ବିଶେଷ

Singapore: କିମାଶ୍ଚର୍ଯ୍ୟମ୍‌: ସିଙ୍ଗାପୁରର ‘ପିଶାଚ’

ସିଙ୍ଗାପୁରର ଫଟୋଗ୍ରାଫର୍‌ ଚୁଆନ୍ଦୋ ଟାନ୍‌ଙ୍କୁ ଦେଖି ତାଙ୍କ ବୟସ ଅନୁମାନ କରିବାକୁ କହିଲେ ଆପଣ ଯେଉଁ ଉତ୍ତର ଦେବେ ତାହା ବାସ୍ତବତା ଠାରୁ ଏକାଧିକ ଦଶନ୍ଧି ଦୂରରେ ରହିବା ସୁନିଶ୍ଚିତ।

ସିଙ୍ଗାପୁରର ଫଟୋଗ୍ରାଫର୍‌ ଚୁଆନ୍ଦୋ ଟାନ୍‌ଙ୍କୁ ଦେଖି ତାଙ୍କ ବୟସ ଅନୁମାନ କରିବାକୁ କହିଲେ ଆପଣ ଯେଉଁ ଉତ୍ତର ଦେବେ ତାହା ବାସ୍ତବତା ଠାରୁ ଏକାଧିକ ଦଶନ୍ଧି ଦୂରରେ ରହିବା ସୁନିଶ୍ଚିତ। କାଳ୍ପନିକ ଦୁନିଆର ବୟସ ବଢୁ ନଥିବା ‘ଭାମ୍ପାୟାର’ ବା ପିଶାଚଙ୍କ ପରି ଚୁଆନ୍ଦୋଙ୍କ ବୟସ ମଧ୍ୟ ସତେ ଅବା ଆଦ୍ୟ ଯୌବନରେ ଅଟକିଯାଇଛି।  ସେଥିପାଇଁ ସେ ‘ଏସୀୟ ପିଶାଚ’ ନାମରେ ମଧ୍ୟ ବେଶ୍‌ ଜଣାଶୁଣା। ତାଙ୍କ ରୂପକୁ ଲକ୍ଷ୍ୟ କରି ଅନେକ ତାଙ୍କୁ ‘ସିଙ୍ଗାପୁରର ସବୁଠାରୁ ଆକର୍ଷଣୀୟ ଦାଦା’ ବୋଲି ମଧ୍ୟ ଡାକନ୍ତି।

ପ୍ରାୟ ଏକ ଦଶନ୍ଧି ତଳେ ୫୦ ବର୍ଷ ବୟସରେ ସେ ପ୍ରଥମେ ଅନ୍ତର୍ଜାତୀୟ ଚର୍ଚ୍ଚା ପରିସରକୁ ଆସିଥିଲେ, ଯେତେବେଳେ ତାଙ୍କ ଫୋଟଗୁଡ଼ିକ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଥିଲା। ଏହା ପରେ ସେ ଜଣେ କିଂବଦନ୍ତି ପାଲଟିଥିଲେ। ନିକଟରେ ସେ ୬୦ ବର୍ଷ ବୟସ ଅତିକ୍ରମ କରିଛନ୍ତି। ତଥାପି ତାଙ୍କ ଉପରେ ବୟସର ଛାପ ଦିଶୁନାହିଁ। ସେ ଯୁବସୁଲଭ ଦିଶିବା ପାଇଁ ପ୍ଲାଷ୍ଟିକ୍‌ ସର୍ଜରି କରିନାହାନ୍ତି କି ପ୍ରସାଧନ ବ୍ୟବହାର କରନ୍ତି ନାହିଁ। ଯୁବକ ଦିଶିବାର ସବୁତକ ଶ୍ରେୟ ଦିଅନ୍ତି ଖାଦ୍ୟାଭ୍ୟାସ ଓ ବ୍ୟାୟାମକୁ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button