ଖେଳଜାତୀୟ

South Africa, West Indies: ଯାତ୍ରୀବାହୀ ବିମାନରେ ଫେରିବେ ଦକ୍ଷିଣ ଆଫ୍ରିକା, ଓ୍ବେଷ୍ଟ୍‌ ଇଣ୍ଡିଜ୍‌ ଖେଳାଳି

ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଶେଷ ହୋଇଯାଇଥିଲେ ବି ଏବେ ବି ଭାରତରେ ଅଟକି ରହିଛନ୍ତି ଓ୍ବେଷ୍ଟଇଣ୍ଡିଜ୍‌ ଓ ଦକ୍ଷିଣ ଆଫ୍ରିକାର ଖେଳାଳି। ସେମାନଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ଆଇସିସି ପକ୍ଷରୁ ଏକ ଚାଟାର୍ଡ ବିମାନର ବ୍ୟବସ୍ଥା କରାଯାଇଥିଲେ ବି ଆକାଶମାର୍ଗ ମଂଜୁରୀ ନ ମିଳିବାରୁ ଯୋଗୁଁ ତାହା ବାତିଲ ହୋଇଯାଇଛି।

କୋଲକାତା: ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଶେଷ ହୋଇଯାଇଥିଲେ ବି ଏବେ ବି ଭାରତରେ ଅଟକି ରହିଛନ୍ତି ଓ୍ବେଷ୍ଟଇଣ୍ଡିଜ୍‌ ଓ ଦକ୍ଷିଣ ଆଫ୍ରିକାର ଖେଳାଳି। ସେମାନଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ଆଇସିସି ପକ୍ଷରୁ ଏକ ଚାଟାର୍ଡ ବିମାନର ବ୍ୟବସ୍ଥା କରାଯାଇଥିଲେ ବି ଆକାଶମାର୍ଗ ମଂଜୁରୀ ନ ମିଳିବାରୁ ଯୋଗୁଁ ତାହା ବାତିଲ ହୋଇଯାଇଛି। ଏହା ପରେ ଆଇସିସି ପକ୍ଷରୁ ଭିନ୍ନ ଭିନ୍ନ ଯାତ୍ରୀବାହୀ ବିମାନରେ ଖେଳାଳିଙ୍କ ପ୍ରତ୍ୟାବର୍ତ୍ତନ ଟିକେଟ୍‌ ବୁକ୍‌ କରାଯାଇଛି। ଫଳରେ ସେମାନଙ୍କ ପ୍ରତ୍ୟାବର୍ତ୍ତନ ପର୍ଯ୍ୟାୟକ୍ରମେ ଆରମ୍ଭ ହୋଇଛି।

ସୋମବାର ରାତିରେ ଓ୍ବେଷ୍ଟଇଣ୍ଡିଜ୍‌ର ମୁଖ୍ୟ ପ୍ରଶିକ୍ଷକ ଡାରେନ୍‌ ସାମି ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଅନ୍ୟ ଖେଳାଳି ଓ ସହାୟକ କର୍ମଚାରୀମାନେ ଅଲଗା ଅଲଗା ବିମାନରେ ପର୍ଯ୍ୟାୟକ୍ରମେ ଫେରିବେ। ଖେଳାଳିଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ଲାଗି ଆଇସିସି ଅଧ୍ୟକ୍ଷ ଜୟ ଶାହ ଉଭୟ ଦଳକୁ ଫୋନ କରି ଆଶ୍ବାସନା ଦେଇଛନ୍ତି। ତେବେ ଆଗକୁ ଆଇପିଏଲ୍‌ ଥିବାରୁ କେତେକ ଖେଳାଳି ଭାରତରେ ରହିବାର ସମ୍ଭାବନା ରହିଛି। ମାର୍ଚ୍ଚ ୧ରେ ଭାରତଠାରୁ ହାରି ଓ୍ବେଷ୍ଟଇଣ୍ଡିଜ୍‌ ବିଶ୍ବକପରୁ ବିଦାୟ ନେଇଥିଲା। ସେହିପରି ୪ ତାରିଖରେ ନ୍ୟୁଜିଲାଣ୍ଡଠାରୁ ହାରି ଦକ୍ଷିଣ ଆଫ୍ରିକା ବିଦାୟ ନେଇଥିଲା। ମାତ୍ର ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହେବା ପରେ ସୁରକ୍ଷା କାରଣରୁ ବିଭିନ୍ନ ବିମାନ ବାତିଲ ହୋଇଥିଲା। ଫଳରେ ଏହି ଦୁଇ ଦଳର ଖେଳାଳିମାନେ ଏବେ ବି ଭାରତରେ ଅଟକି ରହିଛନ୍ତି।

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button