Breaking News

ବାହାନଗା ଟ୍ରେନ୍‌ ଦୁର୍ଘଟଣା: ଓଡ଼ିଶାରେ ଫସି ରହିଥିବା ଲୋକଙ୍କ ପାଇଁ ଏହି ରୁଟ୍‌ରେ ହାୱଡା ଯିବ ସ୍ବତନ୍ତ୍ର ଟ୍ରେନ୍‌

0

ଭୁବନେଶ୍ବର: ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ଆହତ ହୋଇ ରାଜ୍ୟର ବିଭିନ୍ନ ହସ୍‌ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ପୀଡିତ ଏବଂ ସେମାନଙ୍କର ସଂପର୍କୀୟମାନଙ୍କ ପାଇଁ ଭାରତୀୟ ରେଳବାଇ ସ୍ବତନ୍ତ୍ର ଟ୍ରେନ୍‌ ସେବା ଯୋଗାଇବ। ଓଡ଼ିଶାରୁ ୩ଟି ସ୍ବତନ୍ତ୍ର ଟ୍ରେନ୍‌ ହାୱଡା ଅଭିମୁଖେ ଗଡ଼ିବ। ପୂର୍ବତଟ ରେଳବାଇ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି ଯେ, ଫସି ରହିଥିବା ଯାjījତ୍ରୀଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ୩ଟି ସ୍ବତନ୍ତ୍ର ଟ୍ରେନ୍‌ ହାୱଡା ଅଭିମୁଖେ ବାହାରିବ। କେନ୍ଦୁଝରଗଡ଼-ଡାଙ୍ଗଆପଶି-ଖଡ଼ଗପୁର ରୁଟ୍‌ରେ ଏକ ଟ୍ରେନ୍‌ ଯିବ। କଟକ-ଅନୁଗୁଳ-ସମ୍ବଲପୁରସିଟି-ଝାରସୁଗୁଡ଼ା ରୁଟ୍‌ରେ ଦ୍ବିତୀୟ ଏବଂ ଯଖପୁରା-କେନ୍ଦୁଝରଗଡ଼-ହାଙ୍ଗଆପଶି-ଖଡ଼ଗପୁର ରୁଟ୍‌ରେ ୩ୟ ଟ୍ରେନ୍‌ ଯିବ।

ପୂର୍ବରୁ ଓଡ଼ିଶା ସରକାର ପୁରୀ, ଭୁବନେଶ୍ବର ଏବଂ କଟକରୁ ମାଗଣାରେ ସ୍ବତନ୍ତ୍ର ବସ୍‌ ସେବା ଆରମ୍ଭ କରିବା ନେଇ ଘୋଷଣା କରିସାରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। କୋଲକାତାକୁ ଲୋକେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍‌ଆରଟିସି) ବସ୍‌ରେ ଯାଇପାରିବେ। ଏହି ସୁବିଧା ୪୮ ଘଣ୍ଟା ପାଇଁ ଉପଲବ୍ଧ ରହିବ।

Leave A Reply

Your email address will not be published.