Smriti Mandhana: ବିବାହ ଭାଙ୍ଗିଯିବା ପରେ ମନ୍ଦିରରେ ନଜର ଆସିଲେ ସ୍ମୃତି ମନ୍ଧାନା, ବିଶାଖାପାଟଣାରେ ପୂଜା କଲେ ଟିମ୍ ଇଣ୍ଡିଆ ସଦସ୍ୟ…
ପ୍ରଭୁଙ୍କ ଶରଣରେ ସ୍ମୃତି ମନ୍ଧାନା । ବିବାହ ଭାଙ୍ଗିଯିବା ପରେ ନିଜକୁ ବୁଝାଇ ଠାକୁରଙ୍କ ଶରଣରେ ପଶିଛନ୍ତି ଭାରତୀୟ ମହିଳା ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା , ଆନ୍ଧ୍ରର ଏକ ମନ୍ଦିରରେ ନଜର ଆସିଛନ୍ତି ସ୍ମୃତି

ବିଶାଖାପାଟଣା: ପ୍ରଭୁଙ୍କ ଶରଣରେ ସ୍ମୃତି ମନ୍ଧାନା । ବିବାହ ଭାଙ୍ଗିଯିବା ପରେ ନିଜକୁ ବୁଝାଇ ଠାକୁରଙ୍କ ଶରଣରେ ପଶିଛନ୍ତି ଭାରତୀୟ ମହିଳା ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା । ଆନ୍ଧ୍ରର ଏକ ମନ୍ଦିରରେ ନିଦ ଦଳର ସଦସ୍ୟଙ୍କ ସହ ନଜର ଆସିଛନ୍ତି ସ୍ମୃତି । ସେଠାରେ ସେ ପ୍ରଭୁଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିଛନ୍ତି ।
ତେବେ ଭାରତୀୟ ମହିଳା ଦଳର ସଦସ୍ୟମାନେ ଆଜି ବିଶାଖାପାଟଣାର ଶ୍ରୀ ବରାହ ଲକ୍ଷ୍ମୀ ନରସିଂହ ସ୍ୱାମୀ ମନ୍ଦିର ପରିଦର୍ଶନ କରିଥିଲେ ଏବଂ ସେଠାରେ ପୂଜାର୍ଚ୍ଚନା କରିଥିଲେ। ଭାରତ ଏବଂ ଶ୍ରୀଲଙ୍କା ମହିଳା ଦଳ ମଧ୍ୟରେ ଟି-୨୦ ସିରିଜ ଚାଲିଛି। ପ୍ରଥମ ମ୍ୟାଚ୍ ରବିବାର ବିଶାଖାପାଟଣାରେ ଖେଳାଯାଇଥିଲା ଏବଂ ଦ୍ୱିତୀୟ ଟି-୨୦ ମ୍ୟାଚ୍ ମଙ୍ଗଳବାର ସେହି ପଡ଼ିଆରେ ଖେଳାଯିବ। ତେଣୁ ଆଜି ସୋମବାର ଫାଙ୍କା ଥିବାରୁ ମନ୍ଦିର ପରିଦର୍ଶନ କରିଛନ୍ତି ପୂରା ଟିମ୍ । ପଣ୍ଡିତମାନେ ଭାରତୀୟ ଦଳର ସଦସ୍ୟଙ୍କ ପାଇଁ ପୂଜାର୍ଚ୍ଚନା କରିଥିଲେ। ଦଳର ସଦସ୍ୟମାନେ ବି ସମ୍ପୂର୍ଣ୍ଣ ନିଷ୍ଠାର ସହିତ ପୂଜା କରୁଛନ୍ତି।
ବିବାହ ଭାଙ୍ଗିଯିବା ପରେ ମୁହଁ ଖୋଲି ସ୍ମୃତି କହିଥିଲେ- ଗତ ୧୨ ବର୍ଷ ମଧ୍ୟରେ ସେ ଯେଉଁ ଗୋଟିଏ କଥା ସବୁଠାରୁ ଭଲ ଭାବରେ ବୁଝିପାରିଛନ୍ତି, ତାହା ହେଉଛି ସେ କ୍ରିକେଟ୍ ଅପେକ୍ଷା ଅନ୍ୟ କୌଣସି ଜିନିଷକୁ ଅଧିକ ଭଲ ପାଆନ୍ତି ନାହିଁ। ପଲାଶ ମୁଚ୍ଛଲଙ୍କ ସହ ବିବାହ ଭାଙ୍ଗିବା ପରେ ମନ୍ଧାନା ପ୍ରଥମ ଥର ପାଇଁ ସର୍ବସାଧାରଣରେ ନଜର ଆସି ଏପରି କହିଥିଲେ । ୭ ଡିସେମ୍ବରରେ ସେ ଏକ ପୋଷ୍ଟ ମାଧ୍ୟମରେ ନିଜ ବିବାହ ଭାଙ୍ଗିବା ନେଇ ସ୍ପଷ୍ଟ କରିଥିଲେ। ଆଉ ପରେ ମ୍ୟାଚ୍ ପାଇଁ ଜୋରଦାର ପ୍ରସ୍ତୁତି କରିଥିଲେ । ଯାହାର ଭିଡ଼ିଓ ଭାଇରାଲ ହେଇଥିଲା ।
ସୌଜନ୍ୟ ସମ୍ବାଦ




