର ପରିଚୟ ଏପର୍ଯ୍ୟନ୍ତ ଜଣାପଡିନାହିଁ। ପୁଲିସ ତଦନ୍ତ କରୁଛି, ଏବଂ ଆହତମାନଙ୍କୁ ଡାକ୍ତରଖାନାକୁ ନିଆଯାଉଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button