ଜିଲ୍ଲା
Strike All Odisha Ayush Students Unionନିଖିଳ ଓଡ଼ିଶା ଆୟୂଷ ଛାତ୍ର ସଂଗଠନର ଧାରଣା, ଗେଟ ଓ ଅଫିସରେ ତାଲା ମାରିଲେ
ଆଠ ଦଫା ଦାବି ପୂରଣ କରିବା ଦାବିରେ ଆଜି ନିଖିଳ ଓଡ଼ିଶା ଆୟୂଷ ଛାତ୍ର ସଂଗଠନ ପକ୍ଷରୁ ତାଲା ବନ୍ଦ ଆନ୍ଦୋଳନ କରାଯାଇଛି l ଏହି ଦାବି ମଧ୍ୟରେ ରହିଛି ଅଧିକସଂଖ୍ୟକ ସ୍ଥାୟୀ ଆୟୂଷ doctor ପଦବି ସୃଷ୍ଟି କରିବା, ପିଜି ଓ ପିଏଚଡି ସିଟ୍ ବୃଦ୍ଧି, ଷ୍ଟାଇପେଣ୍ଡ ବୃଦ୍ଧି ଆଦି।

ରାଉରକେଲା: ଆଠ ଦଫା ଦାବି ପୂରଣ କରିବା ଦାବିରେ ଆଜି ନିଖିଳ ଓଡ଼ିଶା ଆୟୂଷ ଛାତ୍ର ସଂଗଠନ ପକ୍ଷରୁ ତାଲା ବନ୍ଦ ଆନ୍ଦୋଳନ କରାଯାଇଛି l ରାଉରକେଲା ସେକ୍ଟର ୨୧ ନୟାବଜ଼ାରସ୍ଥିତ ସରକାରୀ ହୋମିଓପାଥି କଲେଜ ଛାତ୍ରଛାତ୍ରୀମାନେ ଅଫିସ ଓ ଗେଟରେ ତାଲା ମାରି ଧାରଣାରେ ବସିଛନ୍ତି l ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଧାରଣରୁ ହଟିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି l ଏହି ଦାବି ମଧ୍ୟରେ ରହିଛି ଅଧିକସଂଖ୍ୟକ ସ୍ଥାୟୀ ଆୟୂଷ ଡାକ୍ତର ପଦବି ସୃଷ୍ଟି କରିବା, ପିଜି ଓ ପିଏଚଡି ସିଟ୍ ବୃଦ୍ଧି, ଷ୍ଟାଇପେଣ୍ଡ ବୃଦ୍ଧି ଆଦି ଅନ୍ତର୍ଭୁକ୍ତ।
ମେଡିକାଲ କଲେଜ ଓ ଡାକ୍ତଖାନାରେ କାର୍ଯ୍ୟ ବାଧାପ୍ରାପ୍ତ
ତାଲା ବନ୍ଦ ଯୋଗୁ ମେଡିକାଲ କଲେଜ ଓ ଡାକ୍ତଖାନାରେ ସମସ୍ତ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି l ଉତ୍ତେଜନାକୁ ଦୃଷ୍ଟିରେ ରଖି କଲେଜ ଆଗରେ ପୁଲିସ ମୁତୟନ କରାଯାଇଛି l
ସୌଜନ୍ୟ – ସମ୍ବାଦ



