Sonia Gandhi: ଗୁରୁଗ୍ରାମର ଘରୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ସୋନିଆ ଗାନ୍ଧୀ

ଗୁରୁଗ୍ରାମ: କଂଗ୍ରେସର ବରିଷ୍ଠ ନେତ୍ରୀ ତଥା ରାଜ୍ୟସଭା ସାଂସଦ ସୋନିଆ ଗାନ୍ଧୀ ବୁଧବାର ଦିନ ଗୁରୁଗ୍ରାମର ଏକ ପ୍ରମୁଖ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏକ ସାମାନ୍ୟ ଅସ୍ତ୍ରୋପଚାର ପାଇଁ ତାଙ୍କୁ ସେଠାରେ ଭର୍ତ୍ତି କରାଯାଇଥିବା ସୂତ୍ରରୁ ଜଣାପଡ଼ିଛି, ମାତ୍ର ଏହି ଅସ୍ତ୍ରୋପଚାର ସମ୍ପର୍କରେ କୌଣସି ଅଧିକ ତଥ୍ୟ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ।

 ଗୁପ୍ତ ରଖାଯାଇଛି ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କିତ ତଥ୍ୟ

୭୯ ବର୍ଷୀୟା ସୋନିଆ ଗତ କିଛି ବର୍ଷ ଧରି ବାରମ୍ବାର ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହୋଇଆସୁଛନ୍ତି। ଏହା ପୂର୍ବରୁ ଚଳିତ ବର୍ଷ ମାର୍ଚ୍ଚ ମାସରେ ସେ ଅସୁସ୍ଥତା ଅନୁଭବ କରିବାରୁ ଦିଲ୍ଲୀର ସାର୍ ଗଙ୍ଗା ରାମ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ। ଗତ ଜାନୁଆରୀ ମାସରେ ମଧ୍ୟ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ସୋନିଆଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଦିଲ୍ଲୀର ପ୍ରଦୂଷଣ ଓ ଶୀତ ଅଧିକ ହେବା ଯୋଗୁଁ ତାଙ୍କର ବ୍ରୋଙ୍କିଆଲ୍ ଆସ୍ଥାମା ସମସ୍ୟା ବୃଦ୍ଧି ପାଇଥିବା ଡାକ୍ତରମାନେ ସେତେବେଳେ ପ୍ରକାଶ କରିଥିଲେ। ଏହା ବ୍ୟତୀତ ୨୦୨୫ ମସିହାରେ ମଧ୍ୟ ପେଟ ଜନିତ ସମସ୍ୟା ଓ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ସେ ଶିମଲା ଏବଂ ଦିଲ୍ଲୀର ବିଭିନ୍ନ ହସ୍ପିଟାଲରେ ଅତିକମରେ ତିନିଥର ଭର୍ତ୍ତି ହୋଇଥିଲେ।

 

 

ସୌଜନ୍ୟ ସମ୍ବାଦ