ମହାନଗର

State Corporation: ରାଜ୍ୟ ନିଗମ କର୍ମଚାରୀ ମହାସଂଘର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ସଭା

ଓଡ଼ିଶା ରାଜ୍ୟ ନିଗମ କର୍ମଚାରୀ ମହାସଂଘର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ସଭା ଆଜି ବୟନିକା କର୍ମଚାରୀ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି। ମହାସଂଘ ଅଧ୍ୟକ୍ଷ ସରୋଜକାନ୍ତ....

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ନିଗମ କର୍ମଚାରୀ ମହାସଂଘର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ସଭା ଆଜି ବୟନିକା କର୍ମଚାରୀ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି। ମହାସଂଘ ଅଧ୍ୟକ୍ଷ ସରୋଜକାନ୍ତ ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାପରେ ପ୍ରାୟ ୨୩ଟି ନିଗମ, ସ୍ୱୟଂଚାଳିତ ସଂସ୍ଥା ଓ ସମବାୟ ସଂସ୍ଥାର ସଭାପତି, ସମ୍ପାଦକ ଓ ମହାସଂଘର କର୍ମକର୍ତ୍ତାମାନେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ। ରାଜ୍ୟ ସରକାରୀ କର୍ମଚାରୀମାନେ ପାଉଥିବା ପେନସନ ସୁବିଧା ଅବିକଳ ଭାବେ ସମସ୍ତ ନିଗମ, ସ୍ୱୟଂଚାଳିତ ଓ ସମବାୟ ସଂସ୍ଥାର କାର୍ଯ୍ୟରତ ଓ ଅବସରପ୍ରାପ୍ତ କର୍ମଚାରୀଙ୍କ କ୍ଷେତ୍ରରେ ଲାଗୁ, ଖାଲି ପଡ଼ିଥିବା ସମସ୍ତ ପଦବି ତୁରନ୍ତ ପୂରଣ ଓ ସମସ୍ତ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ନିୟମିତ କରିବାକୁ ମହାସଂଘ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଥିଲା।

ରାଜ୍ୟ ସରକାର ଘୋଷଣା କରୁଥିବା ମହଙ୍ଗା ଭତ୍ତା ସମସ୍ତ ନିଗମ ଓ ସଂସ୍ଥାରେ ଏକାସାଙ୍ଗରେ ଲାଗୁ, ସଂଘର କର୍ମକର୍ତ୍ତାଙ୍କ ଉପରେ ନିଆଯାଇଥିବା ଆକ୍ରୋଶମୂଳକ କାର୍ଯ୍ୟ ତୁରନ୍ତ ପ୍ରତ୍ୟାହାର ଏବଂ ବକେୟା ପ୍ରାପ୍ୟ ରାଶି ଶୀଘ୍ର ପ୍ରଦାନ କରିବା ବିଷୟରେ ଆଲୋଚନା ହୋଇଥିଲା। ସେହିପରି ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ମହାସଂଘ ପକ୍ଷରୁ ଦାବି କରାଯାଇଛି। ମହାସଂଘ ମହାସଚିବ ପ୍ରଭାତ କୁମାର ପରିଡ଼ା ବାର୍ଷିକ ବିବରଣୀ ପାଠ କରିଥିଲେ। ମହାସଂଘ ଉପଦେଷ୍ଟା ନଟବର ଆଚାର୍ଯ୍ୟ, ପ୍ରଫୁଲ୍ଲ କୁମାର ଦାଶ, ସଚ୍ଚିଦାନନ୍ଦ ସାମନ୍ତରାୟ, ପ୍ରଶାନ୍ତ କୁମାର ରାଉତ, କାଳୁ ଚରଣ ଗୌଡ଼, କବିସୂର୍ଯ୍ୟ ସିଂ, ବିଜୟ କୁମାର ସାମଲ, ସୁରେନ୍ଦ୍ର କୁମାର ଗୌଡ଼, ନୀଳକଣ୍ଠ ପରିଡ଼ା, ଲୋକନାଥ ସାମନ୍ତରା, ସଲିଳ କୁମାର ଦାସ, ପ୍ରଶାନ୍ତ କୁମାର ଦାସ, ରଙ୍ଗାଧର ନାୟକ, କ୍ଷୀରୋଦ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button