ଜୀବନଚର୍ଚ୍ଚା

Smart farming methods: ଉତ୍ତପ୍ତୀକରଣ ରୋକିବ ବୁଦ୍ଧିମାନ ଚାଷ ପଦ୍ଧତି

ତାପମାତ୍ରା ବୃଦ୍ଧି କରାଉଥିବା ସବୁଜଗୃହ ବାଷ୍ପଗୁଡ଼ିକୁ ଆମେ ସାଧାରଣତଃ ଶିଳ୍ପ ଓ ପରିବହନ କ୍ଷେତ୍ର ସହ ଯୋଡ଼ିଥାଉ। କିନ୍ତୁ ଭୂଇଁରୁ ଏଭଳି ଏକ ବାଷ୍ପ ନିର୍ଗତ ହୁଏ ଯାହା ବାୟୁମଣ୍ଡଳକୁ ଉତ୍ତପ୍ତ କରିବାରେ ଅଙ୍ଗାରକାମ୍ଳ ଠାରୁ ୩୦୦ ଗୁଣ ଅଧିକ ଶକ୍ତିଶାଳୀ।

ତାପମାତ୍ରା ବୃଦ୍ଧି କରାଉଥିବା ସବୁଜଗୃହ ବାଷ୍ପଗୁଡ଼ିକୁ ଆମେ ସାଧାରଣତଃ ଶିଳ୍ପ ଓ ପରିବହନ କ୍ଷେତ୍ର ସହ ଯୋଡ଼ିଥାଉ। କିନ୍ତୁ ଭୂଇଁରୁ ଏଭଳି ଏକ ବାଷ୍ପ ନିର୍ଗତ ହୁଏ ଯାହା ବାୟୁମଣ୍ଡଳକୁ ଉତ୍ତପ୍ତ କରିବାରେ ଅଙ୍ଗାରକାମ୍ଳ ଠାରୁ ୩୦୦ ଗୁଣ ଅଧିକ ଶକ୍ତିଶାଳୀ। ତାହା ହେଉଛି ନାଇଟ୍ରସ ଅକ୍ସାଇଡ୍‌(ଏନ୍‌ଓ)। ହାଇନାନ୍ ବିଶ୍ୱବିଦ୍ୟାଳୟ ଓ ଚାଇନିଜ୍ ଏକାଡେମି ଅଫ୍ ସାଇନ୍‌ସେସ୍‌ର ଗବେଷକମାନେ ‘ଏନ୍‌ଓ’ ନିର୍ଗମନ ହ୍ରାସ କରିବା ପାଇଁ ଏକ ଉପାୟ ବାହାର କରିଛନ୍ତି। ତାହା ଅନୁଯାୟୀ ଜୈବିକ ସାରକୁ କୃତ୍ରିମ ନାଇଟ୍ରୋଜେନ୍ ସାର ସହିତ ମିଶ୍ରଣ କରି ଭଲ ଫସଲ ଅମଳ ସହ ମାଟି ସ୍ୱାସ୍ଥ୍ୟକୁ ଉନ୍ନତ କରାଯାଇପାରିବ ଏବଂ ‘ଏନ୍‌ଓ’ ନିର୍ଗମନକୁ ତୀବ୍ର ଭାବରେ ହ୍ରାସ କରାଯାଇପାରିବ।

ଉତ୍ତର ଚୀନ୍ ସମତଳରେ ଗବେଷକମାନେ ଚାରିପ୍ରକାର ସାର ପ୍ରୟୋଗର ତୁଳନା କରିଥିଲେ। ପ୍ରଥମରେ କୌଣସି ସାର ପ୍ରୟୋଗ ବିନା, ଦ୍ବିତୀୟରେ ପାରମ୍ପରିକ ଜୈବିକ ସାର ପ୍ରୟୋଗ କରି, ତୃତୀୟରେ ଚରମ ରାସାୟନିକ କୃତ୍ରିମ ସାର ଦେଇ ଏବଂ ଚତୁର୍ଥରେ ପାରମ୍ପରିକ ସାର ସହିତ କୃତ୍ରିମ ସାରର ଏକ ସନ୍ତୁଳିତ ମିଶ୍ରଣ କରି କୃଷିକାର୍ଯ୍ୟ କରାଯାଇଥିଲା। ସେ ଭିତରୁ ପାରମ୍ପରିକ ସାର ସହିତ କୃତ୍ରିମ ସାରର ମିଶ୍ରଣ ସର୍ବାଧିକ ମାଟି-ଗୁଣବତ୍ତା ସ୍କୋର ରେକର୍ଡ କରିଥିଲା। ସନ୍ତୁଳିତ ମିଶ୍ରଣ ପ୍ରୟୋଗ କରାଯାଇଥିବା ମାଟିରୁ ପାରମ୍ପରିକ ସାର ପ୍ରୟୋଗ ହୋଇଥିବା ମାଟି ତୁଳନାରେ ‘ଏନ୍‌ଓ’ ନିର୍ଗମନ ଯଥେଷ୍ଟ କମ୍ ହୋଇଥିଲା। ତେଣୁ ଜୈବିକ ସାରକୁ କୃତ୍ରିମ ନାଇଟ୍ରୋଜେନ୍ ସହିତ ମିଶ୍ରଣ କରି ଚାଷୀମାନେ ମାଟିର ଉର୍ବରତାକୁ ଉନ୍ନତ କରିବା ସହିତ ଏକ ଶକ୍ତିଶାଳୀ ସବୁଜଗୃହ ବାଷ୍ପ ଉତ୍ସକୁ ମଧ୍ୟ ହ୍ରାସ କରିପାରିବେ।

 

ସୌଜନ୍ୟ – ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button