ଓଡିଶାଜିଲ୍ଲା

Stones vande bharat: ରାଉରକେଲା-ହାୱଡା ବନ୍ଦେ ଭାରତ ଟ୍ରେନ୍‌କୁ ପଥରମାଡ଼

ରାଉରକେଲାରୁ ହାୱଡା ଯାଉଥିବା ଟ୍ରେନ୍‌ ସଂଖ୍ୟା ୨୦୮୭୨ vande-bharat ଏକ୍ସପ୍ରେସ୍‌କୁ ରବିବାର ପଥର ମାଡ଼ ହୋଇଛି। ଟ୍ରେନ୍‌ର କୋଚ୍‌ ସଂଖ୍ୟା ସି-୧୩ରେ ଥିବା ସିଟ୍‌ ସଂଖ୍ୟା ୨୩ ନିକଟସ୍ଥ ଝରକା କାଚକୁ କୌଣସି ଅଜ୍ଞାତ ବ୍ୟକ୍ତି ପଥରମାଡ଼ କରିଥିବା ସୂଚନା ମିଳିଛି।

ବନ୍ଧମୁଣ୍ଡା: ରାଉରକେଲାରୁ ହାୱଡା ଯାଉଥିବା ଟ୍ରେନ୍‌ ସଂଖ୍ୟା ୨୦୮୭୨ ବନ୍ଦେ ଭାରତ ଏକ୍ସପ୍ରେସ୍‌କୁ ରବିବାର ପଥରମାଡ଼ ହୋଇଛି। ଟ୍ରେନ୍‌ର କୋଚ୍‌ ସଂଖ୍ୟା ସି-୧୩ରେ ଥିବା ସିଟ୍‌ ସଂଖ୍ୟା ୨୩ ନିକଟସ୍ଥ ଝରକା କାଚକୁ କୌଣସି ଅଜ୍ଞାତ ବ୍ୟକ୍ତି ପଥର ମାଡ଼ କରିଥିବା ସୂଚନା ମିଳିଛି। ଫଳରେ ଝରକା କାଚଟି ଭାଙ୍ଗିଯାଇଥିଲା। ଟ୍ରେନ୍‌ଟି ରାଉରକେଲା ଷ୍ଟେସନ୍‌ରୁ ହାୱଡ଼ା ଅଭିମୁଖେ ଯାତ୍ରାରମ୍ଭ କରିବାର କିଛି ସମୟ ପରେ ଏହି ଘଟଣା ଘଟିଛି। ଏହି ଝରକା ପାଖରେ ବସି ଥିବା ରେଳଯାତ୍ରୀ ଜଣଙ୍କ ଏ ସଂପର୍କରେ ଟ୍ରେନ୍‌ କର୍ତ୍ତୃପକ୍ଷଙ୍କୁ ସୂଚନା ଦେବା ସହ ଟ୍ରେନ୍‌ଟି ଟାଟାନଗର ଷ୍ଟେସନ ପହଞ୍ଚିବା ପରେ ଆରପିଏଫ ଏଏସ୍‌ଆଇ ଆର୍‌. ରାଇ ଏହି ଘଟଣା ସମ୍ପର୍କରେ ରେଳବାଇ ପ୍ରଶାସନକୁ ସୂଚନା ଦେଇଥିଲେ। କିନ୍ତୁ କିଏ ପଥର ଫିଙ୍ଗିଛି, ସେନେଇ ଅଭିଯୁକ୍ତଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିନାହିଁ। ରେଳ ପ୍ରଶାସନ ଘଟଣାର ତଦନ୍ତ ଆରମ୍ଭ କରିଛି।

ଚକ୍ରଧରପୁର ରେଳ ମଣ୍ଡଳରେ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଉପରେ ବାରମ୍ବାର ପଥରମାଡ଼ ରେଳବାଇର ଚିନ୍ତା ବଢ଼ାଇଛି। ଗତ ମାର୍ଚ୍ଚ ୨୬ ତାରିଖ  ପ୍ରାୟ ସାଢ଼େ ୧୨ଟାବେଳେ ପୁରୀରୁ ରାଉରକେଲା ଆସୁଥିବା ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ ଉପରେ ପଥରମାଡ଼ ହୋଇଥିଲା। ଏଥିରେ ବଗିର କାଚ ଭାଙ୍ଗିଯିବା ଫଳରେ ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଟ୍ରେନ୍‌ଟି ରାଉରକେଲା ପହଞ୍ଚିବାକୁ ଅଳ୍ପ ବାଟ ବାକି ଥିବାବେଳେ କଲୁଙ୍ଗା ନିକଟରେ ଏହି ଘଟଣା ଘଟିଥିଲା।

