Breaking News

ଗ୍ରାହକ ସୁରକ୍ଷାକୁ ସରକାରଙ୍କ ଅଧିକ ଗୁରୁତ୍ୱ

ରାଜ୍ୟ ଉପଭୋକ୍ତା ସଚେତନତା ପ୍ରତିଷ୍ଠାନର ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ରାଜ୍ୟ ଉପଭୋକ୍ତା ସଚେତନତା ପ୍ରତିଷ୍ଠାନ (ଗଔଈଅ)ର ୧୧ତମ ପ୍ରତିଷ୍ଠା ଦିବସରେ ଖଣ୍ଡଗିରିଠାରେ ନବନିର୍ମିତ ଅଫିସ ଗୃହ ତଥା କନଫରେନ୍ସ ଗୃହ ଉଦ୍‌ଘାଟନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ନିର୍ଦ୍ଦେଶକ ଖାଉଟି ବ୍ୟାପାର ଏବଂ ଅତିରିକ୍ତ ଶାସନ ସଚିବ ରାଜ୍ୟ ଉପଭୋକ୍ତା ସଚେତନତା ପ୍ରତିଷ୍ଠାନ ଶ୍ରୀ ଜ୍ୟୋତି କୁମାର ଲାକ୍ରା, ପରାମର୍ଶଦାତା ପ୍ରଫେସର ଶ୍ରୀ ବିଜନ କୁମାର ମିଶ୍ର ଏବଂ ବିଭାଗର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଉପଭୋକ୍ତାମାନଙ୍କ ସଚେତନତା ଓ ବିଭିନ୍ନ ସାମଗ୍ରୀ କ୍ରୟ ସମୟରେ ସମ୍ମୁଖୀନ ହେଉଥିବା ଅସୁବିଧାଗୁଡିକର ସମାଧାନ ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟ ଉପଭୋକ୍ତା ସଚେତନତା ପ୍ରତିଷ୍ଠାନ (ଗଔଈଅ)ର ପ୍ରତିଷ୍ଠା ୨୦୦୭ ମସିହାରେ ଗ୍ରାହକ ସୁରକ୍ଷା ଅଧିନିୟମ ୧୯୮୬ ଅନ୍ତର୍ଗତ ହୋଇଥିଲା । ଓଡ଼ିଶା ଏକ ମାତ୍ର ରାଜ୍ୟ ଭାବେ ଗ୍ରାହକମାନଙ୍କ ସଚେତନତା ନିମନ୍ତେ ଏହି ସଂସ୍ଥା ଆରମ୍ଭ କରିଛନ୍ତି ଏବଂ ଏହାକୁ କାର୍ଯ୍ୟକାରୀ ରଖିଛନ୍ତି । ଉତ୍ସବ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ସ୍ୱତନ୍ତ୍ର ସଚିବ ଶ୍ରୀ ଜ୍ୟୋତି କୁମାର ଲାକ୍ରାଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପ୍ରଥମେ ନବନିର୍ମିତ ଅଫିସ ଓ କନଫରେନ୍ସ ଗୃହର ରିବନ ଫିତା କାଟି ଗୃହ ଉଦ୍‌ଘାଟନ କରିଥିଲେ । ଜିଲ୍ଲା ଓ ବ୍ଲକସ୍ତରରେ ଗ୍ରାହକ ସଚେତନତାକୁ ଅଧିକ କ୍ରିୟାଶୀଳ କରିବା ଉପରେ ପ୍ରାଧାନ୍ୟ ଦେବାକୁ ଶ୍ରୀ ଲାକ୍ରା ପରାମର୍ଶ ଦେଇଥିଲେ ।

ପ୍ରଫେସର ବିଜନ କୁମାର ମିଶ୍ର ସମସ୍ତ ସଦସ୍ୟଙ୍କ ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବିଷୟରେ ଆଲୋଚନା କରି ଗ୍ରାହକ ସଚେତନତା ଦିଗରେ ଯୁବବର୍ଗଙ୍କୁ ଅଧିକରୁ ଅଧିକ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ । ଯଦି କୌଣସି ସମୟରେ ଗ୍ରାହକ କୌଣସି ଠକାମିର ଶିକାର ହେଉଛନ୍ତି ତାହେଲେ ତୁରନ୍ତ ତାହାର ଅଭିଯୋଗ କରିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଏଥି ନିମନ୍ତେ ରାଜ୍ୟ ଉପଭୋକ୍ତା ସଚେତନତା ପ୍ରତିଷ୍ଠାନ (ଗଔଈଅ)ର ୨୪ ଘଣ୍ଟିଆ ଟୋଲ ଫ୍ରି ନମ୍ବରରେ ଫୋନ କରି କିମ୍ବା େୱବସାଇଟରେ ନିଜର ଅଭିଯୋଗ ଦାଖଲ କରିପାରିବେ ବୋଲି କହିଥିଲେ । ସେହି ଅଭିଯୋଗଗୁଡିକର ତ୍ୱରିତ ସମାଧାନ ମଧ୍ୟ କରାଯାଉଛି । ଏହି ଅବସରରେ ରାଜ୍ୟ ଉପଭୋକ୍ତା ସଚେତନତା ପ୍ରତିଷ୍ଠାନ (ଗଔଈଅ) ପକ୍ଷରୁ ପ୍ରକାଶିତ ହେଉଥିବା ମାସିକିଆ ପତ୍ରିକାର ଡିସେମ୍ବର ସଂସ୍କରଣ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା ।

Comments are closed.