ବିଶେଷ

Station master: କିମାଶ୍ଚର୍ଯ୍ୟମ୍‌: ଦୁଇ ଦଶନ୍ଧି ହେଲା ବିଲେଇ ଷ୍ଟେସନ୍‌ ମାଷ୍ଟର୍‌

ଜାପାନର ଏକ ଗ୍ରାମୀଣ ରେଳ ଷ୍ଟେସନ୍ ହେଉଛି କିସି। ୨୦୦୬ ମସିହାର କଥା। ସେବେ କିସିଗାଵା ଲାଇନ୍‌ ଅନ୍ତର୍ଗତ ଏହି ଷ୍ଟେସନ୍ ଦେଇ ଯାଉଥିବା ଟ୍ରେନ୍‌ରେ ଖୁବ୍ କମ୍‌ ଯାତ୍ରୀ ଯାଉଥିଲେ। ରେଳ କମ୍ପାନି ଅନେକ କ୍ଷତି ସହିବାରୁ ଏହି ଲାଇନ୍‌ର ସବୁ ଷ୍ଟେସନ୍‌ରୁ କର୍ମଚାରୀ ଛଟେଇ କରିବାକୁ ପଡ଼ିଲା।

ଜାପାନର ଏକ ଗ୍ରାମୀଣ ରେଳ ଷ୍ଟେସନ୍ ହେଉଛି କିସି। ୨୦୦୬ ମସିହାର କଥା। ସେବେ କିସିଗାଵା ଲାଇନ୍‌ ଅନ୍ତର୍ଗତ ଏହି ଷ୍ଟେସନ୍ ଦେଇ ଯାଉଥିବା ଟ୍ରେନ୍‌ରେ ଖୁବ୍ କମ୍‌ ଯାତ୍ରୀ ଯାଉଥିଲେ। ରେଳ କମ୍ପାନି ଅନେକ କ୍ଷତି ସହିବାରୁ ଏହି ଲାଇନ୍‌ର ସବୁ ଷ୍ଟେସନ୍‌ରୁ କର୍ମଚାରୀ ଛଟେଇ କରିବାକୁ ପଡ଼ିଲା। କିସି ଷ୍ଟେସନ୍ ବନ୍ଦ ହେବାର ଯୋଜନା ଚାଲିଥିଲା। ଏହି ସମୟରେ ଜଣେ କର୍ମଚାରୀଙ୍କ ମୁଣ୍ଡକୁ ଏକ ଅଭୂତପୂର୍ବ କୌଶଳ ଆସିଲା। କିସି ଷ୍ଟେସନ୍ ବାହାରେ ବୁଲୁଥିବା ଏକ ବିଲେଇକୁ ଷ୍ଟେସନ୍‌ ମାଷ୍ଟର୍‌ କରିଦେଲେ କେମିତି ହୁଅନ୍ତା! ଷ୍ଟେସନ୍‌ ମାଷ୍ଟର୍‌ ରୂପେ ସଜାଇ ‘ତାମା’ ନାମକ ବିଲେଇକୁ ବସାଇଦିଆଗଲା। ତା’ କାମ ଥିଲା ସେ ଯାତ୍ରୀଙ୍କୁ ଅଭିବାଦନ ଜଣାଇବ। ଏ ଖବର ପ୍ରସାରିତ ହେବା ପରେ ଏକ ମାସ ମଧ୍ୟରେ ଟ୍ରେନ୍‌ ଯାତ୍ରୀଙ୍କ ସଂଖ୍ୟା ୧୭% ବଢ଼ିଗଲା।

ଗୋଟିଏ ଅଧ୍ୟୟନରୁ ଜଣାଯାଏ ଯେ ‘ତାମା’ ଯୋଗୁଁ ସ୍ଥାନୀୟ ଅର୍ଥନୀତିକୁ ୧୧୦୦ କୋଟି ୟେନ୍‌ର ଲାଭ ହୋଇଥିଲା। ଏହା ପରେ ଜାପାନରେ ‘ନେକୋନୋମିକ୍‌ସ’ (ଅର୍ଥ: ବିଲେଇ ଅର୍ଥନୀତି) ତତ୍ତ୍ବ ଆସିଲା, ଯାହା ବିଲେଇକୁ ମାସ୍କଟ୍‌ ଭାବେ ବ୍ୟବହାର କରିବାର ଅର୍ଥନୈତିକ ପ୍ରଭାବକୁ ଦର୍ଶାଇଥାଏ। ୨୦୧୫ରେ ୧୬ ବର୍ଷ ବୟସରେ ମୃତ୍ୟୁବରଣ କରିବା ପର୍ଯ୍ୟନ୍ତ ‘ତାମା’କୁ ଅନେକ ଥର ପଦୋନ୍ନତି ଓ ପୁରସ୍କାର ମିଳିଥିଲା। ତା’ ପରେ ‘ନିତାମା’ (ଦ୍ବିତୀୟ ତାମା)କୁ ସେହି ପଦରେ ଅବସ୍ଥାପିତ କରାଯାଇଛି। ୟା ଭିତରେ ‘ଷଷ୍ଠ ତାମା’ ପର୍ଯ୍ୟନ୍ତ ବିଲେଇ ନିଯୁକ୍ତ ହୋଇସାରିଲେଣି। ସେମାନେ ସମସ୍ତେ ଭିନ୍ନ ଭିନ୍ନ ପଦରେ ଅବସ୍ଥାପିତ ଅଛନ୍ତି।

 

 

 

 

Show More

Leave a Reply

Your email address will not be published. Required fields are marked *

Back to top button