ସୂଚନାନୁଯାୟୀ, ୨୦୮୩୬ ନମ୍ବର ବନ୍ଦେ ଭାରତ ପୁରୀରୁ ରାଉରକେଲା ଅଭିମୁଖେ ଆସୁଥିଲା। ଦିନ ପ୍ରାୟ ସାଢ଼େ ୧୨ଟା ସମୟରେ ଟ୍ରେନ୍‌ଟି କାଂସବାହାଲ-କଲୁଙ୍ଗା ସେକ୍ସନ୍‌ର ୪୩୦/୨୦ କିଲୋମିଟର ଖୁଣ୍ଟ ଅତିକ୍ରମ କରୁଥିବାବେଳେ କିଛି ଦୁର୍ବୃତ୍ତ ଟ୍ରେନ୍‌କୁ ଲକ୍ଷ୍ୟ କରି ପଥର ଫିଙ୍ଗିଥିଲେ। କୋଚ୍ ନମ୍ବର (ସି-୫)ର ଝରକା କାଚ ପଥର ବାଜି ଭାଙ୍ଗି ଯାଇଥିଲା। ଏଥିରେ ୫୩ ଓ ୫୪ ନମ୍ବର ସିଟ୍ ପାଖରେ ଥିବା ଝରକାକାଚ କ୍ଷତିଗ୍ରସ୍ତ ହୋଇଥିଲା। ଏହି ଘଟଣାରେ ୨ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା କୁହାଯାଉଛି।

ଟ୍ରେନ୍‌ଟି ରାଉରକେଲା ପହଞ୍ଚିବାପରେ ଏହାର ଯାଞ୍ଚ କରାଯାଇଥିଲା। ଭାଙ୍ଗିଥିବା କାଚ ଉପରେ କାର୍ଡବୋର୍ଡ ଓ ପଲିଥିନ୍ ଲଗାଇ ଅସ୍ଥାୟୀ ମରାମତି କରାଯିବା ପରେ ଟ୍ରେନ୍‌ଟି ନିର୍ଦ୍ଧାରିତ ସମୟରେ ପୁଣି ପୁରୀ ଅଭିମୁଖେ ଫେରିଥିଲା। ତେବେ ଏହି ଘଟଣା ସଂପର୍କରେ ରାଉରକେଲା ଷ୍ଟେସନ୍ କର୍ତ୍ତୃପକ୍ଷ ଓ ଜିଆର୍‌ପି ଅବଗତ ନଥିବା କହିଛନ୍ତି। ବନ୍ଦେ ଭାରତ ଏକ୍ସପ୍ରେସ୍‌ ଉପରେ ବାରମ୍ବାର ଆକ୍ରମଣକୁ ନେଇ ଯାତ୍ରୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଭବିଷ୍ୟତରେ ଯେପରି ଏଭଳି ଘଟଣା ନ ଘଟେ, ସେଥିପାଇଁ ରେଳ ପ୍ରଶାସନ ଓ ସୁରକ୍ଷା ସଂସ୍ଥାଗୁଡ଼ିକ ଅସାମାଜିକଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି। ଯାତ୍ରୀମାନେ କହିଛନ୍ତି ଯେ ବନ୍ଦେଭାରତ ଏକ୍ସପ୍ରେସ ଉପରେ ଲଗାତାର ଆକ୍ରମଣ ଯୋଗୁ ସେମାନେ ଭୟର ବାତାବରଣ ମଧ୍ୟରେ ଯାତ୍ରା କରିବାକୁ ବାଧ୍ୟ ହେଉଛନ୍ତି। ଚକ୍ରଧରପୁର ରେଳ ମଣ୍ଡଳରେ ଏହି ଟ୍ରେନ୍‌ ଉପରେ ଆକ୍ରମଣ ହେବା ପ୍ରଥମ ଘଟଣା ନୁହେଁ। କିଛିଦିନ ପୂର୍ବେ ଟାଟାନଗର-ବ୍ରହ୍ମପୁର ବନ୍ଦେଭାରତ ଟ୍ରେନ୍‌ ଉପରେ ମଧ୍ୟ ପଥର ମାଡ଼ ହୋଇଥିଲା।

 

ସୌଜନ୍ୟ – ସମ୍ବାଦ

Related Articles

Leave a Reply

Your email address will not be published. Required fields are marked *

Back to top button